ETV Bharat / state

ନର ହତ୍ୟା ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ - ପାରଳାଖେମୁଣ୍ଡି

ଗତ 2020 ମସିହା ମେ ମାସ 29ତାରିଖରେ ଗଜପତି ଜିଲ୍ଲା କାଶୀନଗର ଖାଣ୍ଡବା ଗାଁର ସାମୁଏଲ ପାଲକା ଏବଂ ଧନୁର୍ଯ୍ୟୟ ଜେନା ମିଶି ଅର୍ମଡା ଗାଁର ଏକ ଦୋକାନରେ ରଙ୍ଗକାମ କରୁଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସାମୁଏଲ ଉତ୍ୟକ୍ତ ହୋଇ ଧନୁର୍ଯ୍ୟୟକୁ ଏକ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲା । ଅଧିକ ପଢନ୍ତୁ

ହତ୍ୟା ଅଭିଯୁକ୍ତକୁ  ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

author img

By

Published : Dec 27, 2022, 6:39 PM IST

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

ଗଜପତି: ପାରଳାଖେମୁଣ୍ଡି ଜିଲ୍ଲା ଦୌରାଜଜ ପ୍ରଣବ କୁମାର ରାଉତରାୟ ଏକ ନର ହତ୍ୟା ମାମଲାର ବିଚାର କରି ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ 10ହଜାର ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ସ୍ଥଳେ 1ବର୍ଷ ଅଧିକ କାରାଦଣ୍ଡାଦେଶ ରାୟ ଦେଇଛନ୍ତି କୋର୍ଟ । ଏନେଇ ଆଜି (ମଙ୍ଗଳବାର) ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ 2020 ମସିହା ମେ ମାସ 29ତାରିଖରେ ଗଜପତି ଜିଲ୍ଲା କାଶୀନଗର ଖାଣ୍ଡବା ଗାଁର ସାମୁଏଲ ପାଲକା ଏବଂ ଧନୁର୍ଯ୍ୟୟ ଜେନା ମିଶି ଅର୍ମଡା ଗାଁର ଏକ ଦୋକାନରେ ରଙ୍ଗକାମ କରୁଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସାମୁଏଲ ଉତ୍ୟକ୍ତ ହୋଇ ଧନୁର୍ଯ୍ୟୟକୁ ଏକ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲା। ଫଳରେ ଧନୁର୍ଯ୍ୟୟ ଏହି ଘଟଣା ସଂପର୍କରେ କାଶୀନଗର ଥାନାରେ ଅଭିଯୋଗ କରିବାକୁ ଆସୁଥିବା ସମୟରେ ସାମୁଏଲ ରାଗିଯାଇ ଏକ କୁରାଢି ସାହାଯ୍ୟରେ ଧନୁର୍ଯ୍ୟୟର ଗୋଡକୁ ହାଣିଦେବା ସହ କେହି ଯେଭଳି ତା ନିକଟକୁ ସାହାଯ୍ୟ ପାଇଁ ନଆସନ୍ତି ସେଥିପାଇଁ ଜଗି ବସିଥିଲା। ଏହାର କିଛି ସମୟ ପରେ ଧନୁର୍ଯ୍ୟୟର ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ଦେଖି ସାମୁଏଲ ସେଠାରୁ ଚାଲିଯାଇଥିଲା।

ତେବେ ଏହାରି ମଧ୍ୟରେ ବେଶ କିଛି ସମୟ ଚାଲି ଯାଇଥିବାରୁ ପ୍ରବଳ ରକ୍ତସ୍ରାବ ହୋଇ ଧନୁର୍ଯ୍ୟୟଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ପରିବାର ଲୋକେ ଧନୁର୍ଯ୍ୟୟକୁ କାଶୀନଗର ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ଧନୁର୍ଯ୍ୟୟ କୁ ମୃତ ଘୋଷଣା କରିଥିଲେ। ଏନେଇ ଧନୁର୍ଯ୍ୟୟଙ୍କ ସ୍ତ୍ରୀ ଇସାବନୀ କାଶୀନଗର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସାମୁଏଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପାରଳାଖେମୁଣ୍ଡି ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟ ଏହି ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଏହି ରାୟରେ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ 10ହଜାର ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ସ୍ଥଳେ 1ବର୍ଷ କାରାଦଣ୍ଡାଦେଶ ଦେଇଥିବା ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.