ETV Bharat / state

କିଏ ଶୁଣିବ ମାନୁଏଲଙ୍କ ଦୁଃଖ ? ପାଠ ପଢାରେ ବାଧା ଦେଉଛି ଅଭାବ - orphan student Manuel Raita

ପଢିବାକୁ ଇଚ୍ଛା ଥିଲେ ବି ଆର୍ଥିକ ଅନଟନ ଭାଙ୍ଗି ଦେଉଛି ଅନାଥ ମାନୁଏଲଙ୍କ ମନୋବଳ । କଷ୍ଟେମଷ୍ଟେ ଯୁକ୍ତ ଦୁଇ ପାସ କରିଥିଲେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ମାନୁଏଲ । ଅଧିକ ପଢନ୍ତୁ...

ଅନାଥ ମାନୁଏଲଙ୍କ ମନୋବଳକୁ ଭାଙ୍ଗି ଦେଉଛି ଆର୍ଥିକ ଅନଟନ

author img

By

Published : Oct 3, 2020, 10:42 AM IST

ପାରଳାଖେମୁଣ୍ଡି: କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଯେକୌଣସି ପ୍ରତିବନ୍ଧକକୁ ମଧ୍ୟ ମାତ ଦେଇପାରେ । ଏହା କିଛି ମାତ୍ରାରେ ସତ ସାବ୍ୟସ୍ତ ମଧ୍ୟ ହୋଇଛି । ନିଜର ଦୃଢ ଇଚ୍ଛାଶକ୍ତି ଓ ମନୋବଳ ପାଇଁ ଜଣେ ବାପା ମା’ ଛେଉଣ୍ଡ ଆଦିବାସୀ ଛାତ୍ର ଯୁକ୍ତ ଦୁଇ ଯାଏ ପଢିସାରିଛନ୍ତି । ହେଲେ ପଇସା ନଥିବା କାରଣରୁ ଆଗକୁ କିପରି ପଢିବେ ସେନେଇ ଚିନ୍ତାରେ ରହିଛନ୍ତି ଗଜପତି ଜିଲ୍ଲା ଗୁମା ବ୍ଲକ ବଡକଳାକୋଟର ମାନୁଏଲ ରଇତ ।

ପେଟ ଖଣ୍ଡକ ପାଇଁ ବଡକଳାକୋଟ ଗାଁର ପିତର ରଇତ ଓ ତାଙ୍କ ପତ୍ନୀ ଗିରିଜାନୀ ଦାଦନ ଖଟିବାକୁ ଅରୁଣାଚଳ ପ୍ରଦେଶ ଯାଇଥିଲେ । ସେଠାରେ ହିଁ ମାନୁଏଲ ରଇତଙ୍କ ଜନ୍ମ । ତେବେ ହଠାତ୍ କୌଣସି କାରଣରୁ ସେଠାରେ ବାପା ପିତରଙ୍କ ମୃତ୍ୟୁ ହେବା ପରେ କଅଁଳା ପୁଅକୁ ଧରି ଗାଁକୁ ଫେରିବା ସହ ମୂଲ ଲାଗି ପୁଅକୁ ମଣିଷ କରିବା ପାଇଁ ପଣ କରିଥିଲେ ମା ଗିରିଜାନୀ ।

ପୁଅକୁ ଗାଁ ସ୍କୁଲରେ ନାମ ଲେଖାଇଥିଲେ । ମାନୁଏଲ ପିଲାଟି ବେଳରୁ ଭଲ ପାଠ ପଢୁଥିବାରୁ ସେ ଥିଲେ ସମସ୍ତଙ୍କ ଅତିପ୍ରିୟ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ମାନୁଏଲ 8ମ ଶ୍ରେଣୀରେ ପଢୁଥିବାବେଳେ ମା’ ବି ଚିରନିଦ୍ରାରେ ଶୋଇଯାଇଥିଲେ । ଆଉ ଏକୁଟିଆ ହୋଇଯାଇଥିଲେ ମାନୁଏଲ ।

ଗୋଟିଏ ପଟେ ବାପା ମା’ ଛେଉଣ୍ଡ ଏବଂ ଅନ୍ୟପଟେ ଦାରିଦ୍ର୍ୟରେ ସେ ଭାଙ୍ଗି ପଡିଥିବାବେଳେ ପୁଣି ପାଠ ପଢିବାକୁ ମନ ବଳାଇଥିଲେ । ତାଙ୍କର ଆଗ୍ରହ ଦେଖି ସମ୍ପର୍କୀୟ ଓ ଗାଁ ଲୋକେ ତାଙ୍କୁ ସହାୟତା ମଧ୍ୟ କରିଥିଲେ । ପରେ ମାଟ୍ରିକ ପାସ କରି ଯୁକ୍ତ ଦୁଇରେ ପଢିଥିଲେ । ପାରଳାଖେମୁଣ୍ଡି ଏସ.କେ.ସି.ଜି କଲେଜରେ ପଢୁଥିବା ସମୟରେ ବିଭିନ୍ନ ଦୋକାନରେ କାମ କରି ନିଜର ସମସ୍ତ ଆବଶ୍ୟକତା ପୂରଣ କରୁଥିଲେ । ଶେଷରେ ଯୁକ୍ତ ଦୁଇ ମଧ୍ୟ ପାସ କରିଥିଲେ ।

ହେଲେ ଏବେ କୋରୋନା କଟକଣା ପାଇଁ ସେ ଗାଁରେ ରହୁଥିବାବେଳେ କିପରି ଆଗକୁ ପଢିବେ ସେନେଇ ଚିନ୍ତାରେ ରହିଛନ୍ତି । ଗାଁରେ ରହି ମନରେଗା କାମ କରି ନିଜେ ଖାଇବାକୁ ଯୋଗାଡ କରିଦେଉଛନ୍ତି ସତ ହେଲେ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଅଭାବରୁ ଚିନ୍ତାରେ ପଡିଯାଇଛନ୍ତି ।

ଅନାଥ ମାନୁଏଲଙ୍କ ମନୋବଳକୁ ଭାଙ୍ଗି ଦେଉଛି ଆର୍ଥିକ ଅନଟନ

ସମସ୍ତ ପ୍ରକାର ଅନୁକୂଳ ପରିବେଶ ସତ୍ତ୍ବେ ପିଲା ପାଠ ପଢିବାକୁ ଆଗ୍ରହ ପ୍ରକାଶ କରୁନଥିବାବେଳେ ବିଭିନ୍ନ ପ୍ରତିକୂଳ ପରିବେଶ ଥାଇ ବି ବଣପାହାଡ ଘେରା ଆଦିବାସୀ ଗାଁର ମାନୁଏଲଙ୍କ ପାଠ ପଢିବା ପ୍ରତି ଥିବା ଆଗ୍ରହ ସତରେ ପ୍ରେରଣାଦାୟୀ । ତେବେ ସରକାର ଯଦି ଏହି ଆଦିବାସୀ ଯୁବକ ପ୍ରତି ଧ୍ୟାନ ନଦିଅନ୍ତି ତେବେ ବଣ ମଲ୍ଲୀ ବଣରେ ଫୁଟି ଝାଉଁଳି ପଡିବା ସାର ହେବ ବୋଲି ଗାଁ ଲୋକେ କହିଛନ୍ତି ।

ସେପଟେ ଏପରି ଦୁର୍ଗମ ଅଞ୍ଚଳରୁ ଆସି ନିଜ ପ୍ରଚେଷ୍ଠାରେ ଯୁକ୍ତ ଦୁଇ ପାସ କରିଥିବା ଜାଣି ଗଜପତି ଜିଲ୍ଲାପାଳ ଖୁସି ହେବା ସହ ଖୁବଶୀଘ୍ର ଏକ ଟିମ ଗଠନ କରାଯାଇ ତାକୁ ସମସ୍ତ ସରକାରୀ ସହାୟତା ଦିଆଯିବ ବୋଲି କହିଛନ୍ତି । ତେବେ ଦେଖାଯାଉ ଜିଲ୍ଲାପାଳ ତାଙ୍କ ପ୍ରତିଶୃତି କେବେ ପାଳନ କରୁଛନ୍ତି ଏବଂ କେବେ ମାନୁଏଲ ଆଗକୁ ପଢିବାକୁ ସମର୍ଥ ହେଉଛି ।

(ବିଦ୍ର: ଆପଣ ଚାହିଁଲେ ମଧ୍ୟ ମାନୁଆଲଙ୍କୁ ନିମ୍ନଲିଖିତ ଠିକଣାରେ ସାହାର୍ଯ୍ୟ କରିପାରିବେ । ଠିକଣା- ମାନୁଏଲ ରଇତ, ପିତା -ସ୍ବର୍ଗତ ପିତର ରଇତ, ପୋଷ୍ଟ - ବଡକଳାକୋଟ, ଭାୟା - ଗୁମ୍ମା, ବ୍ଲକ- ଗୁମ୍ମା, ଜିଲ୍ଳା-ଗଜପତି, STATE BANK ACCOUNT NO - 35118090890, ଫୋନ — 8480545560)

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.