ETV Bharat / state

କୋରୋନାରେ ଜୀବିକା ପାଇଁ ସଂଘର୍ଷ, ଅପର ପକ୍ଷେ ପ୍ରଶାସନର ଦୌରାତ୍ମ୍ୟ

author img

By

Published : Apr 21, 2021, 7:04 PM IST

ଗଜପତି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଦେଖିବାକୁ ମିଳିଛି । ବେଡି ଉପରେ କରୋଡା ମାଡ ଭଳି ରାସ୍ତା କଡରେ ଦୋକାନ କରି ବଞ୍ଚୁଥିବା ବ୍ୟବସାୟୀଙ୍କୁ ଜବରଦଖଲ ଉଚ୍ଛେଦ ଆଳରେ ଉଠାଇବାରେ ଲାଗିଛି ପୌର ପ୍ରଶାସନ । ଏଭଳି ଏକ ସମୟରେ ପୌର ପ୍ରଶାସନର କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ଅଧିକ ପଢନ୍ତୁ...

କୋରୋନାରେ ଜୀବୀକା ପାଇଁ ସଂଘର୍ଷ, ଅପର ପକ୍ଷେ ପ୍ରଶାସନର ଦୌରାତ୍ମ୍ୟ

ଗଜପତି : କରୋନା ମହାମାରୀ କ୍ଷିପ୍ର ଗତିରେ ନିଜର କାୟା ବିସ୍ତାର କରିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସପ୍ତାହନ୍ତ ସଟଡାଉନ୍ ଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ତେଣୁ ସାଧାରଣ ବ୍ୟବସାୟୀ ମାନେ ଏହାଦ୍ଵାରା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ବେଡି ଉପରେ କରୋଡା ମାଡ ଭଳି ରାସ୍ତା କଡରେ ଦୋକାନ କରି ବଞ୍ଚୁଥିବା ବ୍ୟବସାୟୀଙ୍କୁ ଜବରଦଖଲ ଉଚ୍ଛେଦ ଆଳରେ ଉଠାଇବାରେ ଲାଗିଛି ପୌର ପ୍ରଶାସନ । ଏଭଳି ଏକ ସମୟରେ ପୌର ପ୍ରଶାସନର କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ସେହିଭଳି ଜବରଦଖଲ ଉଚ୍ଛେଦ ସ୍ଵାଗତ ଯୋଗ୍ୟ କିନ୍ତୁ, ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ଗଜପତି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ସ୍ଥିତି ବିପଦପୂର୍ଣ୍ଣ ରହିଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଛନ୍ତି । ଏହି କଟକଣାକୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛି । ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା ହୋଇସାରିଥିବା ବେଳେ କେତେବେଳେ ପୁଣି ଲକଡାଉନ୍ ଫେରିବ ତାହାକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି । କରୋନା ପାଇଁ ଗତ ବର୍ଷ ସାରା ବ୍ୟବସାୟୀମାନେ କ୍ଷତି ସହିଥିବାବେଳେ ଚଳିତ ବର୍ଷ ମଧ୍ୟ ସେହି ସମାନ ଅବସ୍ଥା ହେବାକୁ ଯାଉଛି ।

ଏଭଳି ସ୍ଥିତିରେ ଜବରଦଖଲ ଆଳରେ ରାସ୍ତା କଡର ଛୋଟ ବ୍ୟବସାୟୀଙ୍କୁ ପୌରପରିଷଦ ହଟାଇବା ଘଟଣାର ତୀବ୍ର ବିରୋଧ କରିଛନ୍ତି ବ୍ୟବସାୟୀ । ସେମାନେ କହିଛନ୍ତି ଯେ, ପ୍ରଥମେ ଥଇଥାନ କରିବା ପରେ ଉଚ୍ଛେଦ କରିଥିଲେ କୌଣସି ଆପତ୍ତି ନାହିଁ । ସେହିଭଳି ପାରଳାଖେମୁଣ୍ଡି ସହରର ଅନେକ ସରକାରୀ ଜାଗାକୁ ବହୁ ବଡ ଲୋକେ ନିଜ ଦଖଲରେ ରଖିଛନ୍ତି, ସେମାନଙ୍କୁ ନହଟାଇ କେବଳ ଛୋଟ ବ୍ୟବସାୟୀଙ୍କ ପାଇଁ ଏଭଳି କରିବା ଗରିବଙ୍କ ପେଟକୁ ଲାତ ମାରିବା ଭଳି ହୋଇଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । ତେଣୁ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ସେମାନଙ୍କ କଥା ବିଚାର କରିବାକୁ ଜବରଦଖଲ ଉଚ୍ଛେଦରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀମାନେ ନିବେଦନ କରିଛନ୍ତି ।

ପୌରପ୍ରଶାସନର ଏଭଳି କାର୍ଯ୍ୟକୁ ସ୍ଥାନୀୟ ବିଧାୟକ କେ.ନାରାୟଣ ରାଓ ମଧ୍ୟ ନାପସନ୍ଦ କରିଛନ୍ତି । ସେ ଟ୍ଵିଟ କରି କହିଛନ୍ତି ଯେ, ଗରିବ ଲୋକଙ୍କୁ ଥଇଥାନ ନକରି ଜବରଦଖଲ ମୁକ୍ତ କରିବା ଅନ୍ୟାୟ । ନବୀନ ସରକାରରେ ଅନେକ ବିଜେଡି ନେତା ସରକାରୀ ଜାଗାକୁ ଜବରଦଖଲରେ ରଖିଛନ୍ତି । ଏପରିକି ବିଧାୟକ ପାରଳାଖେମୁଣ୍ଡି ପୌରପରିଷଦର 16 ନମ୍ବର ୱାର୍ଡରେ ଜବରଦଖଲ ହୋଇଥିବା କହିଛନ୍ତି । ସେମାନଙ୍କୁ ପ୍ରଥମେ ସେଠାରୁ ହଟାଇବାକୁ ଦାବି କରିଛନ୍ତି ।

ସେହିପରି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ସୋସିଆଲ ମିଡିଆରେ ଏକ ଫଟୋ ଛାଡି ପିନିଣ୍ଟି ପାପାନ୍ନା ସାହିରେ ବେଆଇନ ଭାବେ ନିର୍ମାଣ ହୋଇଥିବା କୋଠାକୁ ଭାଙ୍ଗିବା ପାଇଁ ପୌରପ୍ରଶାସନର ହାତ ଯାଉନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ? ତେବେ ଏନେଇ ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ଯେ, ନାଳ ଉପରେ ଜବରଦଖଲ କରି ବେଆଇନ ଭାବେ ଦୋକାନ ଚଳାଇବା ଠିକ ନୁହେଁ । ତେଣୁ ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଯାଇଛି । ଯେଉଁମାନେ ଏଭଳି ଜବରଦଖଲ କରିଥିବା ସମସ୍ତଙ୍କ ବିରୁଦ୍ଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.