ETV Bharat / state

ପରିବାର ସହ ଜଳଖିଆ ଖାଇବା ପୂର୍ବରୁ ଚାଲିଗଲା ବୃଦ୍ଧଙ୍କ ଜୀବନ

author img

By

Published : Jan 4, 2023, 11:22 AM IST

ପାରଳାଖେମୁଣ୍ଡି ସ୍ଥିତ ନଟରାଜ ହଲ୍ ନିକଟରେ ସଡକ ଦୁର୍ଘଟଣାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ଅଧିକ ପଢନ୍ତୁ

road accident
road accident

ଗଜପତି: ସଡକ ଦୁର୍ଘଟଣାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ପରିବାର ଲୋକଙ୍କ ପାଇଁ ଜଳଖିଆ ନେଉଥିବା ସମୟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ଏପରି ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ନଟରାଜ ହଲ୍ ସାମ୍ନାରେ । ତେବେ ମୃତ ବୃଦ୍ଧା ଜଣକ ରବିନ୍ଦ୍ର ନାରାୟଣ ପଣ୍ଡା ବୋଲି ଜଣାପଡିଛି ।

ସୂଚନା ମୁତାବକ, ପ୍ରତ୍ୟେକ ଦିନ ପରି ଗତକାଲି ମଧ୍ୟ ସେ ସକାଳୁ ଉଠି ନିତ୍ୟ କର୍ମ ସାରିବା ପରେ ଜଳଖିଆ ନେଇ ଫେରୁଥିଲେ । ହେଲେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ମେଡ଼ିକାଲ ରାସ୍ତାରୁ ଜଙ୍ଗମ ସାହି ରାସ୍ତାରେ ଏକ ମାଲ ବୋଝେଇ ଟ୍ରାକ୍ଟର ଯାଉଥିଲା । ସେହି ସମୟରେ ଟ୍ରାକ୍ଟର ଚକାତଳେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ । ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପଠାଯାଇଛି । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ସୂଚନା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.