ETV Bharat / state

ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ୨ୟ ରନର୍ସଅପ ହେଲେ ଓଡ଼ିଆ ଝିଅ ମୋନିକା - ସୁନ୍ଦରୀ ପ୍ରତିଯୋଗିତା ଜିତିଲେ ଓଡିଆ ଝିଅ

ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ୨ୟ ରନର୍ସଅପ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଝିଅ ମୋନିକା ପଣ୍ଡା । ଅଧିକ ପଢନ୍ତୁ

ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ୨ୟ ରନର୍ସଅପ ହେଲେ ଓଡ଼ିଆ ଝିଅ ମୋନିକା

author img

By

Published : Apr 21, 2022, 2:04 PM IST

ଗଜପତି: ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ୨ୟ ରନର୍ସଅପ ହୋଇଛନ୍ତି ପାରଳାଖେମୁଣ୍ଡିର ମୋନିକା ପଣ୍ଡା । ୫୦ଜଣ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋନିକା ୨ୟ ରନର୍ସଅପ ହୋଇ ନିଜ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ଏଣୁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ବର୍ତ୍ତମାନ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଟାଇଟଲ ହାସଲ କରିବା ପରେ ମୋନିକା ନିଜ ସଫଳତାର ଶ୍ରେୟ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି ।

ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ୨ୟ ରନର୍ସଅପ ହେଲେ ଓଡ଼ିଆ ଝିଅ ମୋନିକା

ଉପାନ୍ତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ବାପା ପ୍ରତାପ ଚନ୍ଦ୍ର ପଣ୍ଡା ଏବଂ ମାତା ରଶ୍ମିତା ପଣ୍ଡାଙ୍କ ଏକମାତ୍ର ଝିଅ ହେଉଛନ୍ତି ମୋନିକା । ସେ ପିଲାଟି ବେଳରୁ ଜଣେ ନୃତ୍ୟାଙ୍ଗନା ହେବାର ସ୍ବପ୍ନ ଦେଖିଥିଲେ । ଝିଅର ଏଭଳି ଆଗ୍ରହକୁ ଦେଖି ବାପା ଓ ମା’ ତାଙ୍କୁ ସେ ଦିଗରେ ପ୍ରୋତ୍ସାହିତ ମଧ୍ୟ କରିଥିଲେ । ହେଲେ କୋରୋନା ପାଇଁ ସାର ଦେଶ ଲକଡାଉନ ଲାଗୁ ହେବା ଯୋଗୁଁ ସେ ନୃତ୍ୟ ଶିଖିବାକୁ ଯାଇପାରିନଥିଲେ । ଘରେ କିଛି ସମୟ ଅଭ୍ୟାସ କରିବା ପରେ ବଳକା ସମୟ ବିଭିନ୍ନ ସୋସିଆଲ ମିଡିଆରେ ନିଜକୁ ବ୍ୟସ୍ତ ରଖିବାକୁ ବାଧ୍ୟ ହୋଇଥିଲେ ।

ଏହି ସମୟରେ ସେ ସୁନ୍ଦରୀ ପ୍ରତିଯୋଗିତା ହେଉଥିବା କଥା ଜାଣିବାକୁ ପାଇଥିଲେ । ଏହାପରେ ସେ ଏଥିରେ କିଭଳି ସଫଳ ହେବେ ସେନେଇ ପ୍ରସ୍ତୁତି ଆରମ୍ଭ କରିବା ସହ ସୁନ୍ଦରୀ ପ୍ରତିଯୋଗିତାରେ ସଫଳ ହେବାର ସ୍ବପ୍ନ ଦେଖିଥିଲେ । ଏଥିପାଇଁ ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଆବେଦନ କରିଥିଲେ । ସେଠାରୁ ଡକରା ଆସିବା ପରେ ଅନଲାଇନ ମାଧ୍ୟମରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ସ୍ଥାନରୁ ୫୨ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ । ସେଥିମଧ୍ୟରୁ ଓଡିଶାରୁ ୨ଜଣ ପ୍ରତିଯୋଗୀ ରହିଥିଲେ ।

କୁଇଜ୍, ନୃତ୍ୟ, ସୁନ୍ଦର ବେଶ ପୋଷାକ ଆଦି ବିଭିନ୍ନ ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦ୍ବାରା ସେ ଏହି ସପଳତା ପାଇଥିବା କହିଛନ୍ତି । ଦୀର୍ଘ ଦିନର ପ୍ରୟାସ ପରେ ଆଜି ମୋନିକାଙ୍କୁ ମିଳିଛି ଏହି ସଫଳତା । । ଏହା ସହ ସେ ନିଜ ପାଠପଢାରେ ମଧ୍ୟ ସମୟ ଦେଉଛନ୍ତି ଏବଂ ସେଥିରେ ମଧ୍ୟ ଯେମିତି ଭଲ କରିପାରିବେ ସେଥିପଇଁ ପ୍ରୟାସ କରଥିବା କହିଛନ୍ତି ମୋନିକା । ସେ ଭବିଷ୍ୟତରେ ଜଣେ ଅଭିନେତ୍ରୀ ସହ ନିଜର ପରିବାର ପ୍ରତିପୋଷଣ ପାଇଁ ଭଲ ଚାକିରି କରିବା ପାଇଁ ଆଶା ରଖିଥିବା ସେ କହିଛନ୍ତି ।

ମୋନିକା ଏହି ସଫଳତାର ଶ୍ରେୟ ନିଜ ବାପା, ମା ଏବଂ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି । ସାଙ୍ଗମାନେ ମଧ୍ୟ ତାଙ୍କୁ ବହୁତ ପ୍ରୋତ୍ସାହିତ କରିଥିବା କହିଛନ୍ତି ମୋନିକା । ପରିବାର ଲୋକେ ମୋତେ ସ୍ବାଧୀନତାର ସହ କାମ କରିବାକୁ ସୁଯୋଗ ଦେଇଥିବାରୁ ସେ ଏହି ସଫଳତା ପାଇପାରିଥିବା କହିଛନ୍ତି । ଝିଅର ଏହି ସଫଳତାକୁ ନେଇ ଉଭୟ ବାପା ପ୍ରତାପ ଚନ୍ଦ୍ର ପଣ୍ଡା ଏବଂ ମାତା ରଶ୍ମିତା ପଣ୍ଡା ଖୁସି ପ୍ରକାଶ କରିବା ସହ ଏହି ଲାଇନରେ ସେ ଆହୁରି ଆଗକୁ ଯାଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ।

ମୋନିକାର ଏହି ସଫଳତା ତାଙ୍କ ପାଇଁ ଗର୍ବ । ପିଲାଟି ବେଳରୁ ସେ ଯାହା କିବାକୁ ଚାହିଁଛି ସ୍ବାଧୀନତାର ସହ କରିବାକୁ ପିତାମାତା ପ୍ରଶୟ ଦେଇଆସିଥିବା କହିଛନ୍ତି । ଏଣୁ ଆଗାମୀ ଦିନରେ ବି ସେ ଯାହା କରିବାକୁ ଚାହିଁବ ସେମାନେ ସେଥିରେ କୌଣସି ବାଧକ ନହୋଇ ପ୍ରୋତ୍ସାହିତ କରିବେ ବୋଲି କହିଛନ୍ତି । ମୋନିକାଙ୍କ ଏହି ସଫଳତା ପାରଳାଖେମୁଣ୍ଡି ସହର ତଥା ଓଡିଶା ପାଇଁ ଏକ ଗୌରବର କଥା । ଏଣୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.