ଗଜପତି: ସୀମା ସଶସ୍ତ୍ର ବଳ(Services Selection Board) ଯବାନଙ୍କ କ୍ୟାମ୍ପରେ ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ବିହାରର ବୀରପୁର ଠାରେ ଥିବା ଟ୍ରେନିଂ କ୍ୟାମ୍ପରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଜଣେ ଯବାନ ପ୍ରାଣ ହରାଇଛନ୍ତି । ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ଘଟିଥିବା ଜଣାପଡ଼ିଛି ।

ମୃତ ଯବାନ ହେଉଛନ୍ତି ରାୟଗଡ ବ୍ଲକ ଅନ୍ତର୍ଗତ ଏସ. କରଡ଼ା ସିଂ ପଂଚାୟତ କୁରୁଗୁବା ଗାଁର ପର୍ଶୁରାମ ଶବର(24) । ସେ ସୀମା ସଶସ୍ତ୍ର ବଳ(SSB)ରେ ଯବାନ ଭାବେ ଯୋଗ ଦେଇ ବିହାରର ବୀରପୂର ଠାରେ ଟ୍ରେନିଂରେ ଥିବାବେଳେ ସେଠାର କ୍ୟାମ୍ପରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଉକ୍ତ ଯବାନ ପୋଡି ହୋଇ ପ୍ରାଣ ହରାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ଏ ନେଇ ସୂଚନା ଦିଆଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ