ETV Bharat / state

ନିଆରା ବ୍ୟକ୍ତିତ୍ବ ନିହାର, ଲକଡାଉନରେ ଅସହାୟଙ୍କୁ ହେଉଛନ୍ତି ସାହା

author img

By

Published : Mar 30, 2020, 11:45 PM IST

ଲକଡାଉନ ଭଳି ପରିସ୍ଥିତିରେ ଲୋକେ ଘରୁ ବାହାରକୁ ପାଦ କାଢୁ ନଖଥିବା ବେଳେ ଏହି ଆସହାୟଙ୍କ ପାଖରେ ପହଞ୍ଚିଛନ୍ତି ପାରଳାଖେମୁଣ୍ଡି କବିଚନ୍ଦ୍ର ସାହିର ନିହାର ରଞ୍ଜନ ପଣ୍ଡା ।

niaras-personality-is-reaching-out-to-the-helpless-in-nihar-lockdown
ନିଆରା ବ୍ୟକ୍ତିତ୍ବ ନିହାର, ଲକଡାଉନରେ ପହଞ୍ଚୁଛନ୍ତି ଅସହାୟଙ୍କ ପାଖରେ

ଗଜପତି: କୋରୋନା ଭୟ ପାଇଁ ସାରା ଦେଶ ଏବେ ଲକଡାଉନ । ଆଉ ଏହି ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଅସହାୟ ଓ ଗୃହହିନ ମଣିଷ । ଏହି ଜରୁରୀକାଳିନ ପରିସ୍ଥିତିରେ ଲୋକେ ଘରୁ ବାହାରକୁ ପାଦ କାଢୁ ନଖଥିବା ବେଳେ ଏହି ଆସହାୟଙ୍କ ପାଖରେ ପହଞ୍ଚିଛନ୍ତି ପାରଳାଖେମୁଣ୍ଡି କବିଚନ୍ଦ୍ର ସାହିର ନିହାର ରଞ୍ଜନ ପଣ୍ଡା ।

ଗୃହହୀନମାନଙ୍କୁ ଆଣି ପ୍ରଶାସନର ସହାୟତାରେ ଗୋଟିଏ ସ୍ଥାନରେ ରଖିବା ସହ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ଦୁଇ ଦେଳା ଖାଦ୍ୟ ପ୍ରଦାନ କରୁଛନ୍ତି । ସେମାନଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ସହ ପାଣି ବଟଲ ବାଣ୍ଟୁଛନ୍ତି । ସେହିପରି ହାତ ସଫା କରିବା ପାଇଁ ସେମାନଙ୍କୁ ପ୍ରଥମେ ସାନାଟାଇଜର ମଧ୍ୟ ଦେଉଛନ୍ତି । ତେବେ ଏହି କାମରେ ତାଙ୍କୁ କିଛି ସ୍ଥାନୀୟ ଯୁବକ ମଧ୍ୟ ସହାୟତା କରୁଛନ୍ତି । ଅନ୍ୟପଟେ ଲକଡାଉନ ପାଇଁ ଗାଡିମଟର ସବୁ ବନ୍ଦ ରହିଥିବା ବେଳେ ନିଜ ବାଇକ ଓ ଅଟୋ ଯୋଗେ ଏମାନେ ଖାଦ୍ୟ ବଣ୍ଟନ କରିବାରେ ଲାଗିଛନ୍ତି । ଏଥିପାଇଁ ଗଜପତି ଜିଲ୍ଲା ରକ୍ତାଦାତା ସଂଘ ଏବଂ ଆକର୍ସ ଏସୋସିଏସନ ତାଙ୍କୁ କିଛି ସହାୟତା ଯୋଗାଇଥିବା କହିଛନ୍ତି ନିହାର ।

ତେବେ ପେଶାରେ ନିହାର ଜଣେ ଯୁବ ଇଂଜିନିୟର । ହାଇଦ୍ରାବାଦର ଏକ ନାମୀ କମ୍ପାନିରେ ଚାକିରି କରିଥିଲେ । ମାତ୍ର ସେବାର ନିଶା ତାଙ୍କୁ ନିଜ ଜନ୍ମମାଟିକୁ ଟାଣି ଆଣିଥିଲା । ପରେ ତାଙ୍କ ସାଙ୍ଗମାନଙ୍କ ସହାୟତାରେ ଆରମ୍ଭ କଲେ ‘‘ଜୟ ଅଫ ଗିଭିଂ’’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା । ଜିଲ୍ଲାରେ ଥିବା ଅସହାୟ ତଥା ଦିବ୍ୟାଙ୍ଗ ବ୍ୟାକ୍ତିଙ୍କୁ ‘‘ରାତ୍ର ଆଶ୍ରୟ ସ୍ଥଳି’’ ଦେଲେ ଆଶ୍ରୟ । ସେହିପରି ବିଭିନ୍ନ ସ୍ଥାନରୁ ଅର୍ଥ ସଂଗ୍ରହ କରି ଏହି ଅସହାୟମାନଙ୍କୁ ଖାଦ୍ୟ ଯୋଗାଇବା ସହ ଆରମ୍ଭ କରିଥିଲେ ସେମାନଙ୍କର ଚିକିତ୍ସା ।

ନିହାରଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ସ୍ବାଗତ କରାଯିବା ସହ ଏଥିପାଇଁ ପ୍ରଶାସନିକ ସ୍ତରରେ ତାଙ୍କୁ ସହାୟତା ଯୋଗାଇ ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଗଜପତିରୁ ହରିହର ପଟ୍ଟନାୟକଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.