ଗଜପତି: ରାଜ୍ୟରେ ଆଜି(ମଙ୍ଗଳବାର) ପୁଣି 7 ଟି ନୂଆ କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ 3 ଜଣ ତାମିଲନାଡ଼ୁ ଫେରନ୍ତା ହୋଇଥିବାବେଳେ 3 ଆନ୍ଧ୍ରପ୍ରଦେଶ ଓ ଜଣେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡିଛି ।
ଏମାନେ ଗଜପତି ଜିଲ୍ଲାକୁ ଆସିବା ପରେ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିଲେ। ତେବେ ସମସ୍ତ 7 ଜଣଙ୍କୁ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।
ତେବେ ବର୍ତ୍ତମାନ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 106ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ 60 ଜଣ ସୁସ୍ଥ ହୋଇସାରିଛନ୍ତି । 46 ଜଣ ଆକ୍ରାନ୍ତ ଆର୍ ସୀତାପୁରସ୍ଥିତ କୋଭିଡ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ