ETV Bharat / state

ସରକାରୀ ଅବହେଳାରେ ପାରଳାଖେମୁଣ୍ଡି ମହିଳା ଡିଗ୍ରୀ କଲେଜ - ପାରଳାଖେମୁଣ୍ଡି ମହିଳା ଡିଗ୍ରୀ କଲେଜ

ପାରଳାଖେମୁଣ୍ଡି ମହିଳା ଡିଗ୍ରୀ କଲେଜ ସରକାରୀ ଅବହେଳାର ଶିକାର ହୋଇଛି । ଦୀର୍ଘ ବର୍ଷଧରି କଲେଜ ଚାଲୁଥିଲେ ମଧ୍ୟ କୌଣସି ଭିତ୍ତିଭୂମି ନାହିଁ । ତେଣୁ ଏହାର ଛାତ୍ରୀମାନେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Sep 13, 2019, 11:55 PM IST

ଗଜପତି: ପାରଳାଖେମୁଣ୍ଡି ସ୍ଥିତ ମହିଳା ଡିଗ୍ରୀ କଲେଜର ନିଜସ୍ବ କୋଠା ନ ଥିବାରୁ ଛାତ୍ରୀମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ସ୍ଥାନରେ ଉଭୟ କନିଷ୍ଠ ଓ ଡିଗ୍ରୀ କଲେଜର କ୍ଳାସ ପଡୁଛି । ସେଥିପାଇଁ ଡିଗ୍ରୀ କଲେଜର କ୍ଲାସ ସକାଳେ କରାଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଛାତ୍ରୀମାନେ ଆସୁଥିବା ବେଳେ ସେମାନଙ୍କ ରହିବା ପାଇଁ ଛାତ୍ରୀନିବାସ ମଧ୍ୟ ନାହିଁ । ଫଳରେ ସେମାନେ କ୍ଲାସ କରିବାକୁ ସକାଳୁ ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

2011 ମସିହା ପୂର୍ବରୁ ଗୋଟିଏ ସ୍ଥାନରେ ମହିଳା ମହାବିଦ୍ୟାଳୟ ପରିଚାଳିତ ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ କନିଷ୍ଠ ଓ ଡିଗ୍ରୀ ଭାଗ ହୋଇଥିଲା । ପରେ ମହାବିଦ୍ୟାଳୟର କୋଠାଟି କନିଷ୍ଠ ମହାବିଦ୍ୟାଳୟ ଅଧୀନରେ ରହିଥିଲା । ଏହାପରଠାରୁ ଡିଗ୍ରୀ କଲେଜର ନିଜସ୍ବ କୋଠା ନାହିଁ । ତେଣୁ କନିଷ୍ଠ ମହାବିଦ୍ୟାଳୟ ଦୟାରେ ହିଁ ମହିଳା ମହାବିଦ୍ୟାଳୟ ଚାଲିଛି ।

କଲେଜର ଭିତ୍ତିଭୂମି ବାବଦରେ ସରକାରଙ୍କୁ ବାରମ୍ବାର ଚିଠି ଲେଖି ଅନୁରୋଧ କରାଯାଇଥିଲେ ମଧ୍ୟ ଆଜି ଯାଏ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । କେବଳ ପ୍ରତିଶ୍ରୁତି ଦେଇ କାମ ସାରିଦେଉଛି ପ୍ରଶାସନ । ତେବେ ସରକାର ଅତିଶୀଘ୍ର ଭିତ୍ତିଭୂମି ଯୋଗାଇଦେବା ନେଇ କଲେଜର ଅଧ୍ୟକ୍ଷା ଆଶା ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ହେଲା ବିନା ଭିତ୍ତିଭୂମିରେ ଏକ ଶିକ୍ଷା ଅନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଏଥିପ୍ରତି ସରକାରଙ୍କ ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟ । ତେବେ ସରକାରଙ୍କ ଦୃଷ୍ଟି କେବେ ପଡିବ ତାହା ଦେଖିବାକୁ ବାକି ରହିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG- NEGLECTED WOMANS COLLEGE
FORMAT-PKG
REPORTER-HARIHARA PATNAIK
PLACE-GAJAPATI
DATE-13.09.2019         
ଆଙ୍କର-ମହିଳାଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଘୋଷଣା କରିଛନ୍ତି । ହେଲେ ଏଥିରେ ସରକାର ଆନ୍ତରିକତା କତେ ତାହା ପାରଳାଖେମୁଣ୍ଡି ସ୍ଥିତ ମହିଳା ଡିଗ୍ରୀ କଲେଜର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି । ନା ଏହି କଲେଜର କୋଠା ଅଛି ନା ଅଛି ଛାତ୍ରୀ ନିବାସ । ବର୍ତ୍ତମାନ କନିଷ୍ଠ ମହାବିଦ୍ୟାଳୟର ଦୟାରେ ତାଙ୍କ କୋଠାରେ ଏହା ଚାଲୁଛି । ଫଳରେ ଛାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଭିଓ 01-ମହିଳାମାନଙ୍କ ଶିକ୍ଷା ପାଇଁ ପାରଳାଖେମୁଣ଼୍ଡି ସର୍ବାଗ୍ରେ ରହିବ । କାରଣ ଯେଉଁ ସମୟରେ ସାରା ଦେଶରେ ନାରୀଙ୍କୁ ଘର କୋଣରେ ରହିବାକୁ ବାଧ୍ୟ କରାଯାଉଥିଲା, ସେହି ସମୟରେ ହିଁ ପାରଳାଖେମୁଣ୍ଡି ମହାରାଜାଙ୍କ ଉଦ୍ୟମରେ ସ୍ଥାପନ ହୋଇଥିଲା ବାଳିକା ବିଦ୍ୟାଳୟ । ଅନେକ ବର୍ଷ ଯାଏଁ ମହିଳାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍ବତନ୍ତ୍ର କଲେଜ ନଥିବାରୁ ତତ୍କାଳୀନ ପାରଳାଖେମୁଣ୍ଡିର ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ମହିଳା ମହାବିଦ୍ୟାଳୟ । କିଛିଦିନ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ଏହା ଚାଲିଥିବା ବେଳେ ପରବର୍ତି ସମଯରେ ଏହାର ନିଜସ୍ବ କୋଠାକୁ ସ୍ଥାନାନ୍ତର ହୋଇଥିଲା । ହେଲେ 2011 ମସିହାରେ ସରକାରଙ୍କ ନିର୍ଦ୍ଦେଶନାମା ଅନସୁସାରେ କନିଷ୍ଠ ଓ ଡିଗ୍ରୀ ଭାଗ ହେଲା ପରେ ଏହି କୋଠା କନିଷ୍ଠ ମହାବିଦ୍ୟାଳୟ ନାମରେ ରହିଥିଲା । ଫଲରେ ସେହିଦିନ ଠାରୁ ଡିଗ୍ରୀ କଲେଜ ପାଇଁ ନିଜସ୍ବ କୋଠା ନାହିଁ । ତେଣୁ କନିଷ୍ଠ ମହାବିଦ୍ୟାଳୟ କୋଠାରେ ହିଁ ତାଙ୍କରି ଦୟାରେ ଏକ ପ୍ରକାର ଚାଲିଛି । ଦିନରେ କନିଷ୍ଠ ମହାବିଦ୍ୟାଳୟର କ୍ଲାସ ହେଉଥିବାରୁ ଡିଗ୍ରୀ କଲେଜର କ୍ଳାସ ସକାଳୁ କରିବାକୁ ପଡୁଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଛାତ୍ରୀମାନେ ଆସିଥିବା ବେଳେ ସେମାନଙ୍କ ରହିବା ପାଇଁ ଛାତ୍ରୀନିବାସ ମଧ୍ୟ ନାହିଁ । ଫଳରେ ସେମାନେ କ୍ଲାସ କରିବାକୁ ସକାଳୁ ଆସିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ଏହା ଯୋଗାଇଦେବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି ।...........
         ବାଇଟ୍ 01-ଲିନୁ ସୁବୁଦ୍ଧି ( ଛାତ୍ରୀ )
         ବାଇଟ୍ 02-ରଶ୍ମିତା ଷଡଙ୍ଗୀ ( ଛାତ୍ରୀ )
ଭିଓ 02-କଲେଜର ଭିତ୍ତିଭୂମି ଅଭାବ ରହିଥିବା ବେଳେ ଏହାକୁ ଯୋଗାଇ ଦେବା ପାଇଁ ସରକାରଙ୍କୁ ବାରମ୍ବାର ଚିଠି ଲେଖି ଅନୁରୋଧ କରାଯାଇଥିଲେ ମଧ୍ୟ ଆଜି ଯାଏଁ ଏହା ହୋଇପାରିନାହିଁ । ସବୁବେଳେ ଏହାକୁ ନେଇ କେବଳ ପ୍ରତିଶୃତି ମିଳୁଛି ସିନା କିଛି ଲାଭ ହେଉନାହିଁ । ତେଣୁ ବହୁ ସମସ୍ୟା ମଧ୍ୟରେ କଲେଜ ଚାଲୁଛି । ତେବେ ସରକାର ଅତିଶୀଘ୍ର ଏହା ଯୋଗାଇଦେବା ନେଇ କଲେଜର ଅଧ୍ୟକ୍ଷା ଆଶା ପ୍ରକାଶ କରିଛନ୍ତି ।.................
         ବାଇଟ୍ 03-ରୀନା ସାହୁ ( ଅଧ୍ୟକ୍ଷା, +3ମହିଳା ମହାବିଦ୍ୟାଳୟ)
ଫାଭିଓ-ଦୀର୍ଘ ବର୍ଷ ହେଲା ବିନା ଭିତ୍ତିଭୂମିରେ ଏକ ଶିକ୍ଷା ଅନୁଷ୍ଠାନ ଚାଲିଥିବା ବେଳେ ଏଥିପ୍ରତି ସରକାରଙବ୍କ ଶୁଭଦୃଷ୍ଟି ନପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ସରକାରଙ୍କ ଶୁଭଦୃଷ୍ଟି ଏହା ଉଫପରେ କେବେ ପଡିବ ତାହା ଉପରେ ସମସ୍ତଙ୍କ ନଜର ।............
.......................ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ।..........................Body:SLUG- NEGLECTED WOMANS COLLEGE

.......................ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ।..........................Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.