ETV Bharat / state

ଅଧାବାଟରେ ହାତ ଛାଡିଦେଲା ପ୍ରଶାସନ; ଲେମନ ଗ୍ରାସ ମେସିନ ଅଚଳ, ଚାଷୀ ହତାଶ

ଲେମ୍ବୁ ଘାସ ଚାଷ ଏକ ଲାଭଦାୟକ ଚାଷ ହୋଇଥିବା ଯୋଗୁଁ ଏଥିପାଇଁ ଗୁମା ବ୍ଳକର ଆଦିବାସୀଙ୍କୁ ପ୍ରବର୍ତାଇଥିଲା ପ୍ରଶାସନ । ଏଣୁ ଏହି ଚାଷ ଆରମ୍ଭ କରିଥିଲେ ଲୋକେ । କିନ୍ତୁ ଠିକା ନେଇଥିବା ସଂସ୍ଥା ଏହାକୁ ଅଧପନ୍ତରିଆ କରି ରଖିଛି । ଯାହାକୁ ନେଇ କ୍ଷତି ସହୁଥିବା ଚାଷୀ ଆଉ ଚାଷ କରିବେ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ।

author img

By

Published : Nov 19, 2020, 10:40 PM IST

lemon-grass-farmer-harased
lemon-grass-farmer-harased

ଗଜପତି: ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ପ୍ରସ୍ତୁତ କରୁଛନ୍ତି ଅନେକ ଯୋଜନା । ସେହିଭଳି ଲେମ୍ବୁ ଘାସ ଚାଷ ଏକ ଲାଭଦାୟକ ଚାଷ ହୋଇଥିବା ଯୋଗୁଁ ଏଥିପାଇଁ ଗଜପତି ଜିଲ୍ଲା ଗୁମା ବ୍ଳକର ଆଦିବାସୀଙ୍କୁ ମଧ୍ୟ ପ୍ରବର୍ତାଇଥିଲା ପ୍ରଶାସନ । ଫଳରେ ଗତ ୨୦୦୮ ମସିହାରେ ଲୋକେ ଏହି ଚାଷ ଆରମ୍ଭ କରିଥିଲେ । ସେମାନେ ଉତ୍ପାଦନ କରିଥିବା ଲେମ୍ବୁ ଘାସରୁ ତେଲ ବାହାର କରିବା ପାଇଁ ଆବଶ୍ୟକୀୟ ସରଞ୍ଜାମ ମିଳିଥିଲା । କିନ୍ତୁ ଠିକା ନେଇଥିବା ସଂସ୍ଥା ଏହାକୁ ଅଧପନ୍ତରିଆ କରି ରଖିଛି ।

ଲେମନ ଗ୍ରାସ ମେସିନ ଅଚଳ, ଚାଷ କରି ହତାସ ଚାଷୀ

ଇତି ମଧ୍ୟରେ ୧୨ ବର୍ଷରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଏହି କାମ ଶେଷ ହୋଇନାହିଁ । ଯୋଜନା ପାଇଁ ଆସିଥିବା ଅନେକ ଯନ୍ତ୍ରପାତୀ ଏବେ ଖତ ଖାଇବାରେ ଲାଗିଛି । ସେପଟେ ତେଲ ପ୍ରସ୍ତୁତ କରିବା ପାଇଁ ଚାଷୀ ଘାସକୁ ଗୁଣପୁର ନେଉଥିବା ବେଳେ, ତେଲବିକ୍ରିରୁ ମିଳୁଥିବା ଅର୍ଥ କେବଳ ବାଟ ଖର୍ଚ୍ଚରେ ହିଁ ଚାଲି ଯାଉଛି । ଯାହାକୁ ନେଇ କ୍ଷତି ସହୁଥିବା ଚାଷୀ ଆଉ ଚାଷ କରିବେ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଦୀର୍ଘ ବର୍ଷ ହେଲା ମେସିନ ସ୍ଥାପନ ହୋଇପାରିନଥିବା ଯୋଗୁଁ କେବଳ ନିରୀହ ଆଦିବାସୀମାନ କ୍ଷତି ସହିଛନ୍ତି ତାହା ନୁହେଁ, ଏହାଦ୍ବାରା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା ମଧ୍ୟ କୌଣସି କାମରେ ନଲାଗି ପାଣିରେ ପଡିବା ଭଳି ହୋଇଛି । ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, ଏହି ଯୋଜନା ମାଧ୍ୟମରେ ଏହି ପ୍ରକଳ୍ପ କରାଯାଇଥିଲା । କିନ୍ତୁ ଏହା ସଂପୂର୍ଣ୍ଣ ହୋଇପାରି ନାହିଁ । ତେବେ ଅତିଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।

ପ୍ରକଳ୍ପ ପାଇଁ ଯୋଜନା କରିବା ସହ ବ୍ୟବୟବରାଦ କରାଯିବାକୁ ଇତି ମଧ୍ୟରେ ବିତିସାରିଲାଣି 12 ବର୍ଷରୁ ଅଧିକ ସମୟ । ତଥାପି ସଂପୂର୍ଣ୍ଣ ହୋଇନାହିଁ କାର୍ଯ୍ୟ । ତେବେ ଏହାକୁ ସଂପୂର୍ଣ୍ଣ କରିବା ସହ କାର୍ଯ୍ୟକ୍ଷମ ପାଇଁ ଆଉ କେତେ ସମୟ ଲାଗୁଛି ତାହା ଦେଖିବାର କଥା ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.