ଗଜପତି: ମୋହନା ବ୍ଲକ ଲୁହାଗୁଡି ଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୋହନା ବ୍ଲକ ମଳାସ ପଦର, କର୍ଚ୍ଚବାଡି, ମେରାପଲ୍ଲୀ ଆଦି ପଞ୍ଚାୟତର ଶତାଧୀକ ଯୁବକ ବିଜେପି ଏବଂ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ।
ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଏବଂ ପୃଥ୍ବୀରାଜ ସାହୁଙ୍କ ଉପସ୍ଥିତିରେ ଯୁବକ ମାନେ ବିଜେଡିରେ ସାମିଲ ହୋଇଥିବା ବେଳେ ଏମାନଙ୍କୁ ବିଜେଡି ପକ୍ଷରୁ ସ୍ବାଗତ କରାଯାଇଛି । ଏମାନଙ୍କ ଯୋଗଦାନ ବିଜେଡିର ଶକ୍ତିକୁ ଆହୁରି ବଢାଇଛି ଏବଂ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡି ସର୍ବାଧୀକ ଆସନରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଦଖଲ କରିବ ବୋଲି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ