ETV Bharat / state

'ହେରା ପଞ୍ଚମୀ' ପାଇଁ ଲୋକାରଣ୍ୟ ବଳଦେବଜୀଉ ମନ୍ଦିର - gajapati

ଗଜପତି ଜିଲ୍ଲା ଜିରାଙ୍ଗ ବଳଦେବଜୀୟୁଙ୍କ ମନ୍ଦିରରେ ହେରାପଞ୍ଚମୀ ଖୁବ ଧୁମଧାମରେ ପାଳିତ ହେଉଛି । ଶହ ଶହ ମାନସିକ ଧାରୀ ଆଜି ଠାକୁରଙ୍କ ନିକଟରେ ଅମୃତଭାଣ୍ଡ ଭୋଗ ଲଗାଇବା ସହ ମୁଣ୍ଡନ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଗଜପତି
author img

By

Published : Jul 8, 2019, 7:43 PM IST

ଗଜପତି: ଆଜି ପବିତ୍ର 'ହେରା ପଞ୍ଚମୀ' । ରଥଯାତ୍ରା ପରଠୁ ପଞ୍ଚମୀ ଦିନକୁ 'ହେରା ପଞ୍ଚମୀ' କୁହାଯାଏ । ରାଜ୍ୟର ସମସ୍ତ ସ୍ଥାନରେ ପବିତ୍ର ହେରାପଞ୍ଚମୀ ଖୁବ ଧୁମ ଧାମରେ ପାଳିତ ହେଉଛି । ତେବେ ଗଜପତି ଜିଲ୍ଲା ଜିରାଙ୍ଗ ଠାରେ ଥିବା ବଳଦେବ ଜୀଉ ମନ୍ଦିରରେ ଏହି ପର୍ବ ଟିକେ ନିଆରା ଢଙ୍ଗରେ ପାଳିତ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

ଏଠାରେ ମାନସିକ କଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ମାନସିକଧାରୀ ହେରାପଞ୍ଚମୀ ଦିନ ଅମୃତଭାଣ୍ଡ ଠାକୁରଙ୍କ ନିକଟରେ ଭୋଗ ଲଗାଇବା ସହ ମୁଣ୍ଡନ ହେବାର ପରମ୍ପରା ରହିଛି । ଏନେଇ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଓଡିଶାର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ଏହି ମନ୍ଦିରକୁ ।

ଇତିହାସ କୁହେ କଳା ପାହାଡ ଆକ୍ରମଣ କରିବା ସମୟରେ ପୁରୀ ଗଜପତି ବଳଦେବ ଜୀଉଙ୍କୁ ଏଠାରେ ଲୁଚାଇ ରଖିଥିଲେ । ସେହି ସମୟରେ ଏଠାକାର ଆଦିମ ଆଦିବାସୀ ମାନେ ବଳଦେବ ଜୀଉଙ୍କୁ କଦଳୀ, ନଡିଆ ସହ ବିଭିନ୍ନ ପାଚିଲା ଫଳ ଖାଇବାକୁ ଦେବାସହ ଗୌଡମାନେ କ୍ଷୀର,ଦହୀ,ଛେନା ଆଦି ଖାଇବାକୁ ଦେଇଥାନ୍ତି । ଖାସ୍ ସେଇଥିପାଇଁ ବଳଦେବ ଜୀଉ ଏଠାରେ ରହିଯାଇଥିବା ବିଶ୍ବାସ ରହିଛି । କଥାରେ ଅଛି, ମାନିଲେ ଠାକୁର ନମାନିଲେ ପଥର । ସେଥିପାଇଁ ତ ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ଅକ୍ଷାତ ପଲ୍ଲୀ ପାଲଟି ଯାଏ ଲୋକାରଣ୍ୟ । ଏଠାରେ ଯଦିଓ 3 ଠାକୁରଙ୍କ ମୂର୍ତ୍ତି ରହିଛି । ତଥାପି ବଳଦେବ ଜୀଉ ହିଁ ଏଠାକାର ପ୍ରତିଷ୍ଠିତ ଠାକୁର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

SLUG - HERAPANCHAMI
FORMAT - PKG
REPORT- HARIHARA PATNAIK 
PLACE - GAJAPATI
DATE - 08.07.2019
ଆଙ୍କର - ରାଜ୍ୟର ସମସ୍ତ ସ୍ଥାନରେ ପବିତ୍ର ହେପାପଂଚମୀ ଖୁବ ଧୁମ ଧାମରେ ପାଳିତ ହେଉଛି  । ତେବେ ଗଜପତି ଜିଲ୍ଲା ଜିରାଙ୍ଗ ଠାରେ ଥିବା ବଳଦେବ ଜିରାଙ୍ଗ ପୀଠରେ ହେରାପଂଞ୍ଚମୀ ଟିକେ ନିଆରା ଢଙ୍ଗରେ ପାଳିତ ହେଉଛି  । ଏଠାରେ ମାନସିକ କଲେ ମନସ୍କାମନା ପୁରଣ ହୋଇଥାଏ ଏବଂ ଏହା ପରେ ମାନସିକଧାରୀ ହେରାପଞ୍ଚମୀ ଦିନ ଅମୃତଭାଣ୍ଡ ଠାକୁରଙ୍କ ନିକଟରେ ଭୋଗ ଲାଗାଇବା ସହ ମୁଣ୍ଡନ ହେବାର ପରମ୍ପରା ରହିଛି  । ତେଣୁ ସେହି ଦିନ ଓଡିଶା ତଥା ଓଡିଶା ବାହାରର ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ  । 
ଭିଓ 01- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଠାରେ ଥିବା ବଳଦେବ ଜୀଉଙ୍କ ମନ୍ଦିରରେ ଖୁବ ଧୁମ ଧାମରେ ପାଳିତ ହୋଇଛି ପବିତ୍ର ହେରା ପଞ୍ଚମୀ  । ଏହି ପ୍ରସିଦ୍ଧ ପୀଠକୁ ଆସି ମାନସିକ କଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଛି  । ମାନସିକ ପୂରଣ ହେବା ପରେ ଏହି ହେରା ପଞ୍ଚମୀ ଦିନ ମାନସିକଧାରୀ ମାନେ ଏଠାକୁ ଆସି ଠାକୁରଙ୍କ ନିକଟରେ ଅମୃତଭାଣ୍ଡ ଭୋଗ ଲଗାଇବା ସହ ମୁଣ୍ଡନ ହୋଇଥାନ୍ତି  । କାହିଁ କେଇଁ ଆଦିମ କାଳରୁ  ଏହି ପରମ୍ପରା ରହି ଆସିଛି  । ଏଠାରେ ମାନସିକ କଲେ ନିଶ୍ଚିତ ଭାବେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଥିବାରୁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଓଡିଶାର ବିଭିନ୍ନ ସ୍ଥାନରୁ ଏପରକି ପୋଡଶୀ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ ଏଠାକୁ  । 
ବାଇଟ 01-ପ୍ରକାଶ ଚୌଧୁରୀ ( ଶ୍ରଦ୍ଧାଳୁ )
ବାଇଟ 02-ଗୌରଙ୍ଗ ମହାନ୍ତି ( ଶ୍ରଦ୍ଧାଳୁ )
ଭିଓ 02- ଓଡିଶାର ବିଭିନ୍ନ ମନ୍ଦିର ଉପରେ କଳା ପାହାଡ ଆକ୍ରମଣ କରିବା ସମୟରେ ପୁରୀ ଗଜପତି ବିଭିନ୍ନ ସ୍ଥାନରେ ଠାକୁରଙ୍କୁ ଲୁଚାଇଥିଲେ  । ସେହିସମୟରେ ବଳଦେବ ଜୀଉଙ୍କୁ ଏଠାରେ ଲୁଚାଇ ରଖିଥିବା କହୁଯାଏ  । ଯେତେବେଳେ ଏଠାକାର ଆଦିମ ଅଧିବାସୀ ଆଦିବାସୀ ମାନେ ବଳଦେବଙ୍କୁ କଦଳୀ, ନଡିଆ ଆଦି ଫଳ ପାଚିଲା ଖାଇବାକୁ ଦେଉଥିବା ବେଳେ ଏଠାକାର ଗୌଡ ମାନେ କ୍ଷୀର,ଦହୀ,ଛେନା ଆଦି ଖାଇବାକୁ ଦେଉଥିଲେ  ।  ଏହି ଖାଦ୍ୟ ପାଇଁ ବଳଦେବ ଜୀଉ ଏଠାରେ ରହିଯାଇଥିବା ବିଶ୍ବାସ ରହିଛି  । ତେଣୁ ତାଙ୍କ ଅତିପ୍ରୀୟ କ୍ଷୀର,ଛେନା,କଦଳୀ ଆଦି ବିଭିନ୍ନ ପ୍ରକାର ସାମଗ୍ରୀରେ ତିଆରି ଅମୃତ ଭାଣ୍ଡକୁ ଭକ୍ତମାନେ ଭୋଗ ଲଗାଇଥାନ୍ତି  । କେବଳ ସେତିକି ନୁହେଁ ମାନସିକ ଧାରୀ ମାନଙ୍କ ମନସ୍କାମନା ପୂରଣ ହେବା ପରେ ସେମାନେ ଏଠାରେ ମୁଣ୍ଡନ ହେବାର ମଧ୍ୟ ପରମ୍ପରା ରହିଛି  । ତେଣୁ ବିଭିନ୍ନ ସ୍ଥାନରୁ ମାନସିକ ଧାରୀଙ୍କ ଆଗମନ ହୋଇଥାଏ ଏହି ହେରାପଞ୍ଚମୀ ଦିନ  । 
ବାଇଟ 03- ଚିତ୍ରସେନ ଷଡଙ୍ଗୀ ( ପୂଜକ)
ଫାଭିଓ - ବିଶ୍ବାସ ଏମିତି ଏକ ଜିନିଷ ଯାହା ମାଧ୍ୟମରେ ପଥରବି ବନ ଯାଆଁନ୍ତି ଠାକୁର  । ତେଣୁ ତ ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ଅକ୍ଷାତ ପଲ୍ଲୀ ପାଲଟି ଯାଏ ଲୋକାଣ୍ୟରେ  । ଏଠାରେ ଯଦିଓ 3 ଠାକୁରଙ୍କ ମୁର୍ତ୍ତି ରହିଛି  । ତଥାପି ବଳଦେବ ଜୀଉହିଁ ଏଠାକାର ପ୍ରତିଷ୍ଠିତ ଠାକୁର  । 
............ଗଜପତିରୁ ହରିହର ପଟନାୟକ ଇଟିଭି ନ୍ୟୁଜ  ।.......
VISUAL AND BYTE SENT BY FTP....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.