ETV Bharat / state

ଡିଜିଟାଲ ଯୁଗରେ ହଜିଛି ଗ୍ରୀଟିଂସ କାର୍ଡ - greatings card story latest news

ନବ ବର୍ଷ ଆସିଲେ ସାଙ୍ଗ ସାଥୀ ଭାଇ ଭଉଣୀ ବନ୍ଧୁ ବାନ୍ଧବଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବାକୁ ଲୋକେ ଖୋଜୁଥିଲେ ଗ୍ରିଟିଂସ କାର୍ଡ ବା ଶୁଭେଚ୍ଛା ପତ୍ର । କିନ୍ତୁ ବର୍ତ୍ତମାନ ଡିଜିଟାଲ ଦୁନିଆର ପ୍ରଭାବ ଯୋଗୁଁ ଦିନକୁ ଦିନ ଏହି ପ୍ରଥା ଲୋପ ପାଇଛି । ଡିଜିଟାଲର ମାୟା ଏ ଭଳି ପ୍ରଭାବ ପଡିଛି ଯେ ବର୍ତ୍ତମାନ ଲୋକେ ଆଉ ବ୍ୟବହାର କରୁନାହାନ୍ତି ଶୁଭେଚ୍ଛା ପତ୍ର ବା ଗ୍ରୀଟିଂସ କାର୍ଡ। ଅଧିକ ଫଢନ୍ତୁ...

greatings card affected over the digital era
ନବବର୍ଷ ଶୁଭେଚ୍ଛା କାର୍ଡ : ଡିଜିଟାଲ ଯୁଗରେ ଲୋପ ପାଇଗଲାଣି ଗ୍ରୀଟିଂସ କାର୍ଡ
author img

By

Published : Jan 1, 2021, 9:11 PM IST

ପାରଳାଖେମୁଣ୍ଡି: ନୂତନ ବର୍ଷ ଆସିଲେ ମନେପଡେ ସେହି ପୁରୁଣା କଥା । ସାଙ୍ଗ ସାଥୀ ଭାଇ ଭଉଣୀ ବନ୍ଧୁ ବାନ୍ଧବଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବାକୁ ଲୋକେ ଖୋଜୁଥିଲେ ଗ୍ରିଟିଂସ କାର୍ଡ ବା ଶୁଭେଚ୍ଛା ପତ୍ର । କିନ୍ତୁ ବର୍ତ୍ତମାନ ଡିଜିଟାଲ ଦୁନିଆର ପ୍ରଭାବ ଯୋଗୁଁ ଦିନକୁ ଦିନ ଏହି ପ୍ରଥା ଲୋପ ପାଇଛି । ଡିଜିଟାଲର ମାୟା ଏ ଭଳି ପ୍ରଭାବ ପଡିଛି ଯେ ବର୍ତ୍ତମାନ ଲୋକେ ଆଉ ବ୍ୟବହାର କରୁନାହାନ୍ତି ଶୁଭେଚ୍ଛା ପତ୍ର ବା ଗ୍ରୀଟିଂସ କାର୍ଡ। ଅଧିକାଂଶ ଲୋକେ ଏବେ ଡିଜିଟାଲ ମୋଡରେ ଅଭିନନ୍ଦନ ଜଣାଉଛନ୍ତି । ତଥାପି ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗ୍ରିଟିଂ ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ପସନ୍ଦ କରୁଛନ୍ତି । ଡିଜିଟାଲ ଦୁନିଆରେ ଗ୍ରିଟିଂସ କାର୍ଡର ଚାହିଦା କମିଥିଲେ ମଧ୍ୟ ଗଜପତି ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି ଗ୍ରିଟିଂସ କାର୍ଡ ଦୋକାନ ।

ନବବର୍ଷ ଶୁଭେଚ୍ଛା କାର୍ଡ : ଡିଜିଟାଲ ଯୁଗରେ ଲୋପ ପାଇଗଲାଣି ଗ୍ରୀଟିଂସ କାର୍ଡ

ବର୍ତମାନ ଡିଜିଟାଲ ଦୁନିଆରେ ସବୁ ସମ୍ଭବ ହୋଇପାରୁଛି । ହାତରେ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଧରିଥିଲେ ଜଣେ ଫିଲ୍ମ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାଂସ୍କୃତିକ ଧର୍ମୀ କାର୍ଯ୍ୟକ୍ରମ ସହ ଦେଶ ବିଦେଶର ଖବର ମଧ୍ୟ ଜାଣିପାରୁଛନ୍ତି । ତେଣୁ ସମସ୍ତେ ଏହାକୁ ଆପଣାଇ ନେଇଛନ୍ତି । ଫଳରେ ନିଜର ସଂସ୍କୃତି ଓ ପରମ୍ପରା ସବୁ କିଛି ହଜିଯିବାକୁ ବସିଛି । ସେହିଭଳି ଆଉ ଗୋଟିଏ ବିଷୟ ହେଉଛି ଗ୍ରିଟିଂକାର୍ଡ । ନୂତନ ବର୍ଷ ଆସିଲେ ସମସ୍ତ ଗ୍ରିଟିଂ କାର୍ଡ ଖଣ୍ଡିଏ କିଣି ନିଜର ମନର ଭାବନାକୁ ଏଥିରେ ଲେଖି ସାଙ୍ଗସାଥୀ କିମ୍ବା ବନ୍ଧୁବାନ୍ଧବଙ୍କ ନିକଟକୁ ପଠାଉଥିଲେ କିମ୍ବା ନିଜେ ନେଇ ଦେଇ ଆସୁଥିଲେ । ଡିଜିଟାଲ ମୋଡର ପ୍ରଭାବରେ ଏହା ବି ହଜିଯିବାକୁ ବସିଛି । ଅଧିକାଂଶ ଲୋକେ ଏବେ ଡିଜିଟାଲ ମୋଡରେ ଅଭିନନ୍ଦନ ଜଣାଉଛନ୍ତି । ତଥାପି ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗ୍ରିଟିଂ ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ପସନ୍ଦ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ, ଡିଜିଟାଲ ମୋଡରେ ମେସେଜ ଦେଲେ ତାହା ଯଦିଓ ଶୀଘ୍ର ପହୁ କିନ୍ତୁ ତାହା ସେହିଭଳି ଶୀଘ୍ର ଡିଲିଟ୍ ମଧ୍ୟ ହୋଇଯାଏ । ଏହାକୁ ସାଇତି ରଖିବା ସମ୍ଭବ ନୁହେଁ । ତେଣୁ ଆଜିକାଲିର ବନ୍ଧୁତ୍ବର ଆବସ୍ଥା ମଧ୍ୟ ସେହି ସମାନ । କିନ୍ତୁ ଆଗରୁ ଗ୍ରଟିଂ ମାଧ୍ୟମରେ ଅଭିନନ୍ଦନ ଜଣାଇଲେ ଲୋକେ ବର୍ଷ ବର୍ଷ ଧରି ଏହାକୁ ସାଇତି ରଖୁଥିଲେ ଏବଂ ନିଜର ସୃତିକୁ ମନେପକାଉଥିଲେ । ଫଳରେ ସଂପର୍କର ନିବିଡତା ମଧ୍ୟ ରହୁଥିଲା ବୋଲି କହିଛନ୍ତି ଗ୍ରିଟିଂକୁ ଆଜି ଭଲ ପାଉଥିବା ଲୋକେ ।

ଆଗରୁ ହଜାର ହଜାର ଲୋକେ ଗ୍ରିଟିଂ କିଣୁଥିଲେ । ଦୂରଦୂରାନ୍ତକୁ ପହଞ୍ଚିବାକୁ ଥିବା ଗ୍ରିଟିଂ ମାସକ ଆଗରୁ କିଣି ପଠାଉଥିଲେ ଲୋକେ । ଫଳରେ ଏହି ବ୍ୟବସାୟ ମାସକ ଆଗରୁ ଆରମ୍ଭ ହେଉଥିଲା । ପାରଳାଖେମୁଣ୍ଡି ସହରରେ 50ରୁ ଅଧିକ ଗ୍ରିଟିଂ ଦୋକାନ ମଧ୍ୟ ବସୁଥିଲା । କିନ୍ତୁ ବର୍ତ୍ତମାନ ଆଉ ସେଭଳି ଚାହିଦା ନଥିବାରୁ ଦୋକାନ ଆଉ ନାହିଁ କହିଲେ ଚଳେ । ତଥାପି ପାରଳାଖେମୁଣ୍ଡିର ଜଣେ ବ୍ୟବସାୟୀ ଏହି ଦୋକାନ କରୁଛନ୍ତି । ଗ୍ରିଟିଂକୁ ଭଲପାଉଥିବା ଲେକେ ଏହାକୁ କିଣୁଛନ୍ତି । ବର୍ଷ ବର୍ଷ ଧରି କରୁଥିବା ବ୍ୟବସାୟକୁ ଛାଡିବା ସମ୍ଭବ ହେଉନଥିବାରୁ କରୁଥିବା କହିଛନ୍ତି ବ୍ୟବସାୟୀ । ଡିଜିଟାଲ ଦୁନିଆ ଲୋକଙ୍କୁ ଅନେକ କିଛି ଦେଇଛି । ହେଲେ ବହୁତ କିଛି ଛଡାଇ ମଧ୍ୟ ନେଇଛି । ମଚନାଟକ,ସଂସ୍କୃତି ଓ ପରମ୍ପରାକୁ ଲୋକେ ଏକ ପ୍ରକାର ଭୁଲି ଗଲେଣି । ତେଣୁ ଏସବୁକୁ ବଞ୍ଚାଇ ରଖିବା ଉପରେ ମଧ୍ୟ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.