ETV Bharat / state

ମୃତ ସାମ୍ବାଦିକଙ୍କୁ ସରକାରଙ୍କ ସହାୟତା ରାଶି - Government subsidies for dead journalists

କୋରୋନା ମହାମାରୀ ସମୟରେ ସେବା ଯୋଗାଇ ଆସୁଥିବା 2 ସାମ୍ବାଦିକଙ୍କ ମୃତ୍ୟୁ ଘଟିବା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କୋରୋନା ଅନୁକମ୍ପା । ଅଧିକ ପଢନ୍ତୁ...

ମୃତ ସାମ୍ବାଦିକଙ୍କୁ ସରକାରଙ୍କ ସହାୟତା ରାଶି
ମୃତ ସାମ୍ବାଦିକଙ୍କୁ ସରକାରଙ୍କ ସହାୟତା ରାଶି
author img

By

Published : Jul 30, 2020, 3:53 PM IST

Updated : Jul 30, 2020, 6:27 PM IST

ଗଜପତି: କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ କୋରୋନା ଜନିତ ମୃତ୍ୟୁ ପାଇଁ ଅନୁକମ୍ପା ମୂଳକ ରାଶି ରାଜ୍ୟ ସରକାର ଘୋଷଣା କରିଥିଲେ । ସେଥିରେ ସାମ୍ବାଦିକ ମାନଙ୍କୁ ମଧ୍ୟ କୋରୋନା ଯୋଦ୍ଧାଭାବେ ଘୋଷଣା କରି ସେମାନଙ୍କ ମୃତ୍ୟୁ ପାଇଁ 15 ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା । ସେହି ଅନୁସାରେ ଆଜି 2ଜଣ ସାମ୍ବାଦିକଙ୍କୁ ଏହି ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରିଛନ୍ତି ।

ପାରଳାଖେମୁଣ୍ଡିର ଜଣେ ବରିଷ୍ଠ ସାମ୍ବାଦିକ(ଇନାଡୁ) କେ.ଚିନ୍ନା ରତ୍ନମଙ୍କ ନାମ ଏଥିରେ ରହିଥିବାରୁ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ପରିବାର ଲୋକେ ମଧ୍ୟ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି । କୋରୋନା ଭଳି ମହାମାରୀ ସମୟରେ ସମସ୍ତେ ଘରେ ରହୁଥିବା ବେଳେ ସାମ୍ବାଦିକ ମାନେ ବାହାରେ ବୁଲି ଖବର ସଂଗ୍ରହ କରୁଛନ୍ତି ।

ମୃତ ସାମ୍ବାଦିକଙ୍କୁ ସରକାରଙ୍କ ସହାୟତା ରାଶି

ଠିକ ସେହିଭଳି କାମ କରିବା ସମୟରେ ରତ୍ନମ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଥିଲେ । ତାଙ୍କୁ ହରାଇବା ପରେ ପରିବାର ଲୋକେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଥିବା ବେଳେ ରାଜ୍ୟ ସରକାରଙ୍କ ଏହି ସହାୟତା ସେମାନଙ୍କୁ ଚିନ୍ତା ମୁକ୍ତ କରିଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jul 30, 2020, 6:27 PM IST

For All Latest Updates

TAGGED:

Government
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.