ETV Bharat / state

ପର୍ଯ୍ୟଟକଙ୍କୁ ଝୁରୁଛି ଗଣ୍ଡାହାତୀ ଜଳପ୍ରପାତ, ହତାଶ ବ୍ୟବସାୟୀ - Tourist place

ଗଲା 6 ମାସ ଧରି ବିନା ପର୍ଯ୍ୟଟକଙ୍କ ସ୍ପର୍ଶରେ ନିରବୀ ଯାଇଛି ଗଣ୍ଡାହାତୀ ଜଳପ୍ରପାତ । ଖରା, ବର୍ଷା, ଶୀତ 12 ମାସ 6 ଋତୁରେ ଚଳଚଞ୍ଚଳ ରହୁଥିବା ଏହି ସ୍ଥାନ ଏବେ ଅନାଇ ରହିଛି ପର୍ଯ୍ୟଟକଙ୍କ ପାଦସ୍ପର୍ଶକୁ । ଏପେଟ ପର୍ଯ୍ୟଟନ ସ୍ଥଳ ବନ୍ଦ ଥିବାରୁ ସ୍ଥାନୀୟ ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ନଇଁଯାଇଛି ।

ନିର୍ଜନ-ଶୂନଶାନ  ଗଣ୍ଡାହାତୀ ଜଳପ୍ରପାତ
ନିର୍ଜନ-ଶୂନଶାନ ଗଣ୍ଡାହାତୀ ଜଳପ୍ରପାତ
author img

By

Published : Sep 26, 2020, 12:03 PM IST

ଗଜପତି:ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଗଣ୍ଡାହାତୀ ଜଳ ପ୍ରପାତ । ଏହି ଜଳ ପ୍ରପାତର ଶୀତଳ ଜଳରେ ସ୍ନାନ କରିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରତି ବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ହେଲେ କୋରୋନା କଟକଣା ଯୋଗୁଁ ଏହା ବନ୍ଦ ପଡିଥିବାରୁ ନା କେହି ଆସୁଛନ୍ତି ନା ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ପାଉଛନ୍ତି । କେବଳ ସେତିକି ନୁହେଁ, ପର୍ଯ୍ୟଟକଙ୍କ ବିନା ବ୍ୟବସାୟୀମାନେ ମଧ୍ୟ ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି ।

ପର୍ଯ୍ୟଟକଙ୍କୁ ଝୁରୁଛି ଗଣ୍ଡାହାତୀ ଜଳପ୍ରପାତ

ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲ୍ଲାର ପରିଚୟ ସ୍ବତନ୍ତ୍ର । କିନ୍ତୁ କୋରୋନା କଟକଣା ଓ ଲକଡାଉନ ମାଡ ଯେପରି ଏଠାକାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ଅଣଠେସା କରିଦେଇଛି । ତେବେ ଅନଲକର ପର୍ଯ୍ୟାୟ ବଢିବା ସହ ସରକାର ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଖୋଲିବା ପାଇଁ ଅନୁମତି ଦେଇଥିଲା ବେଳେ ଏବେ ସୁଦ୍ଧା ଗଣ୍ଡାହାତୀ ସମେତ ଅନ୍ୟାନ ସ୍ଥାନ ବନ୍ଦ ଅଛି । ଯେହେତୁ ଆଗକୁ ପିକନିକ ଋତୁ ଆସୁଛି, ଏଣୁ ଏହାକୁ ପୁନଃ ଖୋଲିବା ପାଇଁ ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଦାବି କରିଛନ୍ତି । ଏ ନେଇ ଜିଲ୍ଲାପାଳ ମଧ୍ୟ ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି ।

ଏହି ସ୍ଥାନର ନାମ କରଣକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ମତ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳରେ ପୂର୍ବରୁ ଗଣ୍ଡା ହାତୀଙ୍କ ଚଳପ୍ରଚଳ ଲାଗି ରହିଥିଲା । ସେମାନେ ଏହି ଜଳ ପ୍ରପାତକୁ ଆସି ପାଣି ପିଉଥିଲେ । ତେଣୁ ଏହାର ନାମକରଣ ଗଣ୍ଡାହାତୀ ହୋଇଛି ବୋଲି କିଛି ଲୋକେ ମତ ପ୍ରକାଶ କରୁଥିବା ବେଳେ ଏହି ଅଞ୍ଚଳରେ ପୂର୍ବରୁ ଉଭୟ ଗଣ୍ଡା ଓ ହାତୀ ବହୁଳ ଭାବେ ରହିଥିଲେ । ତେଣୁ ଏହାର ନାମକରଣ ଗଣ୍ଡାହାତୀ କରାଯାଇଛି ବୋଲି କିଛି କହିଛନ୍ତି । ଯେଉଁ କାରଣ ପାଇଁ ଏହାର ନାମକରଣ ହୋଇଥାଉ ନା କାହିଁକି ଏହି ଜଳ ପ୍ରପାତର ଶୀତଳ ଜଳରେ ସ୍ନାନ କରିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏଠାକୁ ଥରେ ଯିଏ ଆସିଛି ସିଏ ପୁଣି ଥରେ ନ ଆସି ରହିପାରିନାହିଁ । ଲୋକେ ଏଠାରେ ବଣ ଭୋଜିର ବି ବେଶ୍ ମଜା ନେଇଥାନ୍ତି । ବିଶେଷ କରି ବର୍ଷା ଦିନରେ ଏହି ଜଳ ପ୍ରପାତ ଅଧିକ ସୁନ୍ଦର ହୋଇଥାଏ । ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ରାଣୀ ଧଳା ଫର ଫର ଶାଢୀରେ ସଜେଇ ହୋଇଛି । ତେଣୁ ଏହାକୁ ଦେଖିବା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଓଡ଼ିଶା ତଥା ବାହାରୁ ମଧ୍ୟ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ହେଲେ କୋରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ମାସ ଠାରୁ ଏହା ବନ୍ଦ ପଡିଛି ।

2016 ମସିହାରେ 36 ହଜାର ପର୍ଯ୍ୟଟକ ଆସିଥିବା ବେଳେ 2017ରେ ପ୍ରାୟ 40ହଜାର, 2018ରେ 43ହଜାର ଏବଂ 2019 ରେ ପ୍ରାୟ 48 ହଜାର ପର୍ଯ୍ୟଟକ ଏଠାକୁ ଆସିଛନ୍ତି । ପର୍ଯ୍ୟଟକଙ୍କ ଗହଳି ଲାଗି ରହିଲେ ଏହି ଅଞ୍ଚଳର ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଜିନିଷ ପତ୍ର ବିକ୍ରି କରି ଲାଭବାନ ହୋଇଥାନ୍ତି । ଯେଉଁଥିରେ ସେମାନଙ୍କ ପରିବାର ଚଳେ ହେଲେ ଏହା ବି ବନ୍ଦ ହୋଇଯାଇଛି । ତେଣୁ ବ୍ୟବସାୟୀମାନେ ହାତବାନ୍ଧି ବସିଛନ୍ତି । ଦୀର୍ଘ ଦିନ ହେଲା ସେମାନଙ୍କର କୌଣସି ବ୍ୟବସାୟ ନଥିବାରୁ ଆର୍ଥିକ ସ୍ତରରେ କ୍ଷତି ସହିଲେଣି । ଏଠାକୁ ପ୍ରତିବର୍ଷ ପର୍ଯ୍ୟଟକ ଆସିବା ଦ୍ଵାରା ସେମାନେ ପ୍ରକୃତିକୁ ଉପଭୋଗ କରିବାର ସୁଯୋଗ ପାଉଥିବା ବେଳେ ଏହି ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିଥାଏ । କିନ୍ତୁ ବର୍ତ୍ତମାନ କୋରୋନା ଏଥିରେ ପ୍ରତିବନ୍ଧକ ହୋଇଛି ।

କୋରୋନା କଟକଣା କେବେ ହଟିବ ତାହା ଜଣାନାହିଁ । ହେଲେ ଏହି ପର୍ଯ୍ୟଟନ ସ୍ଥଳୀ କେବେ ଲୋକଙ୍କ ପାଇଁ ପୁଣି ଖେଲିବ ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.