ETV Bharat / state

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଜପତିର ଗଣ୍ଡାହାତୀ ଜଳପ୍ରପାତ - ଗଜପତି ଗଣ୍ଡାହାତୀ ଜଳପ୍ରପାତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଜପତିର ଗଣ୍ଡାହାତୀ ଜଳପ୍ରପାତ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲ୍ଳାର ରହିଛି ସ୍ୱତନ୍ତ୍ର ମାନ୍ୟତା । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତାର ସବୁ କାରିଗରୀ । ସେହିଭଳି ଏକ ସ୍ଥାନ ହେଉଛି ଗଜପତି ଜିଲ୍ଲାର ରାୟଗଡା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ । ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଏହି ଜଳପ୍ରପାତ ଖୁବ୍ ଆକର୍ଷଣୀୟ । ଦେଖନ୍ତୁ ଏହି ରିପୋର୍ଟ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଣ୍ଡାହାତୀ ଜଳପ୍ରପାତ

author img

By

Published : Dec 7, 2022, 8:54 PM IST

Updated : Dec 7, 2022, 9:16 PM IST

ଗଜପତି : ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲ୍ଳାର ରହିଛି ସ୍ୱତନ୍ତ୍ର ମାନ୍ୟତା । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତାର ସବୁ କାରିଗରୀ । ତାହା ହେଉଛି ଗଜପତି ଜିଲ୍ଲାର ରାୟଗଡ଼ା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ । ଜିଲ୍ଳା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮କିମି ଦୂରତାରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ । ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଏହି ଜଳପ୍ରପାତ ଦେଖିବାକୁ ଖୁବ୍ ଆକର୍ଷଣୀୟ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଣ୍ଡାହାତୀ ଜଳପ୍ରପାତ

ସମସ୍ତ ଋତୁରେ ଏଠାରେ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ଼ । ହେଲେ ଏବେ ଧରାପୃଷ୍ଠରେ ଶୀତଋତୁର ଆଗମନ ହେବା ପରେ ଲମ୍ବୁଛି ପର୍ଯ୍ୟଟକଙ୍କ ଧାଡ଼ି । ଜମୁଛି ପିକନିକ । କେବଳ ସେତିକି ନୁହେଁ ଜଳପ୍ରପାତର କୁଳୁକୁଳୁ ନାଦ ପର୍ଯ୍ୟଟଙ୍କ ମନକୁ ଆନନ୍ଦିତ କରୁଛି । ତେବେ ଶୀତ ଋତୁରେ ଏଠି ପର୍ଯ୍ୟଟକଙ୍କ ବେଶୀ ଭିଡ଼ ଜମିଥାଏ ।

ପ୍ରକୃତିର ସୁନ୍ଦରତା କାରଣରୁ ଶୀତଦିନେ ଖାସ୍ କରି ନବବର୍ଷ ସମୟରେ ହଜାର ହଜାର ପର୍ଯ୍ୟଟକଙ୍କୁ ଏଠାକୁ ଡାକିଆଣେ । ଏହି ଜଳପ୍ରପାତ ପିକନିକ୍ ପାଇଁ ମଧ୍ୟ ଏକ ଉତ୍କୃଷ୍ଟ ସ୍ଥାନ । ତେଣୁ ଏଠାରେ ଥିବା ବିଭିନ୍ନ ପିକନିକ ସ୍ପଟରେ ଏବେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ଆନ୍ଧ୍ର ଓ ଓଡିଶାର ବିଭିନ୍ନ ସ୍ଥାନରୁ ଲୋକେ ଆସି ଏଠାରେ ଭୋଜିଭାତ କରୁଛନ୍ତି । ଏହାସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ।

ବିଶେଷ କରି ରବିବାର ଦିନ ଏଠାରେ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ । ଏଠାରେ ଲୋକେ ଜଙ୍ଗଲରେ ବୁଲିବା ସହ ଏଠାକାର ଜଳ ପ୍ରପାତରେ ଗାଧୋଇବା ଏବଂ ସ୍ମୃତିକୁ ନିଜ କ୍ୟାମେରାରେ ଧରି ରଖିବାର ମଜା ନେବା ପାଇଁ ପର୍ଯ୍ୟଟକମାନେ କୌଣସି ମଉକା ଛାଡନ୍ତି ନାହିଁ । ତେବେ ଏଠାକୁ ଆସିଥିବା ପର୍ଯ୍ୟଟକ ସୌମ୍ୟଶ୍ରୀ ସାହୁ କହିଛନ୍ତି, ''ଏହି ସ୍ଥାନକୁ ଦେଖି ଆମ ଭିତରେ ଭିନ୍ନ ଏକ ଉନ୍ମାଦନା ସୃଷ୍ଟି ହେଉଛି । ଲାଗୁଛି ସତେ ଯେମିତି ସ୍ବର୍ଗପୁର । ଏଭଳି ପରିବେଶରେ ସାଙ୍ଗସାଥୀଙ୍କ ସହ ସମୟ ବିତାଇବା ଏକ ନିଆରା ଅନୁଭୂତି ।''

ଶିଳ୍ପବିହୀନ ଗଜପତି ଜିଲ୍ଲାର ଅର୍ଥନୈତିକ ଏବଂ ସାମାଜିକ ଉନ୍ନତି କେବଳ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଦ୍ବାରା ହିଁ ସମ୍ଭବ । ହେଲେ ସରକାର କିମ୍ବା ପର୍ଯ୍ୟଟନ ବିଭାଗ ଏହି ପ୍ରାକୃତିକ ମନୋରମର ଗନ୍ତାଘରର ଯେଭଳି ଉନ୍ନତି କରିବା କଥା ତାହା ଆଜି ଯାଏଁ ହୋଇପାରିନାହିଁ । ଜିଲ୍ଲାର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ଯେଉଁଭଳି ଉନ୍ନତି ହେବା କଥା ତାହା ଆଜି ଯାଏଁ ହୋଇ ପାରିନଥିବାରୁ ବୁଦ୍ଧିଜୀବିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ପ୍ରଶାସନ କିମ୍ବା ଜଙ୍ଗଲ ବିଭାଗ ଦ୍ବାରା କିଛିଟା ଉନ୍ନତି ହୋଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ । ଅବଶ୍ୟ ବର୍ତ୍ତମାନ ଏହାର କିଛିଟା ଉନ୍ନତି କରାଯାଇଛି । ହେଲେ ତାହା ପର୍ଯ୍ୟାପ୍ତ ନୁହେଁ । ସେହିପରି ପର୍ଯ୍ୟଟଙ୍କ ସୁବିଧା ପାଇଁ ଆହୁରି ଅନେକ କିଛି କରିବାର ଆବଶ୍ୟକତା ରହିଛି । ଏହି ସ୍ଥାନର ଉନ୍ନତି ପାଇଁ ସରକାର କେବେ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଏହି ଅଞ୍ଚଳର ବିକାଶ କେବେ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଗଜପତି

Last Updated : Dec 7, 2022, 9:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.