ଗଜପତି: ଜିଲ୍ଲାର ଏସପି ସାରା ଶର୍ମାଙ୍କ ଅଧ୍ୟକ୍ଷତାରେ ଅକ୍ଷୟ ଦାନ ପାତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗରିବ ଲୋକଙ୍କୁ ସହାୟତା ପ୍ରଦାନ । ତେବେ ଗରିବ ଲୋକଙ୍କୁ ସହାୟତା ପାଇଁ ଚାହୁଁଥିବା ଲୋକେ ଉକ୍ତ ପାତ୍ରରେ ଦାନ କରିପାରିବେ । ଏଥିପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯିବ ନାହିଁ । ଖାଦ୍ୟ ପ୍ରଦାର୍ଥ ଠାରୁ ଆରମ୍ଭ କରି ପୋଷାକ ଏବଂ ବହିପତ୍ର ଯାଏଁ ସବୁ କିଛି ଦାନ ପାଇଁ ଏଠାରେ ଅଲଗା ଅଲଗା ପାତ୍ରର ବ୍ୟବସ୍ଥା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣାଙ୍କ ସମେତ ଜିଲ୍ଲାର ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଓ ଏସପି କୁଷ୍ଠ ରୋଗୀ ରହୁଥିବା ଆଶ୍ରମକୁ ଯାଇ ଅନ୍ନଦାନ କରିଥିଲେ । ସାଧାରଣରେ କୁଷ୍ଠ ରୋଗୀଙ୍କୁ ଲୋକେ ଘୃଣା କରୁଥିବା ବେଳେ ସମାଜରେ ସଂସ୍କାର ଆଣିବା ପାଇଁ ଏସପି ଖୋଦ ନିଜ ହାତରେ କୁଷ୍ଠ ରୋଗୀ ରହୁଥିବା ଆଶ୍ରାମର ଅନ୍ତେବାସୀଙ୍କୁ ଖୁଆଇବା ଘଟଣାକୁ ସମସ୍ତେ ସ୍ବାଗତ କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ