ETV Bharat / state

ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

author img

By

Published : Nov 3, 2020, 1:42 PM IST

ଗଜପତିରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଛି । ଜିଲ୍ଲାପାଳ ଦୁର୍ନୀତି ନିବାରଣ ଉପରେ ଗୁରୁତ୍ବ ଦେଇ ପ୍ରତ୍ୟେକ କାର୍ଯ୍ୟରେ ସାଧୁତା ଓ ସ୍ବଚ୍ଛତା ବଜାୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

gajapati district administration celebrated anti corruption week
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଗଜପତି: ଗଜପତିରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଛି । ସୋମବାର ଦିନ 10 ଟା 30 ସମୟରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପାଳନ କରାଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଅନୁପମ ଶାହା ସଭାପତିତ୍ବ କରିବା ସହ ଦୁର୍ନୀତି ନିବାରଣ ଉପରେ ଗୁରୁତ୍ବ ଦେଇ ପ୍ରତ୍ୟେକ କାର୍ଯ୍ୟରେ ସାଧୁତା ଓ ସ୍ବଚ୍ଛତା ବଜାୟ ରଖି ନିଷ୍ଠାପର ଭାବେ ଅବିରତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ସମେତ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ମଞ୍ଚାସୀନ ଥିଲେ । ଏହା ବ୍ୟତୀତ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବାସନ୍ତି ଦେଇ, ସହକାରୀ ଜିଲ୍ଲାପାଳ ଜୟଦେବ ରଥ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ନିଜେ ଦୁର୍ନୀତି ନ କରିବା ସହ ଅନ୍ୟକୁ ଦୁର୍ନୀତିରୁ ଦୂରେଇ ରଖିବାକୁ ଶପଥ ପାଠ କରାଇଛନ୍ତି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.