ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳୀୟ ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇଥିଲେ । ଆଗାମୀ ଦିନରେ କିପରି ଜିଲ୍ଲାରେ ଦଳକୁ ଆହୁରୀ ସୁଦୃଢ କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା ।
ଏହି ଅବସରରେ କଂଗ୍ରେସଓ ବିଜେପିର ଶତାଧିକ ନେତା ସେମାନଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିବା ବେଳେ ବିଜେଡି ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ବିଜେଡିରେ ସାମିଲ ହୋଇଥିବା ପ୍ରମୁଖ ନେତାଙ୍କ ମଧ୍ୟରେ ଅଛନ୍ତି ଗୁମ୍ମା ବ୍ଲକ ଅଧ୍ୟକ୍ଷକଙ୍କ ସମେତ 8ଜଣ ସମିତି ସଭ୍ୟ ଏବଂ କାଶୀନଗର ଓ ଗୁମ୍ମା ବ୍ଲକର ବହୁ ସରପଞ୍ଚ ।
ଏହି ନେତାମାନଙ୍କର ବିଜେଡିରେ ଯୋଗଦାନ ଆଗାମୀ ଦିନରେ ଦଳ ପାଇଁ ସହାୟକ ହେବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ ସାଂସଦ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ