ETV Bharat / state

କୋରୋନାରେ ଅନାଥଙ୍କୁ ସହାୟତା ପ୍ରସଙ୍ଗ, ଗଜପତିରେ ଆରମ୍ଭ ହେଲା ଅଭିଯାନ - ଅନାଥଙ୍କୁ ସହାୟତା ପ୍ରସଙ୍ଗ

କୋରୋନା ସମୟରେ ଅନାଥଙ୍କୁ ସହାୟତା ଯୋଜନାରେ ଗଜପତିରେ ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

କୋରୋନାରେ ଅନାଥଙ୍କୁ ସହାୟତା ପ୍ରସଙ୍ଗ, ଗଜପତିରେ ଆରମ୍ଭ ହେଲା ଅଭିଯାନ

author img

By

Published : Jul 6, 2021, 7:07 PM IST

ଗଜପତି: କୋରୋନା ସମୟରେ ଅନାଥ ବା ଏକକ ଅଭିଭାବକ ହୋଇଯାଇଥିବା ପିଲାଙ୍କୁ ସହାୟତା ଯୋଗାଇବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜିଲ୍ଲା ପ୍ରଶାସନ ଏଭଳି ପିଲାଙ୍କୁ ଖୋଜି ଠାବ କରିବା ସହ ସେମାନଙ୍କ ନିକଟରେ ପହଞ୍ଚି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଇଛି । ଜିଲ୍ଲାପାଳ ଅନାଥମାନେ ରହୁଥିବା ସଂପର୍କୀୟଙ୍କ ଘରକୁ ଯାଇ ପିଲାଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ପଦେକ୍ଷପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

କୋରୋନାରେ ଅନାଥଙ୍କୁ ସହାୟତା ପ୍ରସଙ୍ଗ, ଗଜପତିରେ ଆରମ୍ଭ ହେଲା ଅଭିଯାନ

ମହାମାରୀ ପ୍ରଭାବ ଯୋଗୁଁ ଅନେକ ପରିବାର ଛାରଖାର ହୋଇଯାଇଛି । ଏହାର ପ୍ରକୋପରେ ଅନେକ ପିଲା ଅନାଥ ହୋଇଯାଇଥିବା ବେଳେ କେତେକ ଏକକ ଅଭିଭାବକରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ଅନାଥ ହୋଇଯାଇଥିବା ପିଲାମାନେ ସେମାନଙ୍କ କୌଣସି ଏକ ସଂପର୍କୀୟଙ୍କ ଘରେ ରହୁଛନ୍ତି । ତେବେ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ଅନାଥ କିମ୍ବା ଏକକ ଅଭିଭାବକ ଥିବା ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା କରାଯିବ ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 8ଜଣ ସଂପୂର୍ଣ୍ଣ ଅନାଥ ଏବଂ 209 ଜଣ ପିଲା ଏକକ ଅଭିଭାବକ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରାଣ୍ଡି ଏବଂ ଆଡବା ଗାଁରେ ରହୁଥିବା ଅନାଥଙ୍କୁ ଖୋଦ ଜିଲ୍ଲାପାଳ ଭେଟି ରେଡକ୍ରସ୍ ପାଣ୍ଠିରୁ 10 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରଙ୍କ ଆସୀର୍ବାଦ ଯୋଜନା ମାଧ୍ୟମରେ ଅନାଥ ପିଲାଙ୍କୁ ମାସିକ 25ଶହ ଏବଂ ଏକକ ଅଭିଭାବକ ପିଲାଙ୍କୁ 15ଶହ ଟଙ୍କାର ସହାୟତା ପ୍ରଦାନ କରିବା ଏବଂ ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପେସେଜ୍ ଯୋଜନାରେ ସାମିଲ କରିବାକୁ ପ୍ରତିଶୃତି ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.