ETV Bharat / state

ପାରଳାଖେମୁଣ୍ଡିରେ ଗଜମୁଆଁ ଯାତ୍ରା ପାଳିତ - ଗଜପତି

ପାରଳାଖେମୁଣ୍ଡିରେ ମା କଦମଖଣ୍ଡିଙ୍କ ଗଜମୁଆଁ ଯାତ୍ରା ମହାଆଡମ୍ବର ସହ ପାଳିତ ହୋଇଛି । ମାଙ୍କ ଗଜାମୁଆଁକୁ ଆକର୍ଷଣୀୟ ସାଜସଜା କରି ମୁଣ୍ଡରେ ଧରି ଲୋକେ ପ୍ରତ୍ୟେକ ସାହି ଭ୍ରମଣ କରିଛନ୍ତି । ରାତି ସାରା ଏହି ଉତ୍ସବକୁ ସହରବାସୀ ଭରପୁର ଉପଭୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Apr 17, 2019, 11:22 AM IST

ଗଜପତି: ପାରଳାଖେମୁଣ୍ଡିରେ ମା କଦମଖଣ୍ଡିଙ୍କ ଗଜମୁଆଁ ଯାତ୍ରା ମହାସମାରୋହରେ ପାଳିତ ହୋଇଛି । ମାଙ୍କ ଗଜାମୁଆଁକୁ ଆକର୍ଷଣୀୟ ସାଜସଜା କରି ମୁଣ୍ଡରେ ଧରି ଲୋକେ ପ୍ରତ୍ୟେକ ସାହି ଭ୍ରମଣ କରିଛନ୍ତି । ରାତି ସାରା ଏହି ଉତ୍ସବକୁ ସହରବାସୀ ଭରପୁର ଉପଭୋଗ କରିଛନ୍ତି ।

ସହରରେ ଆଧୁନିକତା ଛାପ ପଡିଥିଲେ ମଧ୍ୟ ରୋଗ ମୁକ୍ତ ରହିବା ପାଇଁ ପୁରାତନ କାଳରୁ ପାରଳାଖେମୁଣ୍ଡି ବାସୀ ମା କଦମଖଣ୍ଡିଙ୍କ ଗଜାମୁଆଁ ଯାତ୍ରା ପାଳନ କରିଆସୁଛନ୍ତି । ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାରରେ ଏହି ଯାତ୍ରା ବାହାରିଥାଏ । ମୁଖ୍ୟତଃ ଶେଷ ମଙ୍ଗଳବାରରେ ଏହି ଯାତ୍ରା ସାରା ରାତି ସହରର ପ୍ରତି ଗଳିକନ୍ଦିରେ ବୁଲିଥାଏ । ଶ୍ରଦ୍ଧାଳୁ ମାନେ ଗଜାମୁଆଁ ଧରି ସହର ପରିକ୍ରମା କରିଥାନ୍ତି । ଯାହାକି ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ବହୁ ବର୍ଷ ପୂର୍ବେ ପାରଳାଖେମୁଣ୍ଡି ସହରରେ ହଇଜା, ହାଡଫୁଟି ଭଳି ରୋଗରେ ଆକ୍ରାନ୍ତ ହୋଇ ବହୁ ସଂଖ୍ୟାରେ ଲୋକେ ପ୍ରାଣ ତ୍ୟାଗ କରିଥିଲେ । ସେହି ସମୟରେ ପାରଳାବାସୀଙ୍କ ପୂଜକ ମାନେ ମା କଦମଖଣ୍ଡିଙ୍କୁ ଗୁହାରୀ କରି ଗଜାମୁଆଁ ଭୋଗ ଅର୍ପଣ କରିଥିଲେ । ତା ପରଠାରୁ ସହରରେ କୌଣସି ଲୋକ ରୋଗକ୍ରାନ୍ତ ହୋଇନଥିଲେ । ଏହି ବିଶ୍ବାସ ନେଇ ସେହିଦିନ ଠାରୁ ଏହି ପର୍ବକୁ ପାରମ୍ପରିକ ଭାବେ ଲୋକେ କରିଆସିଛନ୍ତି । ପ୍ରଥମେ ଏହି ପର୍ବ ପାରଳାଖେମୁଣ୍ଡିର କବିଚନ୍ଦ୍ର ସାହିରୁ ଆରମ୍ଭ ହୋଇଥିଲା । କାଳକ୍ରମେ ପ୍ରତ୍ୟେକ ସାହି ଏହି ଉତ୍ସବକୁ ପାଳନ କରିଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ଲୋକେ ବହୁ ଆଡମ୍ବର ସହ ପାଳନ କରିଛନ୍ତି ।

ମାନସିକ କରିଥିବା ଲୋକେ ମାଙ୍କ ଏହି ଗଜା ମୁଆଁକୁ ମୁଣ୍ଡରେ ଧରି ଅତି ଆନନ୍ଦରେ ନାଚନ୍ତି। ଶ୍ରଦ୍ଧାଳୁ ମାନେ ଏହାକୁ ଭକ୍ତିର ସହକାରେ ଉପଭୋଗ କରନ୍ତି। ନିଜ ପରିବାରକୁ ରୋଗମୁକ୍ତ ଓ ପରିବାରର ସୁରକ୍ଷା କାମନା କରି ଏହି ପର୍ବରେ ବହୁ ଦୂରଦୁରାନ୍ତରେ ରହୁଥିବା ପାରଳାଖେମୁଣ୍ଡିବାସୀ ଆସି ପହଞ୍ଚିଥାନ୍ତି ।

ସାରା ରାତି ଏହି ଉତ୍ସବକୁ ସହରବାସୀ ଉପଭୋଗ କରୁଥିବାବେଳେ ଜାତି ଧର୍ମ ନିର୍ବିଶେଷରେ ସମସ୍ତ ଏକାଠି ହୋଇ ଯାତ୍ରାକୁ ପାଳନ କରିଥାନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ATM ରେ ଅଗ୍ନୀକାଣ୍ଡ। ନିଆଁ ଲାଗି ପୋଡି ଗଲା ATM । ଅନୁଗୋଳ ହନୁମାନ ବଜାର ରେ ଥିବା HDFC ବ୍ୟାଙ୍କ ର ATM ରେ ଏହି ଅଗ୍ନୀକାଣ୍ଡ ହୋଇଛି । ଅଗ୍ନୀକାଣ୍ଡ ରେ ପୁରା ATM ପୋଡି ଛାରଖାର ହୋଇଯାଇଛି ।ଅଗ୍ନୀକାଣ୍ଡ ର କାରଣ ସଟ ସର୍କିଟ ବୋଲି ଅନୁମାନ କରାଯାଉଛି । ଅନୁଗୋଳ ଅଗ୍ନୀସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଅନ୍ୟ କୋଣସି ଆଡେ ବ୍ୟାପିବା ପୂର୍ବରୁ ନିଆଁ କୁ ଆୟତ କରିଛି । ତବେ ATM ମେସିନ ଟି ପୋଡି ଯାଇଥିବା ବେଳେ ସେଥି ରେ ଥିବା ସମସ୍ଥ ଟଙ୍କା ମଧ୍ୟ ପୋଡିଯାଇଥିବା ଅନୁମାନ କରାଯାଉଛି ।
Visual on FTP 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.