ETV Bharat / state

ଟ୍ରାନ୍ସଫର୍ମର ଉପରେ ଜଳିଲେ ଯୁବକ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର - ଟ୍ରାନ୍ସଫର୍ମର

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ଦମକଳ ବାହିନୀ । ସଠିକ ସମୟରେ ଅଗ୍ନିଶମ ବାହିନୀର ଉଚିତ ପଦକ୍ଷେପ ଯୋଗୁ ଯୁବକଙ୍କ ଜୀବନ ରକ୍ଷା ହୋଇପାରିଛି । ଅଧିକ ପଢନ୍ତୁ...

ଟ୍ରାନ୍ସଫର୍ମର ଉପରୁ ଜ୍ବଳନ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ଦମକଳ ବାହି

author img

By

Published : May 19, 2021, 10:25 PM IST

ବରଗଡ: ଭଟିଲି ବ୍ଲକ ମୁରୁମକେଲ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ଥାନୀୟ ଏକ ଯୁବକଙ୍କୁ ଭଟଲି ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଛି । ଟ୍ରାନ୍ସଫର୍ମର ଉପରକୁ ଚଢି କାମ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଟ୍ରାନ୍ସଫର୍ମର ଉପରେ ଅଚାନକ ଜଳିଥିଲେ ଯୁବକ । ଯୁବକଙ୍କ ବାମ ପାର୍ଶ୍ଵ ବହୁମାତ୍ରାରେ ଜଳିଯାଇଥିବା ବେଳେ ବାମ ହାତଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ।

ଭଡିଗାଁ ପଞ୍ଚାୟତ ମୁରୁମକେଲ ଗ୍ରାମରେ କୌଣସି କାରଣରୁ 27 ବର୍ଷର ସମୀର ଖମାରୀ ନାମକ ଜଣେ ଯୁବକ ଟ୍ରାନ୍ସଫର୍ମର ଉପରକୁ ଚଢି କାମ କରୁଥିଲେ । ତେବେ ବିଦ୍ୟୁତ ଆଘାତ ଯୋଗୁଁ ସେଠାରେ ସେ ଜଳିବାକୁ ଲାଗିଥିଲେ । ସଙ୍ଗେସଙ୍ଗେ ବିଦ୍ୟୁତ ବିଭାଗ ଲାଇନ କାଟିବା ପରେ ଭଟଲି ଅଗ୍ନିଶମ ବିଭାଗର ଏକ ଟିମ ଅଫିସର ରବୀନ୍ଦ୍ର କେତନ ସାହୁଙ୍କ ନେତୃତ୍ୱରେ ନିଜ ସାହସିକତାର ପରିଚୟ ଦେଇ ଯୁବକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ ।

ଖାଲି ଏତିକି ନୁହେଁ ଅମ୍ବୁଲାନ୍ସ ଆସିବାକୁ ବିଳମ୍ବ ହେବା ସୂଚନା ପାଇ ସଙ୍ଗେ ସଙ୍ଗେ ସେମାନେ ନିଜ ଗାଡ଼ିରେ ଗୁରୁତର ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଲୟରେ ପହଞ୍ଚାଇ ଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.