ETV Bharat / state

ପାରଳାଖେମୁଣ୍ଡି ସହରର ରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

author img

By

Published : Nov 3, 2020, 3:26 PM IST

ପୁରୁଣା ପାରଳାଖେମୁଣ୍ଡି ସହରର ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସହର ମଧ୍ୟରେ ଥିବା ରାସ୍ତା ବର୍ତ୍ତମାନ ୨୬ଫୁଟ ରହିଥିବାବେଳେ ଏହାକୁ ୪୦ ଫୁଟ ପର୍ଯ୍ୟନ୍ତ ପ୍ରଶସ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପାରଳାଖେମୁଣ୍ଡି ସହରର ରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ପାରଳାଖେମୁଣ୍ଡି ସହରର ରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଗଜପତି: ଶହ ଶହ ବର୍ଷର ପୁରୁଣା ପାରଳାଖେମୁଣ୍ଡି ସହରର ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୀର୍ଘ ଦିନ ହେଲା ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ସହରର ପ୍ରବେଶ ପଥ କାମ ଜାରି ରହିଥିବାବେଳେ ବର୍ତ୍ତମାନ ସହର ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ କାମ ଆରମ୍ଭ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ । ସହର ମଧ୍ୟରେ ଥିବା ରାସ୍ତା ବର୍ତ୍ତମାନ ୨୬ଫୁଟ ରହିଥିବା ବେଳେ ଏହାକୁ ୪୦ ଫୁଟ ପର୍ଯ୍ୟନ୍ତ ପ୍ରଶସ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏଥିପାଇଁ ରାସ୍ତା କଡରେ ଥିବା ଘର ମାଲିକଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା । ତେବେ ଘର ମାଲିକମାନେ ନିଜେ ଏହାକୁ ଆଜି ଯାଏଁ ଭାଙ୍ଗିନଥିବାରୁ ବର୍ତ୍ତମାନ ପ୍ରଶାସନ ଭାଙ୍ଗୁଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନି ପ୍ରକାଶ କରିଛନ୍ତି । ଥାନା ଛକ ଠାରୁ କୋର୍ଟ ଛକ ଯାଏଁ ଏହି ରାସ୍ତା ପ୍ରଶସ୍ତିକରଣ କରିବା ପାଇଁ ଯୋଜନା ରହିଥିବାରୁ ଏହି ସମସ୍ତ ଅଞ୍ଚଳରେ ଆବଶ୍ୟକୀୟ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.