ETV Bharat / state

ସରକାରୀ ଜମି ଜବରଦଖଲ ଉଚ୍ଛେଦ, ଆଦିବାସୀ-ପ୍ରଶାସନ ମୁହାଁମୁହିଁ

author img

By

Published : Mar 14, 2023, 9:23 PM IST

ସରକାରୀ ଜମିରେ ବେଆଇନ ଭାବେ ଘର ନିର୍ମାଣ କରୁଥିବାବେଳେ ଜବରଦଖଲକାରୀଙ୍କୁ ଉଚ୍ଛେଦ କଲା ପ୍ରଶାସନ । ଅଧିକ ପଢ଼ନ୍ତୁ

eviction on government land
ଗଜପତିରେ ଜବରଦଖଲ ଉଚ୍ଛେଦ
ସରକାରୀ ଜମି ଜବରଦଖଲ ଉଚ୍ଛେଦ

ଗଜପତି: "ସରକାରୀ ଜମିରେ ଆମର ହକ୍ ଅଛି, ତେଣୁ ଆମେ ଘର କରିଥିଲୁ । ପ୍ରଶାସନ ଯେତେଥର ଭାଙ୍ଗିବ ସେତେଥର ଘର ତିଆରି କରିବୁ । ଆବଶ୍ୟକ ହେଲେ ଜୀବନ ଦେବୁ, ହେଲେ ମାଟି ଛାଡିବୁ ନାହିଁ ।" ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏପରି କହିଛନ୍ତି ଆଦିବାସୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ବେତାଗୁଡା ଅଞ୍ଚଳରେ ଥିବା ପ୍ରାୟ 3ଏକର ସରକାରୀ ଜମିକୁ କିଛି ଲୋକେ ଜବରଦଖଲ କରି ଘର ନିର୍ମ।ଣ କରିଥିଲେ । ଯାହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି ଏବଂ ସରକାରୀ ଜମି ଉପରେ ହୋଇଥିବା ଘର ନିର୍ମାଣକୁ ଭାଙ୍ଗି ଜବରଦଖଲମୁକ୍ତ କରିଛି । ଜବରଦଖଲ ସମୟରେ ପ୍ରଶାସନ ଓ ଆଦିବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ଅନୁଯାୟୀ, ଆଦିବାସୀମାନେ ପାହାଡ ଉପରେ ରହୁଛନ୍ତି । କେତେବେଳେ ମାଟି ଅତଡା ଧସୁଛି ତ ଆଉ କେତେବେଳେ ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖୀନ ହେବାକୁ ପଡୁଛି । ପିଲାମାନେ ପାଠ ପଢିବା ପାଇଁ କୌଣସି ସୁବିଧା ନାହିଁ । ପାହାଡ ଉପରକୁ ଯିବା ପାଇଁ ଭଲ ରାସ୍ତ ଖଣ୍ଡିଏ ନଥିବା ବେଳେ ସ୍ବାସ୍ଥ୍ୟ ସେବା ପହଞ୍ଚିପାରିନାହିଁ । ତେଣୁ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ନୂଆଗଡ, ଗୁମ୍ମା, କାଶୀନଗର ଏବଂ ରାୟଗଡ ବ୍ଲକର ପ୍ରାୟ ଦେଢଶହ ଆଦିବାସୀ ପରିବାର ପାରଳାଖେମୁଣ୍ଡି ଉପକଣ୍ଠ ବେତାଗୁଡା ଅଞ୍ଚଳରେ ଥିବା ପ୍ରାୟ 3ଏକର ସରକାରୀ ଜମି ଉପରେ କୁଡିଆ କରି ରହିଥିଲେ । ପ୍ରଶାସନ ବୁଲଡୋଜର ଲଗାଇ ସେଗୁଡିକୁ ଭାଙ୍ଗି ଦେଇଛି । ଯାହାକୁ ନେଇ ଆଦିବାସୀ ନିନ୍ଦା ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, " ସରକାରୀ ଜମିରେ ଆମର ମଧ୍ୟ ହକ୍ ଅଛି । ତେଣୁ ଆମେ ଏଠାରେ ଘର କରିଥିଲୁ । ପ୍ରଶାସନ ଯେତେଥର ଭାଙ୍ଗିବ ଆମେ ସେତେଥର ନିର୍ମାଣ କରିବୁ । ଆମକୁ ମାରିଦେଲେ ମଧ୍ୟ ଆମେ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ ।"

ଗତ କିଛି ଦିନ ତଳେ ସେହି ଅଞ୍ଚଳର ସରକାରୀ ଜମିରେ କିଛି ଲୋକେ ଜବରଦଖଲ କରି ପ୍ରଥମେ ଝାଟିମାଟିରେ ଘର ନିର୍ମାଣ କରିଥିଲେ । ଏହାକୁ ପ୍ରଶାସନ ଦେଖି ଚୁପ ରହିଥିଲା । ଫଳରେ ସେମାନେ କିଛି ଦିନ ପରେ ସେହି ସ୍ଥାନରେ ପକ୍କା ଘର ନିର୍ମାଣ କରିଥିଲେ । ତଥାପି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିନଥିଲା । ଫଳରେେ ସେହି ନିକଟରେ ଥିବା ଅନ୍ୟ ସରକାରୀ ଜମିକୁ କିଛି ଲୋକ ପୁଣି ଜବରଦଖଲ କରି ଝାଟିମାଟିରେ ଘର ନିର୍ମାଣ କରିଥିଲେ । ପରବର୍ତ୍ତି ସମୟରେ ସେମାନେ ଏଠାରେ ପକ୍କା ଘର ନିର୍ମାଣ ପାଇଁ ଯୋଜନା କରିଥିଲେ । ଏସଂପର୍କରେ ପ୍ରଶାସନ ଖବର ପାଇବା ପରେ ସେମାନଙ୍କୁ ଘଉଡାଇଥିଲା । ତଥାପି ସେମାନେ ପୁଣି ସେହି ସ୍ଥାନରେ ଘର ନିର୍ମାଣ କରି ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ଅଞ୍ଚଳର ଜବରଦଖଲମୁକ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ଜବରଦଖଲ ସମୟରେ କିଛି ଲୋକ ବୁଲଡୋଜର ଉପରକୁ ଚଢିଯାଇ ପ୍ରତିବାଦ କରିଥିଲେ । ଯାହା ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେପଟେ ପ୍ରକ୍ରିୟା ଭିତରେ ଜମି ପାଇଁ ଆବେଦନ କଲେ ସର୍ଭେ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ ।

ଏନେଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଆଲୋକ ପ୍ରଧାନ କହିଛନ୍ତି, "ଭୂମିହୀନଙ୍କୁ ସରକାର ଘର ପାଇଁ ଜମି ଯୋଗାଇଦେବାକୁ ଯୋଜନା କରିଛନ୍ତି। ହେଲେ ତାର ଏକ ପ୍ରକ୍ରିୟା ରହିଛି । ଏଭଳି ଜବରଦଖଲକୁ ବରଦାସ୍ତ କରାଯିବ ନାହିଁ । ଏପରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ କହିଛନ୍ତି ।" ଅନ୍ୟପଟେ, ଜମିହୀନଙ୍କୁ ଜମି ଯୋଗାଇବା ଦିଗରେ ପ୍ରଶାସନ ପଦକ୍ଷେପ ନେଉ । କିନ୍ତୁ ଜବରଦଖଲକୁ ପ୍ରସୟ ଦେବା ଠିକ୍ ନୁହେଁ, ତେଣୁ ପ୍ରଶାସନର ଜବରଦଖଲ ଉଚ୍ଛେଦ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ବୋଲି ଭାରତୀୟ କ୍ଷେତ ମଜଦୁର ସଂଘର ସଭାପତି କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.