ETV Bharat / state

ମହେନ୍ଦ୍ରତନୟାରେ ହାତୀଙ୍କ ଜଳକ୍ରୀଡା

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରଠାରୁ ଶ୍ରୀକାକୁଲମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାର୍ଶ୍ବରେ ବହିଯାଉଥିବା ମହେନ୍ଦ୍ରତନୟାରେ ୬ଜଣିଆ ହାତୀପଲ ଜଳକ୍ରୀଡା କରୁଥିବା ବେଳେ ଏହାକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଗଜପତି
author img

By

Published : May 11, 2019, 11:16 PM IST

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରଠାରୁ ଶ୍ରୀକାକୁଲମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାର୍ଶ୍ବରେ ବହିଯାଉଥିବା ମହେନ୍ଦ୍ରତନୟାରେ ୬ଜଣିଆ ହାତୀପଲ ଜଳକ୍ରୀଡା କରୁଥିବା ବେଳେ ଏହାକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସେହିପରି ସୀମାନ୍ତବର୍ତ୍ତୀ ଆନ୍ଧ୍ରର ପୁର ଅନ୍ତର୍ଗତ ସିଦ୍ଧି ଛକରେ ନିକଟରେ ଏକ ୬ଜଣିଆ ହାତୀପଲ ଅଟକି ରହିଛନ୍ତି । ହାତୀପଲକୁ ନେଇ ସେହି ନିକଟବର୍ତ୍ତୀ ଗାଁର ଲୋକେ ଆତଙ୍କିତ ହୋଇପଡିଛନ୍ତି । ତେବେ ଆନ୍ଧ୍ର ବନବିଭାଗ ହାତୀମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିଛି ଓ ଜନବସତି ଭିତରକୁ ନ ଆସିବେ ସେଥିପ୍ରତି ଧ୍ୟାନ ରଖିଛି । ଗତ କିଛି ଦିନ ହେଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଂଚଳରେ ଏହି ହାତୀପଲ ଆତଙ୍କ ଖେଳାଇଛନ୍ତି । କେତେବେଳେ ଆନ୍ଧ୍ର ତ ପୁଣି କେତେବେଳେ ଓଡିଶାରେ ରହି ସେହି ଅଂଚଳର ବିଭିନ୍ନ ପ୍ରକାର ଫସଲ ନଷ୍ଟ କରୁଛନ୍ତି । ଗତ ଦୁଇଦିନ ହେଲା ଏହି ହାତୀପଲ ଆନ୍ଧ୍ରର ପୁରୁଣାପାଟଣା ମଣ୍ଡଳ ଅନ୍ତର୍ଗତ ସିଦ୍ଧି ଛକରେ ରହିଛନ୍ତି । ସେଠାରେ ମହେନ୍ଦ୍ରତନୟା ନଦୀ ବୋହିଯାଇଥିବା ବେଳେ ଜଳର ଉତ୍ସ ରହିଥିବାରୁ ଏହି ସ୍ଥାନ ଛାଡିବା ପାଇଁ ସତେ ଯେପରି ହାତୀପଲ ଚାହୁଁ ନାହାନ୍ତି ।

ହାତୀମାନଙ୍କ ଜଳକ୍ରୀଡା ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ମଧ୍ୟ ଏହାକୁ ଦେଖିବା ଲାଗି କିଛି ସମୟ ବିତାଉଥିବା ଦେଖିବାକୁ ମିଳିଛି। ତେବେ ଏହି ହାତୀପଲ କେତେବେଳେ ଜନବସତି ମଧ୍ୟକୁ ପଶିଆସିବ ଏବଂ ଧନଜୀବନ ପ୍ରଭାବିତ ହେବ ସେ ନେଇ ଏହାର ଆଖପାଖ ଗାଁର ଲୋକେ ଚିନ୍ତାରେ ପଡିଛନ୍ତି ।

ପାରଳାଖେମୁଣ୍ଡିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.