ETV Bharat / state

କୋରୋନା ରୂପାନ୍ତରର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ - ଜିଲ୍ଲାପାଳ ଶ୍ରୀ ଅନୁପମ ସାହା

ଆସୁଥିବା କୋରୋନା ମହାମାରୀର ରୁପାନ୍ତରକୁ କିପରି ମୁକାବିଲା କରାଯିବ ସେଥିପାଇଁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ବୈଠକ । ଅଧିକ ପଢନ୍ତୁ...

କୋରୋନା ରୁପାନ୍ତରର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ

author img

By

Published : Feb 23, 2021, 12:36 PM IST

ଗଜପତି: ଆସୁଥିବା କୋରୋନା ମହାମାରୀର ରୂପାନ୍ତରକୁ କିପରି ମୁକାବିଲା କରାଯିବ ସେଥିପାଇଁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କେରଳ, ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟରେ ପୁଣିଥରେ କୋରୋନା ରୋଗୀ ଚିହ୍ନଟ ପରେ ଓଡ଼ିଶା ସରକାର ସତର୍କତା ଅବଲମ୍ବନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ । ଗଜପତି ଜିଲ୍ଲାରେ ଆବଶ୍ୟକ ସତର୍କତା କିପରି ପାଳନ କରାଯିବ ସେଥିପାଇଁ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ତପନ କୁମାର ପଟ୍ଟନାୟକ, ବନ-ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ରଣଜିତ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଆଗାମୀ ଦିନରେ କୋଭିଡ଼ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବ ଦିଆଯିବା ସହ ଡାକବାଜି ଯନ୍ତ୍ର ଦ୍ବାରା ଲୋକମାନଙ୍କୁ ସଚେତନ କରିବା ପାଇଁ ବଜାର, ହାଟ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଉଭୟ ପାରଳାଖେମୁଣ୍ଡି ଏବଂ କାଶୀନଗରର ନିର୍ବାହି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଶିକ୍ଷା ଅନୁଷ୍ଠାନ, ଛାତ୍ରାବାସ, ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ବାଧ୍ୟତାମୂଳକ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ଗୁରୁତ୍ବ ଦିଆଯିବ । ଏହା ସହ ଶିକ୍ଷାନୁଷ୍ଠାନମାନଙ୍କରେ କେବଳ ପାଠପଢ଼ା ଉପରେ ଗୁରୁତ୍ବ ଦିଆଯିବ ଏବଂ ଅନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯିବ ।

ହୋଟେଲ୍, ଢ଼ାବା, ରେଷ୍ଟୁରାଣ୍ଟ ଗୁଡ଼ିକରେ ସାମାଜିକ ଦୂରତା ବଜାୟ ରଖିବା, ସାନିଟେସନ ଏବଂ ପାନୀୟ ଜଳର ବ୍ୟବହାରକୁ ନିରିକ୍ଷଣ କରିବା ପାଇଁ କଡ଼ାକଡ଼ି ଭାବେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିବାହ, ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ ଅନୁଷ୍ଠାନ, କ୍ରିଡ଼ା, ସଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ ଅତ୍ୟଧିକ ଜନଗହଳିକୁ ରୋକିବା ପାଇଁ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ କରାଯିବ । 24X7 କଣ୍ଟ୍ରୋଲ ରୁମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେବ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.