ETV Bharat / state

ଆର.ଉଦୟଗିରିରେ ଗଡିଲା ରାଜସ୍ବ ରଥ - provide revenue service at home in lockdown

ଗଜପତି ଜିଲ୍ଲା ଆର.ଉଦୟଗିରି ତହସିଲ ପକ୍ଷରୁ ଆୟୋଜିତ ରାଜସ୍ବ ରଥକୁ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥି ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଏହି ରାଜସ୍ବ ରଥ ବର୍ତ୍ତମାନ ସମୟରେ ଲୋକଙ୍କ ଘର ପାଖରେ ରାଜସ୍ବ ସମ୍ବନ୍ଧୀୟ ସୁବିଧା ଯୋଗାଇବ । ଅଧିକ ପଢନ୍ତୁ...

ଆର.ଉଦୟଗିରି ତହସିଲ ପକ୍ଷରୁ ରାଜସ୍ବ ରଥ ଦ୍ବାରା ଲୋକଙ୍କୁ ପଟା ବଣ୍ଟ
ଆର.ଉଦୟଗିରି ତହସିଲ ପକ୍ଷରୁ ରାଜସ୍ବ ରଥ ଦ୍ବାରା ଲୋକଙ୍କୁ ପଟା ବଣ୍ଟ
author img

By

Published : May 29, 2021, 9:48 AM IST

ଗଜପତି: ଆର.ଉଦୟଗିରି ତହସିଲ ପକ୍ଷରୁ ଆୟୋଜିତ ରାଜସ୍ବ ରଥକୁ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥି ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଏହି ରାଜସ୍ବ ରଥ ବର୍ତ୍ତମାନ ସମୟରେ ଆର.ଉଦୟଗିରି ତହସିଲ ଅଧିନସ୍ଥ ଶବରପଲ୍ଲୀ ଏବଂ ତାଣ୍ଡୀଗୁଡା ଗ୍ରାମକୁ ଯାଇ ଲୋକଙ୍କୁ ଘର ପାଖରେ ରାଜସ୍ବ ସମ୍ବନ୍ଧୀୟ ସୁବିଧା ଯୋଗାଇବ । ଯଦ୍ବାରା ଲୋକଙ୍କୁ ଆଉ ଅଯଥାରେ ତହସିଲ କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ ବୋଲି କହିଛନ୍ତି ତହସିଲଦାର ।

ତେବେ ତହସିଲ ପକ୍ଷରୁ ପ୍ରଥମ ଦିନରେ ଶବରପଲ୍ଲୀ ଏବଂ ତାଣ୍ଡୀଗୁଡା ଗ୍ରାମର ହିତାଧିକାରୀମାନଙ୍କୁ ଘରଡିହ ଜମିପଟ୍ଟା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀଙ୍କ ସହ ତହସିଲ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଆଗାମୀ ଦିନରେ ଏହି ରଥ ପର୍ଯ୍ୟାୟକ୍ରମେ ତହସିଲର ପ୍ରତ୍ୟେକ ଗାଁ ବୁଲିବା ସହ ଲୋକଙ୍କୁ ରାଜସ୍ବ ସମ୍ବନ୍ଧୀୟ ସେବା ଯୋଗାଇବ ବୋଲି ଶ୍ରୀ ଶତପଥି ସୂଚନା ପ୍ରଦାନ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.