ETV Bharat / state

ଅରୁଣାଞ୍ଚଳରୁ ଫେରିବେ ଦୟା ଭୂୟାଁ, ଗଲା ସ୍ବତନ୍ତ୍ର ଟିମ

ଜଗପତି କାର୍ଯ୍ୟ ନାମକ ବ୍ୟକ୍ତି ପ୍ରାୟ ୪୦ ବର୍ଷ ଗ୍ରାମର ଅନ୍ୟ ୩ ଜଣ ବନ୍ଧୁଙ୍କ ସହିତ କାମ କରିବାକୁ ଯାଇ ଅରୁଣାଞ୍ଚଳର ଏକ ଜଙ୍ଗଲରେ ରହିଯାଇଥିଲେ । ବର୍ତ୍ତମାନ ସେ ବୃଦ୍ଧାବସ୍ଥାରେ ରହିଥିବାବେଳେ ଏସଂପର୍କରେ ଜଣେ ସ୍ଥାନୀୟ ଶିକ୍ଷକ ତାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ଏହାପରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜଗପତି କାର୍ଯ୍ୟଙ୍କୁ ନିଜ ମୂଳ ବାସସ୍ଥଳୀକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଇଛି । ସେଥିପାଇଁ ଜିଲ୍ଲା ସହ ଶ୍ରମ ଅଧିକାରୀ ଏବଂ ଜଗପତି କାର୍ଯ୍ୟଙ୍କର ପୁତୁରା ମକୁନ୍ଦି ଭୂୟୀ ଅରୁଣାଞ୍ଚଳ ପ୍ରଦେଶ ଅଭିମୁଖେ ରବିବାର ଦିନ ଯାତ୍ରା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଅରୁଣାଞ୍ଚଳରୁ ଫେରିବେ ଦୟା ଭୂୟାଁ, ଗଲା ସ୍ବତନ୍ତ୍ର ଟିମ
ଅରୁଣାଞ୍ଚଳରୁ ଫେରିବେ ଦୟା ଭୂୟାଁ, ଗଲା ସ୍ବତନ୍ତ୍ର ଟିମ
author img

By

Published : Aug 24, 2020, 6:08 PM IST

ଗଜପତି: ଜଗପତି କାର୍ଯ୍ୟ ନାମକ ବ୍ୟକ୍ତି ପ୍ରାୟ ୪୦ ବର୍ଷ ତଳେ ପେଟ ପାଇଁ ଗ୍ରାମର ଅନ୍ୟ ୩ ଜଣ ବନ୍ଧୁଙ୍କ ସହିତ କାମ କରିବାକୁ ଅରୁଣାଞ୍ଚଳ ପ୍ରଦେଶ ଯାଇଥିଲେ। କିନ୍ତୁ କିଛି ଦିନ କାର୍ଯ୍ୟ କଲାପରେ କୌଣସି କାରଣବଶତଃ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିଲା । ଏହାପରେ ତାଙ୍କ ତିନିବନ୍ଧୁ ଅରୁଣାଞ୍ଚଳରୁ ଫେରିଆସିଲେ କିନ୍ତୁ ଜଗପତି କାର୍ଯ୍ୟ ଆସିଲେ ନାହିଁ। ଏହାପରେ ସେ ଅରୁଣାଞ୍ଚଳ ପ୍ରଦେଶର ଲୋୟର ସୁବାସିନୀ ଜିଲ୍ଲାର ଏକ ଜଙ୍ଗଲରେ ବସବାସ କରିବାକୁ ଲାଗିଥିଲେ । ବର୍ତ୍ତମାନ ସେ ବୃଦ୍ଧାବସ୍ଥାରେ ରହିଥିବାବେଳେ ଏସଂପର୍କରେ ଜଣେ ସ୍ଥାନୀୟ ଶିକ୍ଷକ ତାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ଏହାପରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜଗପତି କାର୍ଯ୍ୟଙ୍କୁ ନିଜ ମୂଳ ବାସସ୍ଥଳୀକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଇଛି । ସେଥିପାଇଁ ଜିଲ୍ଲା ସହ ଶ୍ରମ ଅଧିକାରୀ ଏବଂ ଜଗପତି କାର୍ଯ୍ୟଙ୍କର ପୁତୁରା ମକୁନ୍ଦି ଭୂୟୀ ଅରୁଣାଞ୍ଚଳ ପ୍ରଦେଶ ଅଭିମୁଖେ ରବିବାର ଦିନ ଯାତ୍ରା ଆରମ୍ଭ କରିଛନ୍ତି ।

ଅରୁଣାଞ୍ଚଳରୁ ଫେରିବେ ଦୟା ଭୂୟାଁ, ଗଲା ସ୍ବତନ୍ତ୍ର ଟିମ
ଅରୁଣାଞ୍ଚଳରୁ ଫେରିବେ ଦୟା ଭୂୟାଁ, ଗଲା ସ୍ବତନ୍ତ୍ର ଟିମ

ଜଗପତି କାର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ଦୟା ଭୂୟାଁ । ତାଙ୍କ ଘର ଗଜପତି ଜିଲ୍ଲା ତାଳମଣ୍ଡା ପଞ୍ଚାୟତର ଅବାସିଂରେ । ସ୍ବର୍ଗତଃ ମାଗତା ଭୂୟାଁଙ୍କର ସେ ବଡ ପୁଅ । ବହୁବର୍ଷ ପୂର୍ବରୁ ତାଙ୍କ ବାପାମାଆଙ୍କ ପରଲୋକ ହୋଇସାରିଛି । ବର୍ତ୍ତମାନ ତାଙ୍କ ଭାଇ ସୁକୁ ଭୂୟାଁ ଏବଂ ଭଉଣୀ ମଙ୍ଗଳୁ ଭୂୟାଁ ଅବାସିଂ ଗ୍ରାମରେ ବସବାସ କରନ୍ତି । ଜଗପତି କାର୍ଯ୍ୟ ବର୍ତ୍ତମାନ ଅରୁଣାଞ୍ଚଳ ପ୍ରଦେଶର ଲୋୟର ସୁବନସିନୀ ଜିଲ୍ଲାର ଜିରୋ ମାର୍କେଟ ଅଞ୍ଚଳର ଏକ ଜଙ୍ଗଲରେ ଏକାକୀ ବାସ କରୁଛନ୍ତି । କୋରୋନା ଲକଡାଉନ ସମୟରେ ବୃଦ୍ଧ ଜଗପତିଙ୍କୁ ସେଠାକାର ଜଣେ ଶିକ୍ଷକ ଶ୍ରୀ ରୁଗୁଆମା ନିୟମିତ ଖାଇବାକୁ ଦେଉଥିଲେ । ସେ ତାଙ୍କର ଅସଲି ପରିଚୟ ଜାଣିବାପରେ ତାଙ୍କ ବିଷୟରେ ଏକ ଭିଡିଓ ବନାଇ ସୋସିଆଲ୍ ମିଡିଆରେ ଭାଇରଲ୍ କରିଥିଲେ।

ଶିକ୍ଷକଙ୍କ କହିବା ଅନୁସାରେ ଜଗପତି କାର୍ଯ୍ୟ ଜଙ୍ଗଲରୁ କାଠ ସଂଗ୍ରହ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ଜଙ୍ଗଲରେ ଏକ ଛୋଟିଆ ପାହାଡ଼ ଉପରେ କାଠରେ ଘର କରି ବାସ କରିଥିଲେ । ସେ ସେଠାକାର ପ୍ରକୃତି ଯଥା:- ଜଙ୍ଗଲ , ପାହାଡ ଏବଂ ଝରଣାକୁ ବହୁତ ଭଲ ପାଉଥିବା ଶିକ୍ଷକ ଜଣକ ଉଲ୍ଲେଖ କରିଥିଲେ । ସେହି ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ସହ ପୂର୍ବତନ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଜେଏନୟୁ ଆଲୁମୁନି ଗ୍ରୁପରୁ ଏ ସଂପର୍କରେ ସୂଚନା ପାଇଥିଲେ । ଏନେଇ ମଧ୍ୟ ଗଜପତି ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ।

ପରବର୍ତ୍ତୀ ସମୟରେ ଗଜପତି ଜିଲ୍ଲା ପ୍ରଶାସନ, ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ନେତୃତ୍ବରେ ଏବଂ ଜିଲ୍ଲା ସହ ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ ମାଧ୍ୟମରେ ଜଗପତି କାର୍ଯ୍ୟଙ୍କର ଠିକଣା ଏବଂ ତାଙ୍କର ଘରକୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜଗପତି କାର୍ଯ୍ୟଙ୍କୁ ନିଜ ଗଜପତି ଜିଲ୍ଲାକୁ ଫେରାଇ ଆଣିବା ପାଇଁ ଜିଲ୍ଲା ସହ ଶ୍ରମ ଅଧୁକାରୀ ଏବଂ ଜଗପତି କାର୍ଯ୍ୟଙ୍କର ପୁତୁରା ମକୁନ୍ଦି ଭୂୟୀ ଅରୁଣାଞ୍ଚଳ ପ୍ରଦେଶ ଅଭିମୁଖେ ରବିବାର ଦିନ ଯାତ୍ରା ଆରମ୍ଭ କରିଛନ୍ତି । ଜିଲ୍ଲା ସହ-ଶ୍ରମଅଧିକାରୀ କହିବା ଅନୁସାରେ, ସେମାନେ ଅରୁଣାଞ୍ଚଳ ପ୍ରଦେଶର ସୀମାରେ ଆସାମର ଶୋଲାପୁର ବିମାନବନ୍ଦରରେ ପହଞ୍ଚିବେ । ପରେ ଅରୁଣାଞ୍ଚଳ ପ୍ରଦେଶ ସୀମାରୁ ଲୋୟର ସୁବାସିନୀ ଜିଲ୍ଲା ପ୍ରଶାସନ ଠାରୁ ଜଗପତି କାର୍ଯ୍ୟଙ୍କୁ ଗ୍ରହଣ କରି ୨୬ତାରିଖରେ ଗଜପତି ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଅନ୍ୟପଟେ ତାଙ୍କ ଭାଇ ସୁକା ଭୂୟାଁଙ୍କ କହିବା ଅନୁସାରେ ଜଗପତି କାର୍ଯ୍ୟ ଗାଁକୁ ଫେରିଲେ ଆମେ ତାକୁ ଆଦରର ସହ ଗ୍ରହଣ କରିବୁ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.