ETV Bharat / state

ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ୬ ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

author img

By

Published : Aug 16, 2021, 1:17 PM IST

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଆଜି ୬ ଜଣଙ୍କୁ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନ ପରିସରରେ ଜେରା କରୁଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, 6ଜଣଙ୍କୁ ଜେରା କରୁଛି  କ୍ରାଇମବ୍ରାଞ୍ଚ

ଗଜପତି: ସଫଳ ହେବ କି କ୍ରାଇମବ୍ରାଞ୍ଜ ତଦନ୍ତ ? ଖୋଲିବ କି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ? ତଦନ୍ତ ଠିକ୍ ଦିଗରେ ଯିବ ନା ବାଟବଣା ହେବ ? ACFଙ୍କ ମୃତ୍ୟୁ ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ରାଜ୍ୟବାସୀଙ୍କ ମନରେ ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି । ସୌମ୍ୟଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଥିବା ବେଳେ ଆଜି କ୍ରାଇମବ୍ରାଞ୍ଚ ବନବିଭାଗର ଦୁଇ ACFଙ୍କ ସମେତ ୬ ଜଣ ବନକର୍ମଚାରୀଙ୍କୁ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନ ପରିସରରେ ଜେରା କରୁଛି ।

ଏହି ମୃତ୍ୟୁ ମାମଲାର ତଦନ୍ତ ନେଇ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି ଗସ୍ତର ଆଜି ତୃତୀୟ ଦିନ । ତଦନ୍ତର ପ୍ରଥମ ଦୁଇଦିନରେ ପୂର୍ବରୁ ତଦନ୍ତ କରୁଥିବା ଅଧିକାରୀଙ୍କ ସହ ଆଲୋଚନା ସହ ସୌମ୍ୟଙ୍କ ସରକାରୀ ବାସଭବନରେ ଦୁଇ ଘଣ୍ଟା ଧରି ଯାଞ୍ଚ କରିଥିଲେ । ଗତକାଲି ଘଟଣା ସମ୍ପର୍କିତ ସମସ୍ତ ଦସ୍ତାବିଜକୁ ତର୍ଜମା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଆଜି ଘଟଣା ସହ ସଂପୃକ୍ତି ରହିଥିବା ଦୁଇ ACFଙ୍କ ସମେତ ୬ ଜଣ ବନକର୍ମଚାରୀ ଓ ମୁଖ୍ୟ ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ମଧ୍ୟ ଜେରା କରୁଛି କ୍ରାଇମବ୍ରାଞ୍ଚ । ପୋଲିସ ପରେ ଏବେ କ୍ରାଇମବ୍ରାଞ୍ଚ ଆରମ୍ଭରୁ ତଦନ୍ତ କରିବା ହେତୁ ତଦନ୍ତର ଦିଗ କେଉଁ ଆଡକୁ ଗତି କରୁଛି ଏବେ ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.