ଗଜପତି : କୋରୋନା ମୁକାବିଲା ପାଇଁ ଜିଲ୍ଲାରେ ନିର୍ମାଣ ହୋଇଥିବା କୋଭିଡ଼-୧୯ ହସ୍ପିଟାଲ ବୁଧବାର କାର୍ଯ୍ୟକ୍ଷମ ହୋଇଛି । ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସହ 100 ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି । ଏହା ଜିଲ୍ଲାବାସୀଙ୍କ କାର୍ଯ୍ୟରେ ଆସିବ ବୋଲି ଜିଲ୍ଲାପାଳ କହିଛନ୍ତି । ସରକାର ଏହାର ଭିତ୍ତିଭୂମି ପ୍ରସ୍ତୁତ କରିଥିବା ବେଳେ ହସ୍ପିଟାଲର ପରିଚାଳନା ଦାୟିତ୍ବ ହାଇଟେକ ମେଡିକାଲ କଲେଜକୁ ପ୍ରଦାନ କରାଯାଇଛି । ଏହାର ପରିଚାଳନା ସମ୍ପର୍କିତ ପଣ୍ଡ ଓଏଚପିସିଏଲ ଯୋଗାଇ ଦେବ ବୋଲି ସେ ସୂଚନା ଦେଇଛନ୍ତି ।
ଏଠାରେ ୮ ଜଣ ହାଉସସର୍ଜନଙ୍କ ସମେତ ୨୦ ଜଣ ଡାକ୍ତର, ୮୦ ଜଣ ନର୍ସ ଏବଂ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ନିୟୋଜିତ ରହି ଆକ୍ରାନ୍ତଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦେବେ ବୋଲି ହାଇଟେକ ଗୃପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡ.ଗୁନୁରାଣୀ ପଟ୍ଟନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ