ETV Bharat / state

ନାଟକୀୟ ଢଙ୍ଗରେ କୋରୋନା ସଚେତନତା ବାର୍ତ୍ତା ଦେଇ ପୁଣି ଚର୍ଚ୍ଚାରେ ସାରା ଶର୍ମା

ନାଟକୀୟ ଢଙ୍ଗରେ କୋରୋନା ସଂପର୍କରେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ପୁଣି ଚର୍ଚ୍ଚାରେ ଗଜପତି ଜିଲ୍ଲା ଏସପି ସାରା ଶର୍ମା । ପୋଲିସ ବିଭାଗର କର୍ମଚାରୀ ଅଭିନୟ କରିଥିବା ବେଳେ ସେମାନଙ୍କୁ ସହାୟତା କରିଥିଲେ ଗଣମାଧ୍ୟମର ପ୍ରତିନିଧୀ । ଅଧିକ ପଢନ୍ତୁ...

author img

By

Published : May 11, 2020, 8:33 PM IST

corona awareness in a dramatic way of Police
ନାଟକୀୟ ଢଙ୍ଗରେ କୋରୋନା ସଚେତନତା ବାର୍ତ୍ତା ଦେଇ ପୁଣି ଚର୍ଚ୍ଚାରେ ସାରା ଶର୍ମା

ଗଜପତି: କୋରୋନା ମହାମାରୀକୁ ନେଇ ସାରା ବିଶ୍ବ ବର୍ତ୍ତମାନ ଚିନ୍ତିତ । ଆମ ଦେଶରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ଗଜପତି ଜିଲ୍ଲାରେ ବର୍ତ୍ତମାନ ଯାଏଁ ଜଣେ ହେଲେ ବି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି, ତଥାପି ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଚିନ୍ତାରେ ସରକାର । ଏଭଳି ସ୍ଥିତିରେ ନାଟକୀୟ ଢଙ୍ଗରେ କୋରୋନା ସଂପର୍କରେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ପୁଣି ଚର୍ଚ୍ଚାରେ ଗଜପତି ଜିଲ୍ଲା ଏସପି ସାରା ଶର୍ମା ।

କୋରୋନା ମାହାମାରୀରୁ ରକ୍ଷା ପାଇବାକୁ ହେଲେ ସଚେତନ ରହିବା ସହ ସତର୍କତା ଅବଲମ୍ବନ କରିବା ନିତାନ୍ତ ଜରୁରୀ । ଆଉ ଏହାକୁ ନାଟକ ମାଧ୍ୟମରେ ଲୋକଙ୍କୁ ବୁଝାଇଛନ୍ତି ପୋଲିସ । ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଏହି ପଥପ୍ରାନ୍ତ ନାଟକରେ ପୋଲିସ ବିଭାଗର ବଛା ବଛା କର୍ମଚାରୀ ଅଭିନୟ କରିଥିବା ବେଳେ ଗଣମାଧ୍ୟମର ପ୍ରତିନିଧୀମାନେ ସହାୟତା କରିଥିଲେ । ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଥିବା ବେଳେ ଗଣମାଧ୍ୟମରେ ସହାୟତାକୁ ଲୋକେ ସ୍ବାଗତ କରିଛନ୍ତି ।

ପୁଲିସ ଲୋକଙ୍କର ବନ୍ଧୁ ବୋଲି ଯେଉଁ ସ୍ଲୋଗାନ ଦେଉଛି ତାହା ଗଜପତିରେ ଶତପ୍ରତିଶତ କାର୍ଯ୍ୟକାରୀ ହେଉଛି ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । ପୋଲିସ୍ କେବଳ ଲୋକଙ୍କୁ ସୁରକ୍ଷା ଦେଇ ନିଜ କର୍ତ୍ତବ୍ୟ କରୁଛି ତାହା ନୁହେଁ ବରଂ ଲୋକଙ୍କୁ ସଚେତନ କରିବା ସହ ସତର୍କ ରହିବା ପାଇଁ ଆହ୍ବାନ ଦେଉଛି। ଯାହା ନିଶ୍ଚିତ ଭାବେ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.