ETV Bharat / state

ଆନ୍ତରାଜ୍ୟ ବସ ଚଳାଚଳରେ କଟକଣା, ସୀମା ଜଗିଛି ଗଜପତି ପୋଲିସ

ଆନ୍ତଃରାଜ୍ୟ ବସସେବାରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଆଉ ସରକରାଙ୍କ ଗାଇଡଲାଇନକୁ ଅତି ଗମ୍ଭୀର ଭାବେ ନେଇଛି ଗଜପତି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ..

author img

By

Published : Mar 23, 2020, 8:20 PM IST

ଆନ୍ତରାଜ୍ୟ ବସ ଚଳାଚଳରେ କଟକଣା, ସୀମା ଜଗିଛି ଗଜପତି ପୋଲିସ
ଆନ୍ତରାଜ୍ୟ ବସ ଚଳାଚଳରେ କଟକଣା, ସୀମା ଜଗିଛି ଗଜପତି ପୋଲିସ

ଗଜପତି: କୋରୋନା କବଳରେ କବଳିତ ସମଗ୍ର ବିଶ୍ବ । ଚୀନ୍‌ର ଉହାନରୁ ଆରମ୍ଭ ହୋଇଥିବା ସଂକ୍ରମଣ ମହାମାରୀର ରୂପ ନେଇଛି । ଯାହାକୁ ଅଟକାଇବା ପାଇଁ ଅଧିକାଂଶ ରାଜ୍ୟକୁ ଲକଡାଉନ କରିଛନ୍ତି ସରକାର ।

ଏହି କ୍ରମରେ ଆନ୍ତଃରାଜ୍ୟ ବସସେବାରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଆଉ ସରକରାଙ୍କ ଗାଇଡଲାଇନକୁ ଅତି ଗମ୍ଭୀର ଭାବେ ନେଇଛି ଗଜପତି ଜିଲ୍ଲା ପ୍ରଶାସନ । ଗଜପତି ଦେଇ ଅଧିକାଂଶ ବସ ଓଡିଶାରୁ ପଡୋଶୀ ରାଜ୍ୟ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯାତାୟତ କରିଥାଏ । ଏସବୁକୁ ବନ୍ଦ କରିବା ସହ ଜିଲ୍ଲାର ପ୍ରବେଶ ପଥରେ ମୁତୟନ ହୋଇଛନ୍ତି ପୋଲିସ ।

ଦିନ 11ଟାରୁ ଅନ୍ତରାଜ୍ୟ ବସଚଳାଚଳ ଉପରେ ସରକାର ଜାରି କରିଥିବା କଟକଣାର ପ୍ରଭାବ ସୀମାନ୍ତ ଜିଲ୍ଲା ଗଜପତିରେ ବେଶ ପରିଲିକ୍ଷିତ ହେଇଛି । ବ୍ୟବସାୟ ଠୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ଗଜପତିର ପାରଳାଖେମୁଣ୍ଡି ଓ ଆନ୍ଧ୍ରପ୍ରଦେଶ ପରସ୍ପର ଉପରେ ନିର୍ଭରଶୀଳ । ତଥାପି କୋରନା ପରି ମହାମାରୀକୁ ଅଟକାଇବା ପାଇଁ ସରକାର ନେଇଥିବା ପଦକ୍ଷେପକୁ ଖୁସିରେ ଗ୍ରହଣ କରିଛନ୍ତି ଲୋକେ । ସେମାନଙ୍କ କହିବା ହେଲା କିଛି ଦିନ ଅସୁବିଧା ହୋଇପାରେ, କିନ୍ତୁ ଏଭଳି ପଦକ୍ଷେପ ଦ୍ବାରା ମହାମାରୀ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ।

ଆନ୍ତରାଜ୍ୟ ବସଚଳାଚଳକୁ ସରକାର ବନ୍ଦ କରିଥିବା ବେଳେ ଗଜପତିରେ ମଧ୍ୟାହ୍ନ ଯାଏଁ ଜିଲ୍ଲାର କୌଣସି ସ୍ଥାନକୁ ବସ ଚଳାଚଳ କରିନଥିଲା । ଫଳରେ ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ । ତେବେ ପ୍ରଶାସନ ଏସଂପର୍କରେ ଖବର ପାଇ ବସ ମାଲିକଙ୍କୁ ସଚେତନ କରିବା ପରେ ଅପରାହ୍ନରେ୍ କିଛି ରୁଟରେ ବସଚଳାଚଳ ଆରମ୍ଭ ହୋଇଥିଲା।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.