ETV Bharat / state

ପିଲାଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ସାଂସଦ, ସ୍କୁଲକୁ ପଠାଇଲେ ଟେବୁଲ-ଚେୟାର - ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ

ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପିଲାଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ପାଠ ପଢ଼ା ପାଇଁ ସ୍କୁଲକୁ ପଠାଇଲେ ଟେବୁଲ ଓ ଚେୟାର । ଅଧିକ ପଢ଼ନ୍ତୁ

maharaja girls primary school in gajapati
ପିଲାଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ
author img

By

Published : Mar 26, 2023, 8:25 PM IST

ପିଲାଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ

ଗଜପତି: କଥା ରଖିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଗତ ଫେବୃଆରୀ 28 ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଅବସବରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁରାତନ ଛାତ୍ରୀମାନେ ସ୍କୁଲର ବିଭିନ୍ନ ସମସ୍ୟା ସଂପର୍କରେ ତାଙ୍କ ସହ ଆଲୋକପାତ କରିଥିଲେ । ସେସବୁର ସମାଧାନ ପାଇଁ ସରକାରୀ ସ୍ତରରେ ପ୍ରୟାସ କରିବେ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ସ୍କୁଲର ପିଲାମାନଙ୍କ ବସି ପାଇଁ ଆବଶ୍ୟକତା ଥିବା ଚେୟାର ଓ ଟେବୁଲ ନିଜ ପକ୍ଷରୁ ଶୀଘ୍ର ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: CM Visits Ganjam: ଗଞ୍ଜାମକୁ ୨୦୦୦ କୋଟିର ପ୍ରକଳ୍ପ ଭେଟି, ୨୦ ହଜାରଙ୍କୁ ଜମି ପଟ୍ଟା ଆବଣ୍ଟନ

ଏହାର ମାସେ ନପୁରୁଣୁ ସାଂସଦ ଚନ୍ଦ୍ରଶେଖର ସାହୁ ସ୍କୁଲର 3ଶହ ପିଲାଙ୍କ ପାଇଁ ଚେୟାର ଓ ଟେବୁଲ ପଠାଇଛନ୍ତି । ବର୍ତ୍ତମାନ ସ୍କୁଲର ପିଲାମାନେ ଏହାକୁ ବ୍ୟବହାର କରିଛନ୍ତି । ସେହି ଚେୟାର ଓ ଟେବୁଲରେ ବସି ପାଠ ପଢୁଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟଟି ଶତାୟୁ ପୁରାତନ ହୋଇଥିବା ବେଳେ ଏହାର ଚେୟାର ଓ ଟେବୁଲ ଭାଙ୍ଗିରୁଜି ଯାଇଥିଲା । ଫଳରେ ପିଲାମାନେ ସେଥିରେ ବସିନପାରି ତଳେ ବସିବାକୁ ବାଧ୍ୟ ହେଉଥିଲେ । ସାଂସଦଙ୍କ ଏଭଳି କାର୍ଯ୍ୟକୁ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Covid-19 Situation In India: ଉପରମୁହାଁ କୋରୋନା, ସୋମବାର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଚନ୍ଦନ୍ଦ୍ରଶେଖର ନିଜର ପ୍ରତିଶୃତି ପାଳନ କରି ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ବୋଲି ସାଧାରଣ ଲୋକେ କହିଛନ୍ତି । ତାଙ୍କ ସହଯୋଗ ପାଇଁ ସ୍କୁଲର ଛାତ୍ରୀମାନେ ଏବଂ ଶିକ୍ଷୟିତ୍ରୀ ଉଭୟେ ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ କୌଣସି ସରକାରୀ ଯୋଜନା କିମ୍ବା ନିଜ ହାତପାଣ୍ଠିରୁ ନୁହେଁ ବରଂ ଉଦ୍ୟମ କରି କୌଣସି ବଦାନ୍ୟ ବ୍ୟକ୍ତିଙ୍କଠାରୁ ଏହା ସଂଗ୍ରହ କରି ସ୍କୁଲକୁ ପଠାଇଛନ୍ତି । ଚନ୍ଦ୍ରଶେଖର ସାହୁ ପୂର୍ବରୁ କଂଗ୍ରେସ ଟିକଟରେ ସାଂସଦ ହୋଇଥିବା ବେଳେ ବର୍ତ୍ତମାନ ବିଜେଡିର ସାଂସଦ ଅଛନ୍ତି । ପୂର୍ବରୁ ମଧ୍ୟ ସେ ଅନେକ ଥର ସାମାଜିକ କାର୍ଯ୍ୟ ମାଧ୍ୟମରେ ସହାୟତା କରିଛନ୍ତି । କୋରୋନା ସମୟରେ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାସ୍କ ବାଣ୍ଟିଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.