ETV Bharat / state

Sambalpur Violence: ଜଣେ ହିନ୍ଦୁ ମୃତ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଶ୍ବହିନ୍ଦୁ ପରିଷଦର ଦାବିପତ୍ର

author img

By

Published : Apr 17, 2023, 4:45 PM IST

Updated : Apr 17, 2023, 5:17 PM IST

ସମ୍ବଲପୁର ହିଂସାକାଣ୍ଡରେ ଜଣେ ହିନ୍ଦୁଙ୍କ ମୃତ୍ୟୁକୁ ନେଇ ଗଜପତିର ଅସନ୍ତୋଷ । ଜିଲ୍ଲା ବଜରଙ୍ଗ ଦଳ ଏବଂ ବିଶ୍ବହିନ୍ଦୁ ପରିଷଦ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

memorandum to PM in Sambalpur Violence case
memorandum to PM in Sambalpur Violence case
Sambalpur Violence: ଜଣେ ହିନ୍ଦୁ ମୃତ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଶ୍ବହିନ୍ଦୁ ପରିଷଦର ଦାବିପତ୍ର

ପାରଳାଖେମୁଣ୍ଡି: ହନୁମାନ ଜନ୍ମୋତ୍ସବରେ ସମ୍ବଲପୁର ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡରେ ଜଣେ ହିନ୍ଦୁ ଧର୍ମାବଲମ୍ବୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ହିନ୍ଦୁମାନଙ୍କ ଉପରେ ମୁସଲିମ ଧର୍ମାବଲମ୍ବୀମାନେ ଅତର୍କିତ ଆକ୍ରମଣ କରିଥିଲେ । ସୁରକ୍ଷାରେ ନିୟୋଜିତ ପୋଲିସ କର୍ମୀଙ୍କ ଉପରେ ମଧ୍ୟ ବର୍ବରୋଚିତ ଆକ୍ରମଣ କରିଥିବା ଅଭିଯୋଗ ଆଣି ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗଜପତି ଜିଲ୍ଲା ବଜରଙ୍ଗ ଦଳ ଏବଂ ବିଶ୍ବହିନ୍ଦୁ ପରିଷଦ । ଏଥିଲାଗି ୨ ହିନ୍ଦୁ ସଂଗଠନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଏ ନେଇ ବଜରଙ୍ଗ ଦଳର ଜଣେ କର୍ମକର୍ତ୍ତା କହିଛନ୍ତି, "ହିନ୍ଦୁମାନେ ସବୁବେଳେ ଶାନ୍ତି ଚାହୁଁଛନ୍ତି । ହେଲେ ଅନ୍ୟ ଧର୍ମାବଲମ୍ବୀମାନେ ହିନ୍ଦୁଙ୍କ ଉପରେ ବାରମ୍ବାର ଆକ୍ରମଣ କରି ଚାଲିଛନ୍ତି । ତେଣୁ ବାଧ୍ୟ ହୋଇ ସରକାରଙ୍କୁ ଏହି ଦାବିପତ୍ର ଦେବାକୁ ବାଧ୍ୟ ହେଉଛନ୍ତି। ଏହି ଆକ୍ରମଣରେ ସାମିଲ ଥିବା ମୁଲମାନମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନେ ବେଆଇନ ନିର୍ମାଣ କରି ରହୁଥିବା ଘର, ମଦ୍ରାସା ଏବଂ ମସଜିଦକୁ ତୁରନ୍ତ ଭାଙ୍ଗିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ।" ସେହିଭଳି ଆକ୍ରମଣର ଶିକାର ହୋଇଥିବା ହିନ୍ଦୁମାନଙ୍କ ଉପରେ ହୋଇଥିବା ମିଥ୍ୟା ମାମଲାର ପ୍ରତ୍ୟାହାର ପାଇଁ ମଧ୍ୟ ବଜରଙ୍ଗ ଦଳ ଏବଂ ବିଶ୍ବହିନ୍ଦୁ ପରିଷଦ ଦାବି କରିଛି ।

ଏହା ବି ପଢନ୍ତୁ- Sambalpur Violence: ଆଉ 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

ଅତିଶୀଘ୍ର ଏହି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଏହି ୨ ସଂଗଠନ ଚେତାବନୀ ଦେଇଛି। ସରକାରୀ ନିଷ୍କ୍ରିୟତା କାରଣରୁ ହିନ୍ଦୁସମାଜ ଅସୁରକ୍ଷିତ ବୋଲି ଉଭୟ ସଂଗଠନ ଅଭିଯୋଗ କରିଛି । ଏହାସହ ସମ୍ବଲପୁରଠାରେ ଗୁରୁବାର ହନୁମାନ ଜନ୍ମୋତ୍ସବ ପାଳନ ବେଳେ ଶୋଭାଯାତ୍ରା ଉପରେ ହିନ୍ଦୁ କାର୍ଯ୍ୟକର୍ତ୍ତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଜେହାଦୀମାନଙ୍କ ଦ୍ବାରା ପଥର, ଖଣ୍ଡା, ଛୁରୀ ଆଦି ମରଣାସ୍ତ୍ର ଦ୍ବାରା ଅତି ନିଷ୍ଠୁର ଭାବେ ଆକ୍ରମଣ ଏବଂ ହତ୍ୟା କରାଯିବା ଘଟଣାକୁ ଗଜପତି ଜିଲ୍ଲା ହିନ୍ଦୁ ସମାଜ ଦୃଢ ନିନ୍ଦା କରାଯାଉଛି ।

ଏହା ଦେଶର ଏବଂ ଆମ ରାଜ୍ୟରେ ପ୍ରଥମ ଘଟଣା ନୁହେଁ । ଜେହାଦୀ ଆତଙ୍କବାଦୀମାନଙ୍କର କ୍ରୁରତା ବାରମ୍ବାର ହିନ୍ଦୁ ସମାଜକୁ ଭୋଗିବାକୁ ପଡୁଛି । ବିଗତ କିଛି ବର୍ଷ ହେବ ହିନ୍ଦୁମାନଙ୍କ ହତ୍ୟା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ଏଥିରୁ ନିର୍ଦ୍ଦୋଷ ସାଧୁ ସନ୍ଥ ବି ବାଦ ପଡୁନାହାନ୍ତି । ଦେଶରେ ଏବଂ ଆମ ରାଜ୍ୟରେ ରାଷ୍ଟ୍ର ବିରୋଧୀ ଓ ଧାର୍ମିକ ଅସହିଷ୍ଣୁତାକୁ ଯୋଜନା ପୂର୍ବକ ପ୍ରୋତ୍ସାହନ ଦିଆଯାଇ ଦେଶରେ ଅରାଜକତା ସୃଷ୍ଟି କରାଯାଉଛି । ଏହି ସମସ୍ତ ଘଟଣା ପାଇଁ PFI, SDPI ଆଦି ଆତଙ୍କୀ ସଂଗଠନ ଦାୟୀ ବୋଲି ଦଳର କର୍ମକର୍ତ୍ତା ଅଭିଯୋଗ ଆଣିଛନ୍ତି । ଏହି ହିନ୍ଦୁ ବିରୋଧୀ ଷଡଯନ୍ତ୍ରକାରୀମାନଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ଗଜପତି

Last Updated : Apr 17, 2023, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.