ETV Bharat / state

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ

author img

By

Published : Jul 14, 2021, 9:47 PM IST

ଗଜପତି ଜିଲ୍ଲାର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୋଡି ହୋଇ ମୃତ୍ୟୁ ଘଟଣା, ଏବେ ଭିନ୍ନ ମୋଡ ନେଇଛି । ଅଧିକ ପଢନ୍ତୁ...

ବନ ସଂରକ୍ଷକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ

ଗଜପତି: ଜିଲ୍ଲାର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୋଡି ହୋଇ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ ନେଇଛି । ଏହି ଘଟଣାରେ ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଲିଖିତ ଭାବେ ଏକ ଅଭିଯୋଗ କରିଛନ୍ତି । ସୌମ୍ୟରଞ୍ଜନଙ୍କ ସ୍ତ୍ରୀଙ୍କ ସହ ପାରଳାଖେମୁଣ୍ଡି ଡିଏଫଓଙ୍କ ଅନୈତିକ ସଂପର୍କ ରହିଥିଲା । ସୌମ୍ୟଙ୍କୁ ରାତ୍ରୀ ଡ୍ୟୁଟିରେ ପଠାଉଥିଲେ । ଡିଏଫଓ ସୌମ୍ୟଙ୍କ ଅନୁପସ୍ଥିତିରେ ବାରମ୍ବାର ତାଙ୍କ ଘରକୁ ଯାଉଥିଲେ । ତେଣୁ, ସୌମ୍ୟଙ୍କୁ ପୋଡି ମାରିବା ପଛରେ ଡିଏଫଓ, ସୌମ୍ୟଙ୍କ ସ୍ତ୍ରୀ ଏବଂ ସୌମ୍ୟଙ୍କ ଘରେ ରୋଷେଇ କରୁଥିବା ଗାର୍ଡର ହାତ ରହିଥିବା ଅଭିରାମ ଅଭିଯୋଗ କରିଛନ୍ତି ।

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ

ସେପଟେ ଘଟଣାର 48 ଘଣ୍ଟା ଯାଏଁ ମୁହଁ ବନ୍ଦ ରଖିଥିବା ପାରଳାଖେମୁଣ୍ଡି ଡିଏଫଓ ଶେଷରେ ମୁହଁ ଖୋଲିଛନ୍ତି । ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ସେ କେବେବି ସୌମ୍ୟଙ୍କ ସ୍ତ୍ରୀ ସହ କୌଣସି ସମ୍ପର୍କରେ ନଥିବା କହିଛନ୍ତି । ଯିଏବି ଏଭଳି ଅଭିଯୋଗ ଆଣିଛନ୍ତି ସେ ନିଶ୍ଚିତ ଭାବେ ମାନସିକ ଭାରସାମ୍ୟ ହରାଇ ଏଭଳି ଅଭିଯୋଗ କରିଥିବା ସେ କହିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ପାରଳାଖେମୁଣ୍ଡି ଏସଡିପିଓ କହିଛନ୍ତି ଯେ, ଅଭିଯୋଗର ମେଲ୍ ମୁଁ ଦେଖିନାହିଁ । ଏହା ଦେଖିବା ପରେ ଅଭିଯୋଗର ସବୁ ଦିଗରୁ ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.