ETV Bharat / state

ହସ୍ପିଟାଲରେ ରୋଗୀଙ୍କଠୁ ମଗାଯାଉଛି ଟଙ୍କା ! ଜିଲ୍ଲାପାଳଙ୍କୁ ଆଶାକର୍ମୀଙ୍କ ଦାବିପତ୍ର - ଜିଲ୍ଲାପାଳଙ୍କୁ ଆଶାକର୍ମୀଙ୍କ ଦାବିପତ୍ର

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶାକର୍ମୀମାନେ ରୋଗୀଙ୍କ ଠାରୁ ଟଙ୍କା ମଗାଯାଉଥିବା ଅଭିଯୋଗ । ଏହାକୁ ବିରୋଧକରି ଆଶାକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ହସ୍ପିଟାଲରେ ରୋଗୀଙ୍କ ଠାରୁ ମଗାଯାଉଛି ଟଙ୍କା
ହସ୍ପିଟାଲରେ ରୋଗୀଙ୍କ ଠାରୁ ମଗାଯାଉଛି ଟଙ୍କା
author img

By

Published : Oct 28, 2022, 9:41 AM IST

Updated : Oct 29, 2022, 7:41 PM IST

ଗଜପତି: ଗତ ୧୫ ତାରିଖ ସନ୍ଧ୍ୟାରେ ଗଜପତି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ ଜିଲ୍ଲାପାଳ । ରୋଗୀମାନଙ୍କ ସହ ଆଲୋଚନା ସମୟରେ ଚିକିତ୍ସା ସମୟରେ ଟଙ୍କା ମଗାଯାଉଥିବା ନେଇ ଅଭିଯୋଗ କରିଥିଲେ । ତେବେ ଏନେଇ ହସ୍ପିଟାଲ ସିଡିଏମଓ ଆଶା କର୍ମୀମାନେ ହିଁ ଏସବୁ କରିଥାଇପାରନ୍ତି ବୋଲି କହିଥିଲେ । ଏହି ଘଟଣାକୁ ନେଇ ଆଶାକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ହସ୍ପିଟାଲରେ ରୋଗୀଙ୍କ ଠାରୁ ମଗାଯାଉଛି ଟଙ୍କା

ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ସମୟରେ ଗର୍ଭବତୀ ମହିଲଆ କିମ୍ବା ତାଙ୍କ ସଂପର୍କୀୟଙ୍କ ଠାରୁ ଟଙ୍କା ମଗାଯାଉଛି । ଏବଂ ନଦେଲେ ସେମାନଙ୍କୁ ହଇରାଣ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଗତ 15 ତାରିଖ ଦିନ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଏସପି ଜୟରାମ ଶତପଥୀ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସାଧୀନ ରୋଗୀ ଏବଂ ତାଙ୍କ ସଂପର୍କୀୟଙ୍କ ସହ ଆଲୋଚନା କରିଥିଲେ । ଅନେକ ରୋଗୀ ଏବଂ ତାଙ୍କ ସଂପର୍କୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସମୟରେ ଟଙ୍କା ମଗାଯାଉଥିବା ନେଇ ଅଭିଯୋଗ କରିଥିଲେ। ଯାହାକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ରୋଗୀ ସେବାରେ ସୁଧାର ଆଣିବା ପାଇଁ ନିର୍ଦ୍ଦଶେ ଦେଇଥିଲେ ।

ଏହାପରେ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ମଧ୍ୟ ଯାଞ୍ଚ କରିଥିଲେ । ଖାଦ୍ୟର ମାନକୁ ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିବା ସହ ମାନରେ ସୁଧାର ଆଣିବାକୁ କହିଥିଲେ । ସେହିପରି ଗତ କିଛି ଦିନ ହେଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ସଠିକ ଭାବେ ହେଉନଥିବା ଅଭିଯୋଗ ହୋଇଛି । କେତେକ ଡାକ୍ତରଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି । ତେଣୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନକୁ ରାଜନାଥଙ୍କ ସ୍ପଷ୍ଟ ଚେତାବନୀ: ଭାରତକୁ ଫେରିବ ଗିଲଗିଟ୍‌ ଓ ବଲୁଚିସ୍ଥାନ

ଏନେଇ ସିଡିଏମଓ ଡ.ପ୍ରଦୀପ କୁମାର ପାତ୍ର କହିଥିଲେ,"ଗର୍ଭବତୀଙ୍କୁ ଆଶା କର୍ମୀମାନେ ହସ୍ପିଟାଲକୁ ଆଣୁଛନ୍ତି । ତେଣୁ ସେମାନେ ହିଁ ଏହା କରିଥାଇ ପାରନ୍ତି । ତେବେ ଏହାର ତଦନ୍ତ କରାଯିବ ।"

ଏହାକୁ ନେଇ ଆଶା କର୍ମୀମାନେ କହିଛନ୍ତି, "ଆମେ ରୋଗୀଙ୍କ ସହ ସେବା ମନୋବୃତ୍ତି ନେଇ ଆସୁଛୁ । ଏଥିପାଇଁ ଆମକୁ ସରକାର କିଛି ଟଙ୍କା ମଧ୍ୟ ଦେଉଛନ୍ତି । ହେଲେ ଏଥିପାଇଁ ହସ୍ପିଟାଲର ଡାକ୍ତର ଏବଂ ନର୍ସଙ୍କ ଦସ୍ତଖତର ଆବଶ୍ୟକତା ପଡେ । ତେଣୁ ରୋଗୀଙ୍କ ଠାରୁ ଟଙ୍କା ଆଦାୟ କରି ନଦେଲେ ସେମାନେ ଦସ୍ତଖତ ଦିଅନ୍ତି ନାହିଁ ଏବଂ ଆମକୁ ଟଙ୍କା ମିଳିବାରେ ନାନା ସମସ୍ୟା ହୋଇଥାଏ । ଆମ ଉପରେ ମିଛ ଆରୋପ ଲଗାଯାଉଛି । କୌଣସି ଗରୀବ ରୋଗୀ ଏହା ଦେଇନପାରିଲେ ସେମାନଙ୍କୁ ବିଭିନ୍ନ ପ୍ରକାର ଭୟ ଦେଖାଇ ବ୍ରହ୍ମପୁର କିମ୍ବା ବିଶାଖାପାଟଣା ପଠାଇ ଦିଆଯାଏ । ଏହି ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଉ ।"

ଇଟିଭି ଭାରତ, ଗଜପତି

Last Updated : Oct 29, 2022, 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.