ETV Bharat / state

ଗଜପତି ଜିଲ୍ଲାର 6 ଗାଁରେ ହେବ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ

କୋଟିଆ ପରେ ଗଜପତିରେ ଆନ୍ଧ୍ରର ନଜର । ଗଜପତି ଜିଲ୍ଲାର 6ଟି ଗାଁରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ କରିଛି ପ୍ରସ୍ତୁତି । ଏମିତି କି ଜଣେ ୱାର୍ଡମେମ୍ବର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବ ଜଣାପଡିଛି । ଆନ୍ଧ୍ରପ୍ରଦେଶ ପ୍ରଶାସନ ମୌଳିକ ସୁବିଧାର ପ୍ରଲୋଭନ ଦେଖାଇ ନିଜ ରାଜ୍ୟରେ ମିଶ୍ରଣ କରୁଛି । ଅଧିକ ପଢନ୍ତୁ...

author img

By

Published : Feb 6, 2021, 8:00 PM IST

gajapati district border areas 6 village
ଗଜପତି ଜିଲ୍ଲାର 6 ଗାଁରେ ହେବ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ

ପାରଳାଖେମୁଣ୍ଡି : କୋଟିଆ ପରେ ଗଜପତିରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ସୀମାନ୍ତ ଗଜପତି ଜିଲ୍ଲାର ରାୟଗଡ ବ୍ଲକର 6ଟି ଗାଁ ରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରିଛି । ଏମିତି କି ଜଣେ ୱାର୍ଡମେମ୍ବର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବ ଜଣାପଡିଛି । ଆନ୍ଧ୍ରପ୍ରଦେଶ ପ୍ରଶାସନ ମୌଳିକ ସୁବିଧାର ପ୍ରଲୋଭନ ଦେଖାଇ ନିଜ ରାଜ୍ୟ ମିଶ୍ରଣ କରୁଛି ।

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମଧ୍ୟରେ ସବୁବେଳେ ସୀମା ବିବାଦ ଲାଗିରହିଛି । ଏବେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଗଙ୍ଗାବାଡ ପଞ୍ଚାୟତର ଛଅ ଗୋଟି ଗାଁକୁ ସାମିଲ କରିଛି । ସେହି ଗାଁ ଗୁଡିକ ହେଲା ମାଣିକପାଟଣା, ମଧିଆଖୋଲ,ଗୁଡ଼ିଖୁଡ଼ି, ଆଖଡ଼ା, ବୁଋଷୀଙ୍ଗି, ଅମାରୀଙ୍ଗି, ଏପରି କି ଏହି ଗାଁରେ ଭୋଟ କାର୍ଡ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ନିଜ ଆଡକୁ ଟାଣି ନେବକୁ ପ୍ରୟାସ କରିଛି ଆନ୍ଧ୍ର । ଏହି ସବୁ ଗାଁ ଲୋକେ ସ୍ବାସ୍ଥ୍ୟ ସେବା, ଶିକ୍ଷା, ଓ ବିଜୁଳି ପାଇଁ ପ୍ରାୟ ଆନ୍ଧ୍ର ଉପରେ ନିର୍ଭରଶୀଳ । ଆଉ ଏମାନଙ୍କ ଚାଷ ଜମି ମଧ୍ୟ ଅଧିକାଂଶ ଭାଗ ଆନ୍ଧ୍ରରେ ରହୁଛି । ତେଣୁ ଗୋଟିଏ ସମସ୍ତ ପ୍ରକାର ସୁବିଧା ଆନ୍ଧ୍ର ସରକାର ପକ୍ଷରୁ ମିଳୁଥିବାବେଳେ ସେମାନଙ୍କର ଚାଷ ଜମି ମଧ୍ୟ ଆନ୍ଧ୍ରରେ ଥିବ ଯୋଗୁଁ ସେମାନେ ଆନ୍ଧ୍ର ପ୍ରଦେଶର ନିର୍ବାଚନରେ ସାମିଲ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏପରିକି ମାଣିକପାଟଣା ଗ୍ରାମର ଜଣେ ବ୍ୟକ୍ତି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ପୂର୍ବତନ ସରପଞ୍ଚ କହିଛନ୍ତି ।

ଆନ୍ଧ୍ର ଓ ଓଡ଼ିଶା ଉଭୟ ରାଜ୍ୟରୁ ସୁବିଧା ପାଉଥିବା ଯୋଗୁଁ ଅଧିକାଂଶ ଲୋକେ ନିର୍ବାଚନ ନେଇ ପାଟି ଖୋଲୁନଥିବା ବେଳେ କିନ୍ତୁ ଆନ୍ଧ୍ରପ୍ରଦେଶର ସେବା କିନ୍ତୁ ସେମାନଙ୍କ ପାଇଁ ଜରୁରୀ ହୋଇପଡିଛି । ତାହା ଜଳ ଜଳ ସ୍ପଷ୍ଟ ବାରି ଜଣାପଡିଥିଲା ଏହି ଦୃଶ୍ୟରୁ, ମାଧିଆଖୋଲ ଗାଁରେ ଜଣେ ଅସୁସ୍ଥ ବୃଦ୍ଧା ଘର ବାରଣ୍ଡାରେ ଶୋଇଥିବା ଦେଖିବାକୁ ମିଳିଛି । ତାଙ୍କ ହାତରେ ସାଲାଇନ ଲାଗିଥିଲା ।ଏହି ଗାଁର ନବୀନ ଶବର ନିଜ ମାଆର ଦେହ ଅସୁସ୍ଥ ହେବାରୁ ତାଙ୍କ ପଞ୍ଚାୟତରେ ସ୍ୱାସ୍ଥ୍ୟ ସୁବିଧା ନଥିବାରୁ ପଡୋଶୀ ଆନ୍ଧ୍ରର ମଞ୍ଜୁସା ଗାଁର ଡାକ୍ତର ଆସି ଔଷଧ ଦେବା ସହ ସାଲାଇନ ଦେଇଛନ୍ତି । ଏ ଦୃଶ୍ୟ ହିଁ କହିଦେଉଛି ସେଠାରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅପହଞ୍ଚ ରହିଛି । ସେପଟେ ଏହି ଗାଁ ଗୁଡିକରେ ଗଜପତି ଜିଲ୍ଲା ପ୍ରଶାସନ ପହଞ୍ଚି ଭୋଟ ନଦେବାକୁ ତାଗିଦ୍ କରିଛି । ଗାଁ ଗୁଡିକରେ କୌଣସି ଠାର ସୀମା ବିବାଦ ନାହିଁ । କିନ୍ତୁ ଏହି 6ଟି ଗାଁରେ କିଛି ଲୋକେ ଆନ୍ଧ୍ର ସରକାରଙ୍କ ଭୋଟ କାର୍ଡ ଓ ରାସନ୍ କାର୍ଡ ହାତେଇଥିବା ଯୋଗୁଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଜପତି ଉପଜିଲ୍ଲାପାଳ କହିଛନ୍ତି ।

ଆଦିବାସୀଙ୍କ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ମାଳ ମାଳ ଯୋଜନା ରହିଛି ହେଲେ ଯୋଜନା ସବୁ ଏହି ଆଦିବାସୀ ଅଞ୍ଚଳରେ ଅପହଞ୍ଚ । ସେଥିପାଇଁ ଏହି ଗାଁ ଲୋକେ ମୌଳିକ ସୁବିଧା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ । ଯେଉଁଥିପାଇଁ ଆନ୍ଧ୍ର ନିର୍ବାଚନରେ ସେମାନେ ସାମିଲ ହେବାପାଇଁ ଆଗ୍ରହୀ । ତେବେ ଓଡ଼ିଶା ସରକାର ଆନ୍ଧ୍ର ମୁହାଁଉଥିବା ଗ୍ରାମବାସୀଙ୍କୁ ରଖିବାରେ କେତେ ସଫଳ ହେଉଛନ୍ତି ଦେଖିବାର କଥା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.