ETV Bharat / state

ଲୁଣ୍ଡା ଜଳ ପ୍ରପାତ ଉପରେ ଆନ୍ଧ୍ରର ନଜର, ଆଖି ବୁଜିଛନ୍ତି ଓଡିଶା ସରକାର

author img

By

Published : Nov 7, 2020, 5:09 PM IST

ପ୍ରଥମେ କୋଟିଆ ଓ ଏବେ ଗଜପତି ଜିଲ୍ଲାର ଲୁଣ୍ଡା ଜଳ ପ୍ରପାତ ଉପରେ ଆନ୍ଧ୍ର ସରକାରଙ୍କ କବଜା କରିବାକୁ ନଜର । ସେପଟେ ଶୋଇଛନ୍ତି ଓଡିଶା ସରକାର । ଅଧିକ ପଢନ୍ତୁ...

ଲୁଣ୍ଡା ଜଳ ପ୍ରପାତ ଉପରେ ଆନ୍ଧ୍ରର ନଜର, ଆଖି ବୁଜିଛନ୍ତି ଓଡିଶା ସରକାର
ଲୁଣ୍ଡା ଜଳ ପ୍ରପାତ ଉପରେ ଆନ୍ଧ୍ରର ନଜର, ଆଖି ବୁଜିଛନ୍ତି ଓଡିଶା ସରକାର

ଗଜପତି: ଗଜପତି-ଓଡିଶା ସୀମାନ୍ତ ଅମରିଙ୍ଗି ନିକଟରେ ଥିବା ଲୁଣ୍ଡା ଜଳ ପ୍ରପାତର ଉନ୍ନତି କରି ପର୍ଯ୍ୟଟନସ୍ଥଳୀ ଭାବେ ନିର୍ମାଣ କରିବାକୁ ଅଣ୍ଟା ଭିଡିଛି ଆନ୍ଧ୍ର । ହେଲେ ବର୍ତ୍ତମାନ ସୁଦ୍ଧା ଓଡିଶାର ଏହି ସ୍ଥାନକୁ ଗଜପତି ଜିଲ୍ଲା ପ୍ରଶାସନ ଠାବ କରିନାହିଁ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲୋକଙ୍କ ମତରେ କାହିଁ କେଉଁ ଅନାଦି କାଳରୁ କୁଳୁକୁଳୁ ନାଦ କରି ବୋହିଯାଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମଣ୍ଡିତା ଲୁଣ୍ଡା ଜଳ ପ୍ରପାତ । ପୂର୍ବରୁ ଏହି ଜଳ ପ୍ରପାତ ପାତାଳ ଗଙ୍ଗା ନାମରେ ପରିଚିତ ଥିଲା । ଏପରିକି ଦଶହରା ସମୟରେ ଏଠାରୁ ପଥର ନେଇ ଲୋକେ ପୂଜା ମଧ୍ୟ କରୁଥିଲେ ।

ହେଲେ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଏହାକୁ ଏବେ ଆନ୍ଧ୍ର ସରକାର କବଜା କରିବାକୁ ବସିଛନ୍ତି । ଯଦି ଏହା ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡେ ତେବେ ଏହା ଏକ ଉତ୍କୃଷ୍ଟ ପର୍ଯ୍ୟଟନ ସ୍ଥଳୀ ଭାବେ ଠିଆ ହୋଇ ପାରିବ ।

ଅମରିଙ୍ଗି ବାସିନ୍ଦାଙ୍କ ମତରେ କାହିଁ କେଉଁ ଅନାଦି କାଳରୁ କୁଳୁକୁଳୁ ନାଦ କରି ବୋହିଯାଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମଣ୍ଡିତା ଲୁଣ୍ଡା ଜଳ ପ୍ରପାତ । ପୂର୍ବରୁ ଏହି ଜଳ ପ୍ରପାତ ପାତାଳ ଗଙ୍ଗା ନାମରେ ପରିଚିତ ଥିଲା । ଏପରିକି ଦଶହରା ସମୟରେ ଏଠାରୁ ପଥର ନେଇ ଲୋକେ ପୂଜା ମଧ୍ୟ କରୁଥିଲେ । ଲୁଣ୍ଡା ଜଳପ୍ରପାତର ବିକାଶ ହେଲେ ଦୁର୍ଗମ ଗଙ୍ଗାବାଡ ପଞ୍ଚାୟତର ମଧ୍ୟ ବିକାଶ ହୋଇପାରନ୍ତା । ତେବେ ଏ ବିଷୟରେ ପ୍ରଶାସନକୁ ପଚାରିବାରୁ, ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇ ଏହାର ବିକାଶ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଅନୁପମ ଶାହା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.