ETV Bharat / state

ଏକ୍ସପାରି ଔଷଧ ଖାଇ 11 ମାସର ଶିଶୁ ଗୁରୁତର, ଅଙ୍ଗନବାଡି ଦିଦିଙ୍କ ନାଁରେ ଅଭିଯୋଗ - ଗଜପତି ପାରଳାଖେମୁଣ୍ଡି

ଏକ୍ସପାରି ମେଡିସିନ ଖାଇ ୧୧ ମାସର ଶିଶୁ ଗୁରୁତର ହୋଇଥିବା ଅଭିଯୋଗ । ଛୁଆଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ଆଇରନ ଓ ଭିଟାମିନ ଔଷଧ ଦେଇଥିଲେ ଅଙ୍ଗନବାଡ଼ି କର୍ମୀ । ଅଧିକ ପଢ଼ନ୍ତୁ

ଏକ୍ସପାୟାର ମେଡିସିନ ଖାଇ ୧୧ ମାସର ଶିଶୁ ଗୁରୁତର ହୋଇଥିବା ଅଭିଯୋଗ

author img

By

Published : May 12, 2023, 10:42 AM IST

ଏକ୍ସପାୟାର ମେଡିସିନ ଖାଇ ୧୧ ମାସର ଶିଶୁ ଗୁରୁତର ହୋଇଥିବା ଅଭିଯୋଗ

ଗଜପତି: ଏକ୍ସପାରି ଔଷଧ ଖାଇ ୧୧ ମାସର ଶିଶୁ ଗୁରୁତର ହୋଇଥିବା ଅଭିଯୋଗ । ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦିଙ୍କ ନାଁରେ ଅଭିଯୋଗ ଆଣିଲେ ଗ୍ରାମବାସୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଯାଜପୁର ଗ୍ରାମରେ । ଛୁଆମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ଆଇରନ ଓ ଭିଟାମିନ ଔଷଧ ଦେଇଥିଲେ ଅଙ୍ଗନବାଡ଼ି କର୍ମୀ । ତେବେ ମେଡିସିନ ଏକ୍ସପାରି ହୋଇଥିବା ବେଳେ ବଟିକା ଖାଇ ଜଣେ ଶିଶୁ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଯାଜପୁର ଗ୍ରାମରେ କୁନି ଛୁଆମାନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଔଷଧ ଦେବା ପାଇଁ ଯାଜପୁର ସ୍କୁଲରେ ଉପସ୍ଥିତ ହେବାକୁ କହିଥିଲେ ସ୍ଥାନୀୟ ଆଶା ଦିଦି । ପ୍ରାୟ ୨୫-୩୦ ପରିବାରକୁ ଅଙ୍ଗୱାଡି ଦିଦି ଭିଟାମିନ ଔଷଧ ଦେଇଥିଲେ । କିନ୍ତୁ ତାହା ଏକ୍ସପାରି ଔଷଧ ଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ମେଡିସିନ ଖାଇବା ପରେ ପିଲାମାନଙ୍କୁ ଝାଡ଼ା ବାନ୍ତି ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାସବୁ ଏକ୍ସପାରି ଔଷଧ ଜାଣିବା ପରେ ଅଙ୍ଗନବାଡି ଦିଦି ସବୁ ମେଡିସିନକୁ ନେଇ ନଷ୍ଟ କରି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଅଙ୍ଗନବାଡି ଦିଦିଙ୍କ ଅବହେଳା କାରଣରୁ ୧୧ ମାସର ଛୁଆର ସ୍ୱାସ୍ଥ୍ୟ ଗୁରୁତର ହୋଇଛି । ଗଜପତି ଜିଲ୍ଲା ହସ୍ପିଟାଲରେ ୪ ଦିନ ଯାଏଁ ରହିବା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବା ଯୋଗୁଁ ନିକଟସ୍ଥ ଆନ୍ଧ୍ରର ପୁରୁଣା ପାଟଣା ଏବଂ ପରେ ଶ୍ରୀକାକୁଲମ୍ କିମ୍ସରେ ଭର୍ତ୍ତି କରାଯାଇଥିଲା । ୧୫ ଦିନର ଚେଷ୍ଟା ସତ୍ତ୍ୱେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବା ଏବଂ ଛୁଆ ବଞ୍ଚିବା କଷ୍ଟକର କହି ସେମାନେ ପିଲାକୁ ଫେରାଇ ନେବାକୁ କହିଥିଲେ । ତେଣୁ ଗତକାଲି ଛୁଆକୁ ନେଇ ପାରଳାଖେୁମୁଣ୍ଡି ଥାନାକୁ ଆସି ଛୁଆର ବାପା ଓ ମା ଲିଖିତ ଅଭିଯୋଗ କରିଥିଲେ । ପୁଣି ସେଠାରୁ ତୁରନ୍ତ ଛୁଆକୁ ବଞ୍ଚାଇ ଦେବା ଆଶାରେ ଭୁବନେଶ୍ୱର ଅଧିକ ଚିକିତ୍ସା ପାଇଁ ଫେରିଯାଇଥିଲେ । ତାଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ବାସିନ୍ଦା ଏଭଳି ଅଭିଯୋଗ ଆଣି ତୁରନ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଅନ୍ୟପଟେ ଅଭିଯୋଗ ଅନୁସାରେ ତଦନ୍ତ କରାଯାଉଛି । ପ୍ରମାଣ ମିଳିଲେ ଅଙ୍ଗୱାଡ଼ି କର୍ମୀ ଓ ଆଶା ଦିଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନେଇ ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ ।

ଇଟିଭି ଭାରତ, ଗଜପତି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.