ETV Bharat / state

ଶିଶୁ ଦିବସରେ ରାସ୍ତା କଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

author img

By

Published : Nov 14, 2022, 10:12 PM IST

ଶିଶୁ ଦିବସରେ ଶିଶୁକୁ ଅଣଦେଖା । ଦେବଗଡ଼ ଟିଙ୍କବୀର ଗ୍ରାମ ରାସ୍ତାରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ଅଧିକ ପଢନ୍ତୁ

ଶିଶୁ ଦିବସରେ ରାସ୍ତାରେ ଗଡିଲା ନବଜାତ ଶିଶୁକନ୍ୟା

ଦେବଗଡ଼ :ଆଜି ଶିଶୁ ଦିବସ ଥିବାରୁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନା କରାଯାଇଛି । କେଉଁଠି ଶିଶୁଙ୍କୁ ଚକୋଲେଟ ବଣ୍ଟନ କରାଯାଉଛି ତ ଆଉ କେଉଁଠି ନିଜ ପ୍ରତିଭା ଦେଖାଉଛନ୍ତି ଶିଶୁ । କିନ୍ତୁ ଆଜିର ଦିନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଶିଶୁ ଦିବସରେ ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ଦେବଗଡ଼ ଜିଲ୍ଲାର ଟିଙ୍କବୀର ଗ୍ରାମରୁ ଏକ ନବଜାତ ଶିଶୁକନ୍ୟାକୁ ରାସ୍ତାରୁ ଉଦ୍ଧାର କରାଯାଇଛି ।

ଟିଙ୍କବୀର ଗ୍ରାମର ଧୋବା ସାହିର ରାସ୍ତାକଡରେ ଥିବା ଏକ ଗଛ ମୂଳେ ନବଜାତ ଶିଶୁକନ୍ୟା ଟି ପଡିରହିଥିବା ଦଖିବାକୁ ମିଳିଥିଲା । କେହି ଜଣେ ଗର୍ଭବତୀ ମହିଳା ଶିଶୁକନ୍ୟାଟିକୁ ଜନ୍ମ କରି ଉକ୍ତ ସ୍ଥାନରେ ଫୋପାଡ଼ି ଦେଇ ଫେରାର଼୍ ହୋଇଯାଇଥିବା ଚର୍ଚ୍ଚା ହେଉଛି ।

ତେବେ ଆଜି କେତେକ ଗ୍ରାମବାସୀ ଶିଶୁ କାନ୍ଦିବା ଶବ୍ଦ ଶୁଣିଥିଲେ । ରାସ୍ତା କଡରେ ଶିଶୁକନ୍ୟାଟି ପଡିଥିବା ଦେଖି ଅଙ୍ଗନୱାଡ଼ି ଦିଦିଙ୍କୁ ଖବର ଦେଇଥିଲେ ଗ୍ରାମବାସୀ । ଏହାପରେ ଅଙ୍ଗନୱାଡ଼ି ଦିଦି ନିରୁପମା ପ୍ରଧାନ ଓ ଆଶାକର୍ମୀ ଜ୍ୟୋସ୍ନାମୟୀ ବିଶ୍ବାଳ ଘଟଣାସ୍ଥଳକୁ ଯାଇ ଶିଶୁଟିକୁ ଉଦ୍ଧାର କରି ଛତାବର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ଅଧିକ ଚିକିତ୍ସା ପାଇଁ ଦେବଗଡ଼ ମେଡିକାଲକୁ ପଠାଯାଇ ଏସଏନସିୟୁ ୱାର୍ଡରେ ରଖାଯାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ତେବେ କେହି ଅବୈଧ ସମ୍ପର୍କ ରଖିବା ପରେ ଶିଶୁକନ୍ୟାଟିକୁ ଜନ୍ମ ଦେଇ ଏଠାରେ ଫୋପାଡି ଦେଇଥିବା ନେଇ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.