ETV Bharat / state

କୋରୋନା କାଳରେ ଜଣେ କ୍ୟାନ୍ସର ରୋଗୀଙ୍କ ମୃତ୍ୟୁ

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅଲୋଡା ସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ କ୍ୟାନ୍ସର ପୀଡିତଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାଁ କେ. କ୍ରିଷ୍ଣା । ଅଧିକ ପଢ଼ନ୍ତୁ...

a-cancer-patient-dead-in-gajapati
କୋରୋନା କାଳରେ ଜଣେ କ୍ୟାନ୍ସର ରୋଗୀଙ୍କ ମୃତ୍ୟୁ
author img

By

Published : May 21, 2020, 10:43 PM IST

ଗଜପତି: ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅଲୋଡା ସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ କ୍ୟାନ୍ସର ପୀଡିତଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାଁ କେ. କ୍ରିଷ୍ଣା(୫୪) ଏବଂ ତାଙ୍କ ଘର କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ହରିପୁର ଗାଁରେ ବୋଲି ଜଣାପଡିଛି । ଖବରପାଇ ଜିଲ୍ଲାପାଳ ଅନୁପମ ଶାହା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ ।

କୋରୋନା କାଳରେ ଜଣେ କ୍ୟାନ୍ସର ରୋଗୀଙ୍କ ମୃତ୍ୟୁ

ଏହାପରେ ମୃତକଙ୍କ ଅନ୍ତିମ ସତ୍କାର ପ୍ରଶାସନ ପକ୍ଷରୁ କରାଯିବା ସହ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । କ୍ରୀଷ୍ଣା କିଛି ଦିନ ହେଲା ମଳଦ୍ଵାର କର୍କଟ ରୋଗରେ ପିଡ଼ିତ ହୋଇ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରୁ ଛାଡ ପାଇବା ପରେ ତାଙ୍କ ପୁଅ ରହୁଥିବା ଆନ୍ଧ୍ରପ୍ରଦେଶ ୱେଷ୍ଟ ଗୋଦାବରୀ ଜିଲ୍ଲାର ରାଲିଙ୍ଗିକୁ ଚାଲି ଯାଇଥିଲେ । ତେବେ କୋରୋନା ଭୟରେ ସେଠାକାର ଲୋକେ ବିରୋଧ କରିବା ପରେ ବାଧ୍ୟ ହୋଇ ଗତ ୧୯ ତାରିଖ ଦିନ ଗଜପତି ଜିଲ୍ଲା ନିଜ ଗାଁକୁ ଫେରିଥିଲେ ।

କାଶୀନଗର ବ୍ଲକ ହାଡୁଭାଙ୍ଗି ନାକାରେ ପ୍ରଶାସନ ସେମାନଙ୍କୁ ଧରି ଘରୋଇ ସଙ୍ଗରୋଧରେ ରଖିବାକୁ ଚାହିଁଥିଲେ ମଧ୍ୟ ତାଙ୍କ ନିଜ ଗାଁ ଲୋକଙ୍କ ବିରୋଧ ଯୋଗୁଁ ଭୂପତି ଲକ୍ଷ୍ମୀପୁର ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ପ୍ରଶାସନ ନିଷ୍ପତି ନେଇଥିଲେ ହେଲେ ସେଠାରେ ମଧ୍ୟ ଗାଁ ଲୋକ ବିରୋଧ କଲେ ଏହାପରେ ପ୍ରଶାସନ ବାଧ୍ୟ ହୋଇ ଅଲଡା ସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲା । ତେବେ ଗୁରୁବାର ସକାଳ ପ୍ରାୟ ସାଢେ ୪ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପ୍ରଶାସନ ମୃତକଙ୍କ ଘର ଲୋକଙ୍କ ଉପସ୍ଥିତିରେ ସରକାରୀ ନିୟମ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.