ETV Bharat / state

ଗଜପତିରୁ 40 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ଚାଲାଣ ହେଉଥିଲା ହରିୟାଣା - ଏକ ଟ୍ରକରୁ 21 ବସ୍ତା ଗଞ୍ଜେଇ ଜବତ

ଯାଞ୍ଚ ସମୟରେ ଗଜପତିରେ ଧରାପଡିଲେ ଗଞ୍ଜେଇ ଚାଲଣକାରୀ । ଏକ ଟ୍ରକରେ 610 କେଜି ଗଞ୍ଜେଇ ଚାଲଣ କରୁଥିବା ବେଳେ ଜବତ କଲା ପୋଲିସ ।

ଟ୍ରକରୁ 610 କେଜି ଗଞ୍ଜେଇ ଜବତ, 6 ଗିରଫ
ଟ୍ରକରୁ 610 କେଜି ଗଞ୍ଜେଇ ଜବତ, 6 ଗିରଫ
author img

By

Published : Oct 16, 2020, 2:50 PM IST

ଗଜପତି: ଅଧା ରହିଗଲା ଗଞ୍ଜେଇ ଚାଲଣ । ପୋଲିସ କବଳରେ ଚାଲାଣକାରୀ । ଗଜପତି ଜିଲ୍ଲା ମୋହନ ଥାନା ପୋଲିସ ଶୁକ୍ରବାର ତରାମାଳ ନିକଟରୁ ଏକ ଟ୍ରକରୁ 21 ବସ୍ତା ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 40 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଘଟଣାରେ ସଂପୃକ୍ତ 6 ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ବାଇକ ଜବତ କରିଛି । ଅଭିଯୁକ୍ତମାନେ ହେଲେ ହରିୟାଣାର ବିନୋଦ କୁମାର ଶର୍ମା, ଜୟପାଲ ସିଂହ, ସୁରେଶ କଶ୍ୟପ, ବାଳକ ରାମ ଓ ଚନ୍ଦ୍ରଗିରି ଅଞ୍ଚଳର ମନୋଜ ବିର ଓ ସୁକାନ୍ତ ମାଝୀ ।

ଟ୍ରକରୁ 610 କେଜି ଗଞ୍ଜେଇ ଜବତ, 6 ଗିରଫ

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଶିକୁଳିପଦ ଅଞ୍ଚଳରୁ ଏକ ଟ୍ରକରେ ଗଞ୍ଜେଇ ନେଇ ହରିୟାଣା ଅଭିମୁଖେ ଯାଉଥିଲେ । ମୋହନ ଥାନା ପୋଲିସ ତରାମାଳ ନିକଟରେ ଯାଞ୍ଚ କଲାବେଳେ ଉକ୍ତ ଟ୍ରକର ଗୁପ୍ତ କୋଠରୀରୁ 610 କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ 40 ଲକ୍ଷ ଟଙ୍କା ହେବ । ଘଟଣାରେ ସଂପୃକ୍ତ 6 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଏ ସମ୍ପର୍କରେ ଅଧିକ ଛାନଭିନ୍ କରୁଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.