ETV Bharat / state

5 କ୍ବିଣ୍ଟାଲ ଗଞ୍ଜେଇ ସହ 4 ଚାଲାଣକାରୀ ଗିରଫ

ଆର.ଉଦୟଗିରି ଥାନା ଛେଲାଗଡ ରାସ୍ତାରେ ପୋଲିସ ଏକ ପିକପ୍‌ଭ୍ୟାନ ସହ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ପ୍ରାୟ 12ଲକ୍ଷ ଟଙ୍କା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Jul 28, 2019, 9:38 PM IST

ଗଜପତି: ଆର.ଉଦୟଗିରି ଥାନା ଛେଲାଗଡ ରାସ୍ତାରେ ପୋଲିସ ଏକ ପିକପ୍‌ଭ୍ୟାନ ସହ 5 କ୍ବିଣ୍ଟାଲ 10କେଜି ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ 4 ଜଣଙ୍କୁ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଗିରଫମାନେ ହେଲେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗାଁର ଗୋପାଳକୃଷ୍ଣ ସାହୁ, ଗଜପତି ଜିଲ୍ଲାର ମୋହନା ଥାନା କେଶରୀଗୁଡାର ପରମା ରାଇକା, ଲୁକା ଶବର ଓ ହଲାପଙ୍କ ଗାଁର ଶରତ ବଡରଇତ ।

ଶନିବାର ବିଳମ୍ବିତ ରାତିରେ ଛେଲାଗଡ ରାସ୍ତାରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଉକ୍ତ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ 12ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ସୂଚନା ଦେଇଥିବାବେଳେ ଏହା ବାହାର ରାଜ୍ୟକୁ ଚାଲାଣ କରୁଥିଲେ ଅଭିଯୁକ୍ତ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.