ETV Bharat / state

ଗଜପତିରେ ପୁଣି 41 କୋରୋନା ପଜିଟିଭ ଚିହ୍ନଟ - ଗଜପତି କୋରୋନା ଅପଡେଟ୍

ମଙ୍ଗଳବାର ଗଜପତିରେ ପୁଣି 41 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ଅସ୍ଥାୟୀ କେନ୍ଦ୍ରରେ ଥିଲେ । ଅଧିକ ପଢନ୍ତୁ...

41 corona positive identified in gajapati
ଗଜପତିରେ ପୁଣି 41 କୋରୋନା ପଜିଟିଭ ଚିହ୍ନଟ
author img

By

Published : Jun 23, 2020, 3:43 PM IST

ଗଜପତି: ଜିଲ୍ଲାରେ ମଙ୍ଗଳବାର ପୁଣି 41 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ଅସ୍ଥାୟୀ କେନ୍ଦ୍ରରେ ଥିଲେ ।

ଗଜପତିରେ ପୁଣି 41 କୋରୋନା ପଜିଟିଭ ଚିହ୍ନଟ

30 ଜଣ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ଆସିଥିବା ବେଳେ 8 ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି । ସେହିପରି 2 ଜଣ ସକ୍ରିୟ ନିରକ୍ଷଣ ବେଳେ ଜଣାପଡିଥିଲେ ଏବଂ ଅନ୍ୟ ଜଣେ ସଦର ମହକୁମା ପାରଳାଖେମୁଣ୍ଡି ସହରର ବୋଲି ଜଣାପଡିଛି ।

ମଙ୍ଗଳବାର 40 ଜଣ ଆକ୍ରାନ୍ତଙ୍କୁ କୋଭିଡ କେୟାର ଓ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କୁ ଏମକେସିଜି ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 279 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ଆର ସୀତାପୁର ସ୍ଥିତ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାରରେ ଭର୍ତି କରାଯାଇଛି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ଏଯାବତ୍ 98ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ବି 181 ଜଣଙ୍କ ଚିକିତ୍ସା ଜାରି ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.