ଗଜପତି: ଗଜପତି ଜିଲ୍ଲାରେ ଦୁଇ ଦିନରେ ବାହାରିଲେଣି 31 ପଜିଟିଭ । ବିଦ୍ୟାଳୟ ଖୋଲିବା ପୂର୍ବରୁ ଶିକ୍ଷକ ଏବଂ ସ୍କୁଲ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇଥିଲା । ତେବେ ଶୁକ୍ରବାର 17 ଓ ଶନିବାର 14 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ୩୧ ଜଣଙ୍କ ମଧ୍ୟରୁ ୨୬ ଜଣ ଶିକ୍ଷକ, ୨ ଜଣ ଛାତ୍ର ଓ 3 ଜଣ ସାଧାରଣ ଲୋକ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ପ୍ରଦିପ କୁମାର ପାତ୍ର । ଯାହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ