ETV Bharat / state

ବାଇକ ଧକ୍କାରେ ଶ୍ରମିକ ମୃତ

author img

By

Published : May 15, 2021, 5:43 PM IST

ଢେଙ୍କାନାଳ ଯୋରନ୍ଦାରେ ଶ୍ରମିକଙ୍କୁ ଧକ୍କା ଦେଲା ବାଇକ । ଘଟଣାସ୍ଥଳରୁ ବାଇକ ଆରୋହୀ ଫେରାର । ଅଧିକ ପଢନ୍ତୁ....

ଢେଙ୍କାନାଳରେ  ଦୁର୍ଘଟଣା
ଢେଙ୍କାନାଳରେ ଦୁର୍ଘଟଣା

ଢେଙ୍କାନାଳ: ଜୋରନ୍ଦା ମହିମା ଗାଦୀ ଛକରେ ଜଣେ ଶ୍ରମିକଙ୍କୁ ଏକ ବାଇକ ଧକ୍କା ଦେବା ଫଳରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ସମ୍ନାକୁ ଆସିଛି । ଦୁର୍ଘଟଣା ପରେ ଶ୍ରମିକ ଜଣଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ଚିକିତ୍ସାପାଇଁ ଢେଙ୍କାନାଲ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣଙ୍କ ସ୍ଥାନୀୟ ଜୋରନ୍ଦାର ବିଜୟ ଦେହୁରୀ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ବିଜୟ କାମକୁ ଯିବାପାଇଁ ରାସ୍ତା ଅତିକ୍ରମ କରୁଥିବାବେଳେ ଖୁବ ଦ୍ରୁତବେଗରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇ ବାଇକ ଆରୋହୀ ଜଣଙ୍କ ଫେରାର ହୋଇଯିବାରେ ସକ୍ଷମ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.