ଢେଙ୍କାନାଳ: ବିଲକୁ କାମ କରିବାକୁ ଯାଇଥିବାବେଳେ କେନାଲ ପାଣିରେ ଭାସିଯାଇ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅଞ୍ଚଳରେ ଥିବା ରାମିଆଳ କେନାଲରେ ଘଟି ଯାଇଛି ଏଭଳି ଦୁଃଖଦ ଘଟଣା । ମୃତକ ହେଉଛନ୍ତି ବୁଢ଼ିବିଲି ଗ୍ରାମର ତ୍ରିଲୋଚନ ମହାନ୍ତିଙ୍କ ପତ୍ନୀ ସୁଶୀଳା ମହାନ୍ତି ।
ସୂଚନା ଅନୁସାରେ, ସୁଶୀଳା ଗତ କାଲି ବିଲକୁ କାମ କରିବାକୁ ଯାଇ ଆଉ ଫେରିନଥିଲେ । ତେବେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ସ୍ଥାନିୟ ରାମିଆଳ କେନାଲରେ ବହୁ ଖୋଜିଥିଲେ ହେଁ ପାଇ ନଥିଲେ । ତେବେ ଆଜି କେନାଲରୁ ପାଣି ବନ୍ଦ କରିବା ପରେ ତାଙ୍କ ମୃତଦେହ ଗ୍ରାମର କିଛି ଦୂରରେ ସେହି କେନଲରେ ଭାସୁଥିବା ଦେଖିବାକୁ ମିଳିଥିଲା । କଙ୍କଡ଼ାହାଡ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଲଗାଣ ବର୍ଷା ପରେ ରାମିଆଳ କେନାଲରେ ବନ୍ୟା ଯୋଗୁଁ ଏପରି ଅଘଟଣ ଘଟିଥିବା ଜଣାପଡିଛି ।
ଇଟିଭି ଭାରତ, ଢେଙ୍କାନାଳ