ETV Bharat / state

ଢେଙ୍କାନାଳରେ ଅଭାବନୀୟ ଘଟଣା, ମେଡିକାଲ ବନ୍ଦ ଥିବାରୁ ଗଛମୂଳେ ପ୍ରସବ

ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର । ମେଡିକାଲ ବନ୍ଦ ଥିବାରୁ ଡାକ୍ତରଖାନା ପରିସରରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା । ଏଭଳି ଏକ ଘଟଣା ଘଟିଛି କଙ୍କଡାହାଡ଼ ବ୍ଲକ ବିରାଶାଳ ମେଡ଼ିକାଲରେ । ଅଧିକ ପଢନ୍ତୁ

ଢେଙ୍କାନାଳରେ ଅଭାବନୀୟ ଘଟଣା, ମେଡିକାଲ ବନ୍ଦ ଥିବାରୁ ଗଛମୂଳେ ପ୍ରସବ
ଢେଙ୍କାନାଳରେ ଅଭାବନୀୟ ଘଟଣା, ମେଡିକାଲ ବନ୍ଦ ଥିବାରୁ ଗଛମୂଳେ ପ୍ରସବ
author img

By

Published : May 6, 2022, 2:34 PM IST

ଢେଙ୍କାନାଳ: ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରୀ ଯୋଜନା ରହିଥିବାବେଳେ ଲୋକଙ୍କ ପାଇଁ ସବୁକିଛି କେତେମାତ୍ରାରେ ବ୍ୟବସ୍ଥିତ ପ୍ରଶ୍ନ ଉଠିଛି । ମେଡିକାଲ ବନ୍ଦ ଥିବାରୁ ଜିଲ୍ଲାର ଜଣେ ମହିଳା ମେଡିକାଲ ପରିସରରେ ଥିବା ଏକ ଗଛମୂଳେ କଂକ୍ରିଟ ଉପରେ ଶିଶୁ ପୁତ୍ରକୁ ଜନ୍ମ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଘଟଣା ଘଟିଛି ଜିଲ୍ଲାର କଙ୍କଡାହାଡ଼ ବ୍ଲକ ବିରାଶାଳ ମେଡ଼ିକାଲରେ ।

ଡାକ୍ତରଖାନା ପରିସରରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା

ସୂଚନା ଅନୁସାରେ, ଢେଙ୍କାନାଳ ରହଣି ଗାଁର ସନ୍ତୋଷ ନାୟକଙ୍କ ପତ୍ନୀ ଦେବକୀ ନାୟକଙ୍କର ପ୍ରସବ ବେଦନା ହୋଇଥିଲା । ଏନେଇ ତାଙ୍କୁ ସଂନ୍ଧ୍ୟା ୭.୦୦ଟାରେ ପରିବାର ଲୋକେ ମେଡ଼ିକାଲକୁ ଆଣିଥିଲେ । ମାତ୍ର ମେଡିକାଲରେ କୌଣସି କର୍ମଚାରୀ ନ ଥିଲେ କିମ୍ବା ମେଡ଼ିକାଲ ବନ୍ଦ ଥିଲା । ଦୀର୍ଘ ୧.୦୦ଘଣ୍ଟା ଧରି ସେଠାରେ ଅପେକ୍ଷା କରିବା ପରେ ମେଡ଼ିକାଲ କ୍ୟାମ୍ପସ ଭିତରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ମହିଳା ଜଣଙ୍କ ।

ଏହା ଜଣାପଡିବା ପରେ ମେଡ଼ିକାଲ ଖୋଲାଯାଇଥିଲା ଆଉ ମାଆ ସହିତ ନବଜାତ ପୁତ୍ରକୁ ମେଡ଼ିକାଲ ଭିତରକୁ ନିଆଯାଇଥିଲା । ଉଭୟ ମାଆ ଓ ନବଜାତ ଶିଶୁପୁତ୍ର ସୁସ୍ଥ ଥିବା ଜଣାପଡିଛି । ତେବେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଏଭଳି କାର୍ଯ୍ୟରେ ଅବହେଳା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହେଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.