ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିଆଯାଉଛି ୧୮ ବର୍ଷରୁ ୪୫ ବର୍ଷର ବୟସ୍କଙ୍କୁ କୋରୋନା ଟିକା । ଏଥିପାଇଁ ଏହି ବର୍ଗର ଲୋକମାନଙ୍କୁ ଅନଲାଇନରେ ଆବେଦନ କରାଯିବାକୁ ସରକାର ନିୟମ କରିଛନ୍ତି । କିନ୍ତୁ ଭୁବନ ଡାକ୍ତରଖାନାରେ ୩୨୦ ସ୍ଲଟ କରୋନା ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା । ତେବେ ଭୁବନ ଡାକ୍ତରଖାନାରେ ଅନଲାଇନରେ ଆବେଦନ କରିଥିବା ଲୋକଙ୍କୁ କୋରୋନା ଟିକା ନଦେଇ ଅଫଲାଇନରେ ଆଧାରକାର୍ଡ ନେଇ ଲୋକଙ୍କୁ ଟିକା ଦିଆଯାଇଥିଲା ।
ଯାହାଫଳରେ ଅନଲାଇନରେ ଆବେଦନ କରିଥିବା ଲୋକେ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହୋଇଥିଲେ । ପରିଶେଷରେ ସମସ୍ତ ଟିକା ସରିଗଲା ପରେ ଅନଲାଇନଧାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିପାଇଁ ଭୁବନ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଢେଙ୍କାନାଳ ସିଡିଏମଓଙ୍କ ଫୋନ ଯୋଗେ ଆଲୋଚନା ପରେ ପରିସ୍ଥିତି ଆୟତକୁ ଆସିଥିଲା । ଅପରାହ୍ନରେ ଅନଲାଇନରେ ଆବେଦନ କରିଥିବା ଲୋକମାନଙ୍କୁ ଟୀକା ଦିଆଯିବା ନେଇ ସୂଚନା ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ