ETV Bharat / state

ରେଲୱେ ଅଣ୍ଡର ପାସ ଯୋଗୁଁ ନାହିଁନଥିବା ହନ୍ତସନ୍ତ, ଅଳ୍ପ ବର୍ଷାରେ ବି ୮ ଗ୍ରାମ ଜଳବନ୍ଦୀ

author img

By

Published : May 8, 2023, 6:13 PM IST

Updated : May 8, 2023, 6:54 PM IST

ଅଣ୍ତର ପାସ୍‌ ରାସ୍ତାକୁ ନେଇ ନାକେଦମ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ବଳଦିଆ ବନ୍ଧ ପଞ୍ଚାୟତର ୮ଟି ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ଅଣ୍ତର ପାସ୍‌ ରାସ୍ତାକୁ ନେଇ ନାକେଦମ ଗ୍ରାମବାସୀ

ଢେଙ୍କାନାଳ: ଅଣ୍ତର ପାସ୍‌ ରାସ୍ତାକୁ ନେଇ ନାକେଦମ ଗ୍ରାମବାସୀ । ଟିକିଏ ବର୍ଷାରେ ଦେଖିବାକୁ ମିଳୁଛି ଜଳବନ୍ଦୀ ସମସ୍ୟା । ରେଲୱ ଅଣ୍ଡର ପାସ୍‌ ରାସ୍ତାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲା ବଳଦିଆ ବନ୍ଧ ପଞ୍ଚାୟତର ୮ଟି ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ବିକଳ୍ପ ବ୍ୟବସ୍ଥା ଦାବି କରିଛନ୍ତି ଅଞ୍ଚଳବାସୀ ।

ସୂଚନାନୁଯାୟୀ, ବଣୁଆ ହାତୀଙ୍କ ସୁରକ୍ଷା ଓ ଟ୍ରେନ୍‌ ଚଳାଚାଳରେ ବାଧା ନହେବା ପାଇଁ ରେଳ ବିଭାଗ ପକ୍ଷରୁ ଅଣ୍ଡର ପାସ ରାସ୍ତା ନିର୍ମାଣ କରାଯାଇଥିଲା । ହେଲେ ଏହି ରାସ୍ତା ବଳଦିଆ ବନ୍ଧ ପଞ୍ଚାୟତର ୮ଟି ଗ୍ରାମବାସୀଙ୍କ ପାଇଁ ସମସ୍ୟାର କାରଣ ହୋଇଛି । ଯାହାକୁ ନେଇ ବଳଦିଆ ବନ୍ଧ ପଞ୍ଚାୟତର ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ଏହି ରାସ୍ତାର ବିକଳ୍ପ ବ୍ୟବସ୍ଥା କରାନଗଲେ ଭୟଙ୍କର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

ଅଞ୍ଚଳବାସୀଙ୍କ ଅଭିଯୋଗ: ଅଭିଯୋଗ ମୁତାବକ ବଳଦିଆ ବନ୍ଧ ଛକର ୫୫ନମ୍ବର ଜାତୀୟ ରାଜପଥରୁ ପଞ୍ଚାୟତର ମୁଖ୍ୟ କାର୍ଯ୍ୟାଳୟ ସଂଯୋଗ କରୁଛି । ଏହି ମୁଖ୍ୟ ରାସ୍ତାରେ ପୂର୍ବତଟ ରେଳପଥ ରହିଛି । ଫଳରେ ହାତୀ ଉପଦ୍ରବ ଯୋଗୁଁ ସୁରକ୍ଷା ପାଇଁ ରେଳ କ୍ରସିଂ ରାସ୍ତାକୁ ବନ୍ଦ କରି ରେଳ ବିଭାଗ ପକ୍ଷରୁ ଅଣ୍ଡର ପାସ୍‌ ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା । ଫଳରେ ଅସରାଏ ବର୍ଷାରେ ଏହି ଶୁଢଙ୍ଗ ରାସ୍ତା ପାଣିରେ ବୁଡି ଯାଉଛି । ଯାହାଫଳରେ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବା ୮ଟି ଗ୍ରାମର ବାସିନ୍ଦା ଏକ ପ୍ରକାର ଜଳବନ୍ଦୀର ଶୀକାର ହେଉଛନ୍ତି । ସରକାରଙ୍କୁ ଜଣାଇବା ପରେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତକାଲି(ରବିବାର) ସନ୍ଧ୍ୟାରେ ଅସରାଏ ବର୍ଷାରେ ଏହି ସୁଡ଼ଙ୍ଗ ରାସ୍ତାରେ ଚାରି ପାଞ୍ଚ ଫୁଟର ପାଣି ଜମିରହିଥିଲା । ଯାହା ଫଳରେ ଲୋକମାନେ ଯାତାୟାତ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଲୋକମାନେ ଯାତାୟାତ କରିନପାରି ଅଟକି ରହିଲେ । ଜେସିବି ମଧ୍ୟାମରେ ପାଣିକୁ ନିଷ୍କାସନ କରାଯିବା ପରେ ଲୋକମାନେ ଯାତାୟାତ କରିପାରିଥିଲେ । ଏହା ବ୍ୟତୀତ ଏହି ସୁଡ଼ଙ୍ଗ ରାସ୍ତାଟି ହାତୀ ଚଲାପଥ ପାଲଟିଛି । କିଛି ଦିନ ତଳେ ହାତୀ ଆକ୍ରମଣର ଶିକାର ହୋଇ ଜଣଙ୍କ ଜୀବନ ଯାଇଥିଲା । ସମସ୍ତ ସମସ୍ୟାକୁ ନେଇ ଅଞ୍ଚଳବାସୀ ଆଜି ଏହି ରେଳ ଅଣ୍ଡରପାସ୍‌ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ଏହାର ସ୍ଥାୟୀ ସମାଧାନ ନହେଲେ ବାଧ୍ୟ ହୋଇ ଅଞ୍ଚଳବାସୀ ଭୟଙ୍କର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : May 8, 2023, 6:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.